02 NOVEMBER 2026

Welcome!

Unlock your personalized experience.
Sign Up

Silence of death: ଯେଉଁଠି ଥିଲା ଜୀବନର କୋଳାହଳ, ଆଜି ସେଠି ମୃତ୍ୟୁର ନିରବତା

Nov 02, 2026 - 04:30
Silence of death: ଯେଉଁଠି ଥିଲା ଜୀବନର କୋଳାହଳ, ଆଜି ସେଠି ମୃତ୍ୟୁର ନିରବତା

ଗିଡ଼ିପାବାଲିରୁ ଅନୁଜ ଦାସଙ୍କ ରିପୋର୍ଟ

ଦିନେ ହସଖୁସିରେ ଫାଟି ପଡୁଥିଲା ଗାଁ, ଆଜି ସେଠାରେ ଶୁଭୁଛି କେବଳ କାନ୍ଦବୋବାଳି। ଯେଉଁଠି ପ୍ରକୃତି କୋଳରେ ଜୀବନ ଜିଉଁଥିଲେ ଗିଡ଼ିପାବାଲି ଗାଁର ଲୋକେ, ଆଜି ପ୍ରକୃତିର କରାଳ ରୂପ ଛାରଖାର କରିଦେଇଛି ସେମାନଙ୍କ ସଂସାର। ଚାରିପଟେ ପାହାଡ଼, ଗୋଟିଏ ପଟେ ଛୋଟ ନାଳ। ପାହାଡ଼ଘେରା ଏହି ଶାନ୍ତ ଗାଁରେ ଏମିତି ଏକ ବିପର୍ଯ୍ୟୟ ମାଡ଼ି ଆସିବ, କେବେ କେହି କଳ୍ପନା ବି କରିନଥିଲେ।

Drinking water: ଡିସେମ୍ବର ସୁଦ୍ଧା ଜିଲ୍ଲାର ୧୫୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ: ଜିଲ୍ଲାପାଳ

