02 NOVEMBER 2026

Welcome!

Unlock your personalized experience.
Sign Up

Odisha voters to cast votes in Andhra! ଆନ୍ଧ୍ରରେ ଭୋଟ ଦେବେ ଓଡ଼ିଶା ଭୋଟର!

Nov 02, 2026 - 02:53
Odisha voters to cast votes in Andhra! ଆନ୍ଧ୍ରରେ ଭୋଟ ଦେବେ ଓଡ଼ିଶା ଭୋଟର!

ପାରଳାଖେମୁଣ୍ଡି: ଓଡ଼ିଶା ମାଟିରେ ଘର। ଜୀବନଜୀବିକା ବି ଏଠାରେ। ଏପରିକି ଓଡ଼ିଶା ସରକାରଙ୍କ ସବୁ ଯୋଜନାରୁ ଲାଭ ବି ମିଳୁଛି। କିନ୍ତୁ ଭୋଟ ଦେବାକୁ ପାଳି ଆସିଲେ ଆନ୍ଧ୍ରପ୍ରଦେଶ ଯାଉଛନ୍ତି। ଗଜପତିଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ୬ଟି ଗାଁର ୨୦୦ରୁ ଅଧିକ ଭୋଟର ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅଧୀନ ସାବାକୋଟ ପଞ୍ଚାୟତରେ ହେବାକୁ ଥିବା ବୁଥ୍‌ରେ ଭୋଟ ଦେବାଲାଗି ଅଣ୍ଟା ଭିଡ଼ିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ମାଧିଆଖୋଲ, ଗୁଡୁଖୁଡ଼ି, ବୁରୁସିଂ, ଅମାରିଂ ଓ ଆଖଡ଼ା ଗ୍ରାମରେ ଏହି ଭୋଟରମାନେ ରହିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଅଧିକାଂଶ ଲୋକଙ୍କ ନିକଟରେ ଓଡ଼ିଶାର ଭୋଟର ପରିଚୟପତ୍ର ବି ରହିଛି। ଆଉ ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଆଗକୁ କିଭଳି ପଦକ୍ଷେପ ନେବାକୁ ଯାଉଛି, ତାହା ଦେଖିବାକୁ ବାକି ରହିଛି। 

୨୦୨୧ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଗଙ୍ଗାବାଡ଼ ପଞ୍ଚାୟତର ଶତାଧିକ ଲୋକ ଓଡ଼ିଶା ପ୍ରଶାସନର ବାରଣ ସତ୍ତ୍ୱେ ଆନ୍ଧ୍ର ନିର୍ବାଚନରେ ଭାଗ ନେଇଥିଲେ। ସେତେବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆନ୍ଧ୍ର ନିର୍ବାଚନୀ ବ୍ୟବସ୍ଥାରେ ସାମିଲ ନ ହେବାକୁ ସଚେତନ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ଏବେ ସମାନ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି। ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟାରେ ସାମିଲ ହେବା ଘଟଣା ସ୍ଥାନୀୟ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। କାରଣ ୬ଟି ପଞ୍ଚାୟତର ଅଧିକାଂଶ ବାସିନ୍ଦା ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହ ଆନ୍ଧ୍ର ସରକାରଙ୍କ ଯୋଜନାରୁ ମଧ୍ୟ ସୁବିଧା ପାଇ ଆସୁଛନ୍ତି। ଯାହାକୁ ନେଇ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମୟରେ ମଧ୍ୟ ବିବାଦ ଦେଖାଦେଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)