SI Prabhasini Sahu Death Case Takes Dramatic Turn: ଏସଆଇ ପ୍ରଭାସିନୀ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ, ସ୍ୱାମୀଙ୍କ ନାଁରେ ଏତଲା

Nov 25, 2026 - 21:51
SI Prabhasini Sahu Death Case Takes Dramatic Turn: ଏସଆଇ ପ୍ରଭାସିନୀ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ, ସ୍ୱାମୀଙ୍କ ନାଁରେ ଏତଲା

ଏସଆଇ ପ୍ରଭାସିନୀ ସାହୁ ମୃତ୍ୟୁରେ ବଡ଼ ଟ୍ବିଷ୍ଟ।

ଥାନାରେ ଏତଲା କଲେ ପ୍ରଭାସିନୀଙ୍କ ବାପା।

ସ୍ବାମୀ, ଶାଶୁ ଏବଂ ଶ୍ବଶୁରଙ୍କ ନାଁରେ ସଂଗୀନ ଅଭିଯୋଗ।

ପ୍ରଭାସିନୀଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା।

ଶ୍ବଶୁର କହିଲେ ବୋହୂ ଉପରେ ଥିଲା କାମ ଚାପ।

ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଏସଆଇ ପ୍ରଭାସିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଟୁଇଷ୍ଟ ।

ମୃତ୍ୟୁର ପାଞ୍ଚ ଦିନ ପରେ ଥାନାରେ ଏତଲା କରିଛନ୍ତି ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ।

ଏତଲାରେ ସିଧା ସ୍ବାମୀ ଏବଂ ଶାଶୁ ଶ୍ବଶୁରଙ୍କ ନାଁରେ ଅଭିଯୋଗ କରିଛନ୍ତି ଭୀମସେନ ।

ଚାକିରି ପାଇଁ ସ୍ବାମୀ ଓ ଶାଶୁଘର ଲୋକ ନିୟମିତ ଭାବେ ପ୍ରଭାସିନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି ।

ଏନେଇ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

Advertisment ସୂଚନା ଅନୁସାରେ ପୋଲିସ ଚାକିରି ପାଇବା ପୂର୍ବରୁ ଶିକ୍ଷୟିତ୍ରୀ ଥିଲେ ପ୍ରଭାସିନୀ ।

ସରକାରୀ ସ୍କୁଲରେ ଚାକିରି କରୁଥିଲେ ।

ତେବେ ୨୦୨୪ରେ ପୋଲିସ ଚାକିରି ପାଇବା ପରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଦେଇଥିଲେ ।

ଚଳିତ ବର୍ଷ ଏପ୍ରିଲ ମାସରେ ପୁରୀ ଜିଲ୍ଲାର ସୁନୀଲ ବେହେରାଙ୍କ ସହ ପ୍ରଭାସିନୀଙ୍କ ବାହାଘର ହୋଇଥିଲା ।

ରେଲୱେରେ ଲୋକୋ ପାଇଲଟ ଚାକିରି କରୁଥିବା ସୁନୀଲ ରାଉରକେଲାରେ ରହୁଥିବା ବେଳେ ପ୍ରଭାସିନୀ ପୁରୁଷୋତ୍ତମପୁର ଥାନା କ୍ବାର୍ଟର୍ସରେ ରହୁଥିଲେ ।

ଏହାରି ମଧ୍ୟରେ ପ୍ରଭାସିନୀ ଗର୍ଭବତୀ ହେବା ପରେ ପୋଲିସ ଚାକିରି ଛାଡ଼ିଦେବାକୁ ଇଛା କରିଥିଲେ ।

ତେବେ ସେ ଚାକିରି ଛାଡ଼ନ୍ତୁ ବୋଲି ଚାହୁଁନଥିଲେ ପ୍ରଭାସିନୀଙ୍କ ସ୍ବାମୀ ଓ ଶାଶୁଘର ଲୋକ ।

ପୁରୁଷୋତ୍ତମପୁରରେ ଏକୁଟିଆ ରହିବା, ଇଛା କରି ବି ପୋଲିସ ଚାକିରି ଛାଡ଼ିପାରୁନଥିବା ଯୋଗୁଁ ଗଭୀର ମନସ୍ଥାପରେ ଥିଲେ ପ୍ରଭାସିନୀ ।

ଆର୍ଥିକ ଲାଭ ଆଶାରେ ପ୍ରଭାସିନୀଙ୍କୁ ଚାକିରି ଛାଡ଼ିବାକୁ ଶାଶୁଘର ଲୋକ ମନା କରୁଥିଲେ, ଯେଉଁଥି ପାଇଁ ସେ ମାନସିକ ନିର୍ଯାତନା ପାଉଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଭାସିନୀଙ୍କ ବାପା ।

ପ୍ରଭାସିନୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି ।

ପୋଷ୍ଟମର୍ଟମ ରିପୋର୍ଟରେ ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ବୋଲି ଜଣାପଡ଼ିଛି ।

ପ୍ରଭାସିନୀଙ୍କ ଗର୍ଭରେ ୨ ମାସର ଭ୍ରୁଣ ମଧ୍ୟ ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ତେବେ ପ୍ରଭାସିନୀଙ୍କ ମୋବାଇଲ ଓ ଲାପଟପ ଲକ୍ ଖୋଲୁନଥିବାରୁ ଏହାକୁ ଫୋରେନସିକ ଲାବ ପଠାଯାଇଛି ।

ମୋବାଇଲ ଖୋଲିଲେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।

ତେବେ ପ୍ରଭାସିନୀ ଭଲ ବୋହୂ ଥିଲେ ।

ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ସହ ତାଙ୍କର ଭଲ ସଂପର୍କ ଥିଲା ବୋଲି କହିଛନ୍ତି ପ୍ରଭାସିନୀଙ୍କ ଶ୍ବଶୁର ଶ୍ୟାମସୁନ୍ଦର ବେହେରା ।

ବୋହୂ ଉପରେ ପ୍ରବଳ କାମ ଚାପ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

Advertisment ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଏବେ ଉଭୟ ପକ୍ଷଙ୍କ ଭିନ୍ନ ଭିନ୍ନ ଉକ୍ତି ମାମଲାକୁ ଅଧିକ ଗୋଳମାଳିଆ କରିଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)