ହେଲେ ରାତିର ନିରବତା ଭିତରେ ମାଡ଼ି ଆସିଲା ମୃତ୍ୟୁର ଦାନବ। ଭୂସ୍ଖଳନରେ ମାଟି ଓ ପଥର ତଳେ ପୋତି ହୋଇଗଲା ପୂରା ଗାଁ। ୧୩ ଜଣ ନିଖୋଜ ହେଲେ। ଦୁଇ ଦିନର ପରିଶ୍ରମ ପରେ ମିଳିଛି  ରବୀନ୍ଦ୍ର ମଲ୍ଲିକଙ୍କ ମୃତଦେହ। ହେଲେ ଏବେ ବି ନିଖୋଜ ୧୨ ଜଣଙ୍କୁ ଖୋଜିବାରେ ଲାଗିଛି ଉଦ୍ଧାରକାରୀ ଦଳ। ମାଟି ତଳୁ ନିଜ ଲୋକଙ୍କୁ ଫେରିପାଇବା ଆଶାରେ ଚାହିଁ ରହିଛନ୍ତି ପରିବାର।ଗୋଟିଏ ପଟେ ଉଦ୍ଧାରକାରୀ ଦଳ ଜୀବନକୁ ବାଜି ଲଗାଇ ମାଟି ଓ ପଥର ହଟାଇବାରେ ଲାଗିଛନ୍ତି। ଅନ୍ୟପଟେ ନିଜର ରକ୍ତ ସମ୍ପର୍କୀୟଙ୍କୁ ଖୋଜି ଖୋଜି ପାଗଳପ୍ରାୟ ହୋଇପଡ଼ିଛନ୍ତି ପରିବାର ଲୋକେ। କିଏ ନିଜ ଭାଇକୁ ଖୋଜୁଛି, ତ ଆଉ କିଏ ମାଆକୁ। କାହାର ଆଖିରୁ ଲୁହ ଶୁଖୁନି, ତ ଆଉ କାହାର ଆଖି ମାଟି ଅତଡ଼ା ଉପରୁ ହଟୁନି। ପ୍ରତିଟି ମାଟି ଗଦା ଭିତରେ ସେମାନେ ଖୋଜୁଛନ୍ତି ନିଜ ଲୋକଙ୍କ ଶେଷ ଚିହ୍ନ। ମାଟି ଭିତରୁ ଦିଶୁଛି କାଦୁଅ ବୋଳା ନୀଳ ଶାଢ଼ି। କେଉଁଠି ବେଲ୍ଟ ତ ଆଉ କେଉଁଠି ବ୍ୟାଗ। ସେହି ଛୋଟ ଛୋଟ ଜିନିଷ ଦେଖି ଆତ୍ମୀୟଙ୍କ ଛାତି ଫାଟିଯାଉଛି। କିଏ କହୁଛି, ଏହା ମୋ ଭାଉଜର ଶାଢ଼ି, ତ ଆଉ କିଏ କହୁଛି, ଏହା ମୋ ଭାଇର ବ୍ୟାଗ। ନିଶ୍ଚୟ ସେ ଏହି ମାଟି ତଳେ ଥିବ। ଜୀବନ୍ତ ଫେରିବାର ଆଶା ହୁଏତ ମଉଳି ଯାଇଛି, ହେଲେ ଅନ୍ତତଃ ନିଜ ଲୋକଙ୍କ ମୃତଦେହ ମିଳିଯାଉ। ଯେମିତି ଶେଷ ଥର ପାଇଁ ମୁହଁ ଦେଖି ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିପାରିବେ। ଉଦ୍ଧାରକାରୀଙ୍କ ଆଗରେ ହାତ ଯୋଡ଼ି ଏମିତି ଆକୁଳ ନିବେଦନ କରୁଛନ୍ତି ସମ୍ପର୍କୀୟ। ଧ୍ୱଂସସ୍ତୂପ ଭିତରେ ଏବେ ବି ଛିନ୍‌ଛତ୍ର ହୋଇ ପଡ଼ିରହିଛି ଗାଁର ଅତୀତ। ପଣସ ଗଛ ମୂଳେ ପଡ଼ିଛି ନୂଆ ବାସନକୁସନ। ପାଖରେ ଗୋଟିଏ ଝୁଡ଼ିରେ ରହିଛି ପରିବା ଓ ରୋଷେଇ ସାମଗ୍ରୀ। ଯେଉଁ ଜିନିଷଗୁଡ଼ିକ ଦିନେ ଜୀବନର ଅଂଶ ଥିଲା, ଆଜି ସେଗୁଡ଼ିକ ଧ୍ୱଂସସ୍ତୂପ ଭିତରେ ଅଲୋଡ଼ା ହୋଇ ପଡ଼ିଛି। ମଣିଷର ପତ୍ତା ମିଳୁନି, ହେଲେ ଅତୀତର ଚିହ୍ନ ସବୁ ଏବେ ବି ନିରବରେ ନିଜ କାହାଣୀ କହୁଛି।

Cyclone Arnab: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି; ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

ସିସମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ବ୍ୟବହାର କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁରାକ ମିଳିନାହିଁ। ପ୍ରତିଟି ମୁହୂର୍ତ୍ତ ଯେମିତି ପରିବାର ପାଇଁ ଏକ ଯୁଗ ପରି ଲାଗୁଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଅଗ୍ନିଶମ ଡିଜିଙ୍କ କହିବା ଅନୁଯାୟୀ, ଭୂସ୍ଖଳନ ସ୍ଥଳରେ ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଜମା ହୋଇଥିବାରୁ ହାତରେ ଖୋଳି ଉଦ୍ଧାର କରିବା ସମ୍ଭବ ହେଉନାହିଁ। ଅତ୍ୟାଧୁନିକ ଯନ୍ତ୍ରପାତି ଘଟଣାସ୍ଥଳକୁ ପହଞ୍ଚାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେଣୁ ବଡ଼ ବଡ଼ ପଥରକୁ ହଟାଇବା ପାଇଁ ନିୟନ୍ତ୍ରିତ ବିସ୍ଫୋରଣ ଯୋଜନା କରାଯାଉଛି। ହେଲେ ଏସବୁ ଭିତରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରୁଛି। ମାଟି ତଳେ ଚାପି ହୋଇ ରହିଥିବା ସେହି ୧୨ ଜଣଙ୍କର କଣ ହେଲା? ଗିଡିପାବାଲି ଗାଁରେ ଆଜି ମଣିଷ ନିଜ ମଣିଷକୁ ଖୋଜୁଛି। ଆଉ ମାଟିତଳେ ପୋତି ହୋଇଯାଇଛି ଅନେକ ସ୍ୱପ୍ନ, ସମ୍ପର୍କ ଓ ହସଖୁସିର ସଂସାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)