Prachi’s ‘Proof of Existence’: ପ୍ରାଚୀଙ୍କ ‘ଅସ୍ତିତ୍ବର ପ୍ରମାଣ’

Nov 21, 2026 - 06:28
Prachi’s ‘Proof of Existence’: ପ୍ରାଚୀଙ୍କ ‘ଅସ୍ତିତ୍ବର ପ୍ରମାଣ’

ପ୍ରାୟ ଦେଢ଼ ବର୍ଷର ବ୍ୟବଧାନ ପରେ ସୋସିଆଲ୍‌ ମିଡିଆକୁ ଫେରିଛନ୍ତି ଅଭିନେତ୍ରୀ ପ୍ରାଚୀ ଦେଶାଇ।

ନିଜର ଅସ୍ତିତ୍ୱର ପ୍ରମାଣ ଦେବା ଭଳି ଏକ ମଜାଦାର କ୍ୟାପ୍‌ସନ୍‌ ସହ ସେ କେତୋଟି ଫଟୋ ଛାଡ଼ିଛନ୍ତି।

ନିଜର ସରଳ ଜୀବନଶୈଳୀ ଓ ଅଭିନୟ ପାଇଁ ପରିଚିତ ପ୍ରାଚୀ ଅନ୍ୟ ସେଲିବ୍ରିଟିଙ୍କ ପରି ସୋସିଆଲ୍‌ ମିଡିଆରେ ବିଶେଷ ସକ୍ରିୟ ରହନ୍ତି ନାହିଁ।

ଶେଷ ଥର ପାଇଁ ସେ ୨୦୨୫ ଜୁନ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ।

ନୂଆ ଫଟୋଗୁଡ଼ିକରେ ମଧ୍ୟ ତାଙ୍କ ସରଳତା ପ୍ରଶଂସକଙ୍କ ମନ ଜିଣିଛି।

ଧଳା ଟି-ସାର୍ଟ ଓ ଡେନିମ୍‌ ଜିନ୍‌ସ ସହ ହାଲୁକା ମେକ୍‌ଅପ୍‌ରେ ସେ ନଜର ଆସିଛନ୍ତି।

ନିଜର ଏହି ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିବା ସହ କ୍ୟାପ୍‌ସନ୍‌ରେ 'ପ୍ରୁଫ୍‌ ଅଫ୍‌ ଏକ୍‌ଜିଷ୍ଟେନ୍‌ସ' ଅର୍ଥାତ୍‌ 'ଅସ୍ତିତ୍ୱର ପ୍ରମାଣ' ବୋଲି ଲେଖିଛନ୍ତି।

Advertisment ପ୍ରାଚୀ ଏକଦା ଏକତା କପୁରଙ୍କ ଲୋକପ୍ରିୟ ଟେଲିଭିଜନ ଧାରାବାହିକ 'କସମ୍‌ ସେ' ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ।

ମାତ୍ର ୧୭ ବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ।

ଏହି ଧାରାବାହିକରେ ସେ ବାଣୀ ଦୀକ୍ଷିତ ୱାଲିଆ ଚରିତ୍ରରେ ଅଭିନୟ କରିଥିବା ବେଳେ ରାମ କପୁର ଜୟ ୱାଲିଆ ଭୂମିକାରେ ଥିଲେ।

୨୦୦୬ରେ ପ୍ରସାରିତ ଏହି ଧାରାବାହିକ ତାଙ୍କୁ ବ୍ୟାପକ ଲୋକପ୍ରିୟତା ଦେଇଥିଲା।

ପରେ 'ରକ୍‌ ଅନ୍‌!' ଭଳି ଚଳଚ୍ଚିତ୍ର ଜରିଆରେ ସେ ବଡ଼ ପରଦାରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)