Small Role to a Leading Lady: ଛୋଟ ଭୂମିକାରୁ ବଡ଼ ନାୟିକା

Oct 31, 2026 - 04:51
Small Role to a Leading Lady: ଛୋଟ ଭୂମିକାରୁ ବଡ଼ ନାୟିକା

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ଚରିତ୍ର ଅଭିନୟଠାରୁ ଆରମ୍ଭ କରି ମୁଖ୍ୟ ନାୟିକା ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି।

ପ୍ରତ୍ୟେକ ଭୂମିକାରେ ସେ ନିଜ ଅଭିନୟର ନିଆରା ଛାପ ଛାଡ଼ିବାରେ ସମର୍ଥ ହୋଇଛନ୍ତି।

ତେବେ ନିଜ ଅଭିନୟ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ବଡ଼ ବଜେଟ୍‌ର ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ କୀର୍ତ୍ତି।

ଏନେଇ ନିକଟରେ ସେ ମୁହଁ ଖୋଲିଛନ୍ତି।

Advertisment Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ ଏକ ସାକ୍ଷାତ୍‌କାରରେ ନିଜ କ୍ୟାରିଅର୍‌ର ଏହି ଦିଗ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ଚଳଚ୍ଚିତ୍ର ଜଗତରେ ନିଜର ପରିଚୟ ଗଢ଼ିବା ପାଇଁ ଏହି ପ୍ରକ୍ରିୟା ନିହାତି ଆବଶ୍ୟକ ଥିଲା।

ଛୋଟ ଛୋଟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ପରେ ପରବର୍ତ୍ତୀ ସମୟରେ ତାଙ୍କୁ ଅନେକ ନାରୀକୈନ୍ଦ୍ରିକ ସିନେମାରେ ମୁଖ୍ୟ ଚରିତ୍ର ଭାବେ ଦେଖିବାକୁ ମିଳିଥିଲା।

ବଡ଼ ବଜେଟ୍‌ର ଫିଲ୍ମରେ ଛୋଟ ଭୂମିକାରେ ଅଭିନୟ କରିବା ତାଙ୍କୁ ଅଧିକ ପରିଚିତି ଦେବା ସହ ଅଧିକ ସଂଖ୍ୟକ ଦର୍ଶକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ଦେଇଥିଲା ବୋଲି ସେ ବିଶ୍ୱାସ କରନ୍ତି।

ତାଙ୍କ କହିବା ଅନୁଯାୟୀ, ଜଣେ କଳାକାରକୁ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିବା ପାଇଁ ସମୟ ଲାଗେ।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ କେବଳ ନୃତ୍ୟ କିମ୍ବା ଛୋଟ ଭୂମିକାରେ ସୀମିତ ନ ରହି ଭିନ୍ନ ଧରଣର ଚରିତ୍ରରେ ମଧ୍ୟ ନିଜ ଦକ୍ଷତା ପ୍ରମାଣ କରିବା ପରେ ତାଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିଥିଲା।

ବିଶେଷକରି 'ମହାନଟୀ' ସିନେମା ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ଼ ଆଣିଥିଲା।

ଆଗାମୀ ଦିନରେ କୀର୍ତ୍ତି ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଭେଙ୍କଟେଶଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ।

ଏହି ଦୁଇଟି ଫିଲ୍ମରେ ତାଙ୍କ ଚରିତ୍ର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)