Similipal: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, ଦୈନିକ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି

Nov 01, 2026 - 11:03
Similipal:  ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, ଦୈନିକ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି

ଶାମାଖୁଣ୍ଟା: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ ଙ୍କ ପାଇଁ ଖୁସି ଖବର।

ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ।

୨୦୨୬-୨୭ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହ ଶିମିଳିପାଳର ମନୋରମ ପ୍ରାକୃତିକ ପରିବେଶ , ସବୁଜିମା, ଜଳପ୍ରପାତ ଓ ବନ୍ୟପ୍ରାଣୀଙ୍କ ଆକର୍ଷଣକୁ ଉପଭୋଗ କରିବାର ସୁଯୋଗ ପାଇବେ ପର୍ଯ୍ୟଟକ।

Advertisment ପର୍ଯ୍ୟଟକଙ୍କ ସୁବିଧା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ ନିୟମାବଳୀ ଜାରି କରାଯାଇଛି।

ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ।

୧୮୦ ମିଲିମିଟର ବା ତାଠାରୁ ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ ଥିବା ଗାଡ଼ିକୁ ହିଁ ଏଥିପାଇଁ ପ୍ରବେଶ ଅନୁମତି ଦିଆଯିବ।

ଯଶିପୁର କାଳିଆମୀ ପ୍ରବେଶ ପଥ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା (ଲୁଲୁଙ୍ଗ) ତନଖି ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ।

ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ହେବ।

ସମସ୍ତ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡ଼ିବା ବାଧ୍ୟତାମୂଳକ।

ଶିମିଳିପାଳ ଭ୍ରମଣ ପାଇଁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ।

ବନ୍ୟପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ କେବଳ www.similipal.org ୱେବସାଇଟ୍ ମାଧ୍ୟମରେ ଏଣ୍ଟ୍ରି ପରମିଟ୍ ମିଳିବ।

ପ୍ରତ୍ୟେକ ଗାଡ଼ି ସହ ଜଣେ ଗାଇଡ୍ ନେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ସେହିପରି ଶିମିଳିପାଳର ପ୍ରମୁଖ ଆକର୍ଷଣ ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ବାହାରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଶିମିଳିପାଳର ଜଙ୍ଗଲୀ ପରିବେଶକୁ ନିକଟରୁ ଅନୁଭବ କରିବା ପାଇଁ ବିଭାଗ ପକ୍ଷରୁ ଖୋଲା ଜିପ୍ ୱାଇଲ୍ଡଲାଇଫ୍ ସଫାରି ଭ୍ରମଣ ସହ ରାତ୍ରିଯାପନର ସୁବିଧା ମଧ୍ୟ ରହିଛି।

କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିଠାରେ କଟେଜ ଗୁଡିକରେ ରାତ୍ରିଯାପନ ପାଇଁ www.ecotourodisha.com ୱେବସାଇଟ୍ ମାଧ୍ୟମରେ ଆଗୁଆ ବୁକିଂ କରିବାକୁ ହେବ ।

ନିୟମାବଳୀ ପାଳନ କରିବାକୁ ଅନୁରୋଧ ଶିମିଳିପାଳର ଜୈବବିବିଧତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିୟମାବଳୀ ପ୍ରଣୟନ କରାଯାଇଛି।

ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବାରିପଦାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶିମିଳିପାଳର ସୁରକ୍ଷା ପାଇଁ ପର୍ଯ୍ୟଟକଙ୍କୁ ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଅନ୍ୟପଟେ ଆଜି ପ୍ରଥମ ଦିନରେ ଶିମିଳିପାଳ ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନଙ୍କ ମହଲରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

କଳାବାଘ ସହ ଅନ୍ୟ ଜଙ୍ଗଲୀ ଜୀବ ଓ ମନୋରମ ଜଳପ୍ରପାତ ଦେଖିବାକୁ ନେଇ ମନରେ ତାଙ୍କର ବ୍ୟାକୁଳତା ଦେଖିବାକୁ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)