Shruti Sharma: ଅଭିନୟ ଜଗତରେ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି:ଶ୍ରୁତି ଶର୍ମା

Jun 24, 2026 - 13:55
Shruti Sharma: ଅଭିନୟ ଜଗତରେ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି:ଶ୍ରୁତି ଶର୍ମା

"ମୁମ୍ବାଇ: "ହୀରାମଣ୍ଡି" ଧାରାବାହିକରେ ନିଜ ଅଭିନୟ ଦ୍ବାରା ଦର୍ଶକଙ୍କ ମନ ଜିତିଥିବା ଅଭିନେତ୍ରୀ ଶ୍ରୁତି ଶର୍ମା ନିକଟରେ ଏକ ସ୍ବତନ୍ତ୍ର ସାକ୍ଷାତ୍କାରରେ ନିଜ ଅଭିନୟ ଜୀବନ, ସଂଘର୍ଷ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।

Advertisment ଶ୍ରୁତି କହିଛନ୍ତି ଯେ , "ଅଭିନୟ ଜଗତରେ ସଫଳତା ପାଇବା ପାଇଁ ତାଙ୍କୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡ଼ିଛି।

ଅନେକ ସମୟରେ ଭଲ ସୁଯୋଗ ହାତଛଡ଼ା ହୋଇଛି ଓ ଅନେକ ପ୍ରକଳ୍ପରୁ ବଞ୍ଚିତ ହେବାକୁ ପଡ଼ିଛି।

ତଥାପି ସେ କେବେ ନିରାଶ ହୋଇନାହାନ୍ତି।

ନିଜ କାମ ଉପରେ ବିଶ୍ବାସ ରଖ୍ ସେ ଆଗକୁ ବଢ଼ିଚାଲିଛନ୍ତି।

ତାଙ୍କ ମତରେ, ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ହିଁ ଜୀବନରେ ସଫଳତା ଆଣିଥାଏ।ଭବିଷ୍ୟତରେ ସେ ଏପରି ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଯେଉଁଥିରେ ତାଙ୍କ ପ୍ରତିଭା ଓ ଅଭିନୟ କ୍ଷମତାକୁ ପୂର୍ଣ୍ଣ ଭାବେ ଦେଖାଇବାର ସୁଯୋଗ ମିଳିବ।

କେବଳ ବଡ଼ ନାମ କିମ୍ବା ବଡ଼ ପ୍ରଯୋଜନା ସଂସ୍ଥା ସହ କାମ କରିବା ତାଙ୍କର ଲକ୍ଷ୍ୟ ନୁହେଁ, ବରଂ ଭଲ କାହାଣୀ ଓ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସେ ଅଧିକ ଗୁରୁତ୍ବ ଦିଅନ୍ତି।

ଗ୍ୟାସ୍ ଲିକ୍ ଘଟଣାରେ ମୃତ ୭ ଓଡ଼ିଆ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ "ହୀରାମଣ୍ଡି"ର ଦ୍ବିତୀୟ ଭାଗ ବିଷୟରେ ପଚାରାଯିବାରୁ ଶ୍ରୁତି କହିଛନ୍ତି ଯେ ଯଦି ସୁଯୋଗ ମିଳେ, ସେ ନିଶ୍ଚିତ ଭାବେ ଏହି ଧାରାବାହିକର ପରବର୍ତ୍ତୀ ଭାଗରେ କାମ କରିବାକୁ ଚାହିବେ। "ହୀରାମଣ୍ଡି" ସହ ତାଙ୍କର ଅନେକ ସ୍ମୃତି ଜଡ଼ିତ ଥିବାରୁ ପୁଣିଥରେ ଏହାର ଅଂଶ ହେବା ତାଙ୍କ ପାଇଁ ଏକ ବଡ଼ ଖୁସିର ବିଷୟ ହେବ ।  "ହୀରାମଣ୍ଡି" ମାଧ୍ୟମରେ ସେ ଦେଶର ବିଭିନ୍ନ ସ୍ଥାନର ଦର୍ଶକଙ୍କ ଭଲପାଇବା ଓ ପ୍ରଶଂସା ପାଇଛନ୍ତି।

"