Blood Test Before Buying Alcohol: ମଦ କିଣିବା ପୂର୍ବରୁ ହେଉଛି ବ୍ଲଡ୍ ଟେଷ୍ଟ, ଦୋକାନ ଆଗରେ ଡାକ୍ତର!

Nov 25, 2026 - 18:31
Blood Test Before Buying Alcohol: ମଦ କିଣିବା ପୂର୍ବରୁ ହେଉଛି ବ୍ଲଡ୍ ଟେଷ୍ଟ, ଦୋକାନ ଆଗରେ ଡାକ୍ତର!

ମଦ କିଣିବାକୁ ଯାଉଛନ୍ତି କି?

ତେବେ ପ୍ରଥମେ କରିବାକୁ ପଡ଼ିପାରେ ରକ୍ତ ପରୀକ୍ଷା!

ମଦ ଦୋକାନ ଆଗରେ ଷ୍ଟେଥୋସ୍କୋପ୍ ଧରି ଛିଡ଼ା ହୋଇଛନ୍ତି ଡାକ୍ତର।

ଟେବୁଲ୍ ଉପରେ ରହିଛି ମେଡିକାଲ୍ ଉପକରଣ।

ମଦ କିଣିବାକୁ ଆସୁଥିବା ଲୋକଙ୍କୁ ଅଟକାଇ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଡାକ୍ତରୀ ଟିମ୍।

ଏମିତି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ।

Advertisment ମଦ ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ପଚରାଯାଉଛି ସେମାନେ କେତେ ଦିନ ହେଲା ମଦ ପିଉଛନ୍ତି, ଦିନକୁ କେତେ ପରିମାଣରେ ପିଉଛନ୍ତି।

ପୂର୍ବରୁ କୌଣସି ରୋଗ ଅଛି କି ନାହିଁ, ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ।

ଆବଶ୍ୟକ ସ୍ଥଳେ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ତେବେ ହଠାତ୍ ମଦ ଦୋକାନ ଆଗରେ ଏମିତି ଡାକ୍ତରୀ ଟିମ୍ କାହିଁକି?

ଏହା ପଛରେ ରହିଛି ଏକ ବଡ଼ କାରଣ।

ଗତ ସେପ୍ଟେମ୍ବରରେ ସାଗର ଜିଲ୍ଲାର ବାଣ୍ଡା ଅଞ୍ଚଳରେ ସନ୍ଦିଗ୍ଧ ନକଲି ମଦ ମୃତ୍ୟୁ ଘଟଣାରେ ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

ଏହି ଘଟଣା ପରେ ମଦ ବ୍ୟବସାୟ ଓ ମଦ୍ୟପାନକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିଲା।

Advertisment ପୋଷ୍ଟମର୍ଟମ ରିପୋର୍ଟରେ କିଛି ମୃତକଙ୍କର ପୂର୍ବରୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଜଣାପଡ଼ିଥିବା ରିପୋର୍ଟରେ କୁହାଯାଇଛି।

ଏହାପରେ ନିୟମିତ ମଦ ପିଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ।

ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଚାଲିଛି ଏହି ଅଭିଯାନ।

କେବଳ ରକ୍ତ ପରୀକ୍ଷା ନୁହେଁ, ମଦ୍ୟପାନର କୁପରିଣାମ ବିଷୟରେ ମଧ୍ୟ ଲୋକଙ୍କୁ ବୁଝାଉଛନ୍ତି ଡାକ୍ତର।

ଆବଶ୍ୟକ ଅନୁସାରେ ଔଷଧ ଓ ମଲ୍ଟିଭିଟାମିନ୍ ଦିଆଯାଉଛି।

ମଦ ପିଇବାର ପରିମାଣ କମାଇବା ସହ ଖାଲି ପେଟରେ ମଦ ନ ପିଇବାକୁ ପରାମର୍ଶ ଦିଆଯାଉଛି।

ଖୋଲାଯାଇ ସାରିଥିବା ବୋତଲରୁ ମଦ ନ ପିଇବା ଏବଂ କେବଳ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ମଦ କିଣିବାକୁ ମଧ୍ୟ ସଚେତନ କରାଯାଉଛି।

ସୋମବାର ଦିନ ସାଗର ସହର ସମେତ ଦେଓରୀ, ରାହଲି, ବିନା ଓ ଖୁରାଇ ଅଞ୍ଚଳରେ ମୋଟ୍ ୯୭ ଜଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।

ତେବେ ମଦ ଦୋକାନ ଆଗରେ ଡାକ୍ତରଙ୍କ ଏହି ଅଭିଯାନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା।

କିଛି ଲୋକ ଏହାକୁ ସ୍ୱାଗତ କରୁଥିବା ବେଳେ ଆଉ କିଛି ଏହାର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

କାରଣ ମଦ କିଣିବାକୁ ଆସିଥିବା ଲୋକେ ଡାକ୍ତରଙ୍କ ପରାମର୍ଶ କେତେ ଗମ୍ଭୀରତାର ସହ ଗ୍ରହଣ କରିବେ, ତାହା ଏବେ ବଡ଼ ପ୍ରଶ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)