Kalma is stopped: ୨ ଗେଟ୍ରେ ଅଟକିଯାଇଛି କଲମା
"ଝାରସୁଗୁଡ଼ା: ବ୍ୟାରେଜ୍ଗୁଡ଼ିକରେ ଜୁନ୍ ୧୬ ତାରିଖରୁ ସବୁ ଗେଟ୍ ଖୋଲିବାକୁ କେନ୍ଦ୍ର ଜଳ ଆୟୋଗର ସ୍ପଷ୍ଟ ନିୟମ ରହିଛି।
ହେଲେ ଛତିଶଗଡ଼ ସରକାର ଶିଳ୍ପ ସ୍ବାର୍ଥରେ ଏହି ନିୟମକୁ ଜଳାଞ୍ଜଳି ଦେଇଛନ୍ତି।
ଆଜି ଜୁନ୍ ୨୪ ତାରିଖ ହୋଇସାରିଥିଲେ ହେଁ କଲମାର ମାତ୍ର ୨ଟି ଗେଟ୍ ଖୋଲି ଚୁପ୍ ବସିଛନ୍ତି ସେଠାକାର ସରକାର।
କଲମା ବ୍ୟାରେଜ୍ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଏଥର ବି ଜୁନ୍ ୧୬ରୁ ସବୁ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଆସିଛି।
ହେଲେ ୨ଟି ବୃହତ୍ ଶିଳ୍ପର ଚାପରେ ତାହା ଅଟକିଯାଇଛି।
ଏହାଦ୍ବାରା ହୀରାକୁଦ ଜଳଭଣ୍ଡାର ସାଂଘାତିକ ଭାବେ ପ୍ରଭାବିତ ହୋଇଛି।ପ୍ରତିବର୍ଷ ଜୁନ୍ ୧୬ ତାରିଖରୁ କଲମା ସମେତ ଉପରମୁଣ୍ଡର ସମସ୍ତ ବ୍ୟାରେଜ୍ରୁ ଗେଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ପ୍ରାୟ ୨୦ରୁ ୨୨ ତାରିଖ ସୁଦ୍ଧା ସବୁ ଗେଟ୍ ଖୋଲିଯାଇଥାଏ।
ହେଲେ ଏ ବର୍ଷ ଛତିଶଗଡ଼ ସରକାର କଲମାର ମାତ୍ର ୨ଟି ଗେଟ୍ ଖୋଲି ପାଣି ଗଚ୍ଛିତ ରଖିଛନ୍ତି।
ଖୋଲାଥିବା ୨ଟି ଗେଟ୍ର ପାଣି ବି ଓଡ଼ିଶା ସୀମାକୁ ଛୁଇଁ ପାରୁନଥିବା ଲକ୍ଷ୍ୟ କରାଯାଉଛି।
ଯାହା ବି ଆସୁଛି, ତାକୁ ଶୁଖିଲା ବାଲି ଶୋଷି ନେଉଛି।
ଏପଟେ ଇବ୍ନଦୀର ଉପରମୁଣ୍ଡ ଯଶପୁର ନିକଟ ସମଡମାଠାରେ ବନ୍ଧ ବାନ୍ଧି ଛତିଶଗଡ଼ ପାଣି ଅଟକାଇ ରଖିଥିବାରୁ ହୀରାକୁଦକୁ ଟୋପାଏ ପାଣି ଆସୁନାହିଁ।
ଖାଲି ସେତିକି ନୁହେଁ, କେଲୋ ଡ୍ୟାମ୍ରୁ ଆରମ୍ଭ କରି ନିକଟରେ କାର୍ଯ୍ୟକାରୀ କରିଥିବା ସାନକେଲୋର ବେଲେରିଆ ଆନିକଟ ଯାଏଁ ସବୁଠି ପାଣି ଅଟକାଇ ରଖିଛି ଛତିଶଗଡ଼।
ଫଳରେ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉଦ୍ବେଗଜନକ ହେଲାଣି।
ଆଜି ଜଳସ୍ତର ୬୦୦.୯୭ ଫୁଟକୁ ଖସିଛି।
ଗତବର୍ଷ ଆଜିର ଦିନରେ ୬୦୨.୧୫ ଫୁଟ୍ ଥିଲା।Advertisment Arrest the culprit: "ଦୋଷୀଙ୍କୁ ବାନ୍ଧ, ବିଡିଓ ଓ ଆଇଆଇସିଙ୍କୁ ନିଲମ୍ବନ କର" କଲମା ବ୍ୟାରେଜ୍ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କ କହିବା କଥା, ଏଥର ମଧ୍ୟ ଜୁନ୍ ୧୬ରୁ ସମସ୍ତ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଆସିଥିଲା।
ଏହି କ୍ରମରେ ୨ଟି ଗେଟ୍ ଖୋଲାଯାଇଥିବା ବେଳେ ଉଭୟ ପଟରେ ଥିବା ୨ଟି ବୃହତ୍ କଂପାନିର ଇନ୍ଟେକ୍ ୱେଲ୍କୁ ପାଣି ଅଭାବ ହେବା କାରଣରୁ ରାୟପୁର ମୁଖ୍ୟାଳୟରୁ ଅଧିକ ଗେଟ୍ ନ ଖୋଲିବାକୁ ନିର୍ଦ୍ଦେଶ ଆସିଛି।
କେବଳ ଶିଳ୍ପକୁ ଜଳଯୋଗାଣ ସ୍ବାର୍ଥରେ କଲମା ଉପରେ ଥିବା ସାରଡିହି, ବସନ୍ତପୁର, ଶବରିନାରାୟଣ, ମିରୋନି ଆଦି ସମସ୍ତ ବ୍ୟାରେଜ୍ର ଗେଟ୍ ପ୍ରାୟତଃ ବନ୍ଦ ରହିଛି।
ଆଗକୁ ଭଲ ବର୍ଷା ନ ହେଲେ ଅଧିକ ଗେଟ୍ ଖୋଲିବାର ସମ୍ଭାବନା ଆଦୌ ନାହିଁ ବୋଲି ଜଣାପଡ଼ିଛି।
The fastest Lego car: କିମାଶ୍ଚର୍ଯ୍ୟମ୍: ସବୁଠୁ ବେଗବାନ୍ ଲେଗୋ କାର୍ ଏ ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡ଼ିଶା ପଟରେ ଥିବା ସମସ୍ତ ଜଳସେଚନ ଉତ୍ସ ଅଚଳ ହୋଇଗଲାଣି।
ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାରେ ଜଳଭଣ୍ଡାର ପାଣି ଉପରେ ନିର୍ଭର କରି ସ୍ଥାପିତ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କେବଳ ଖରିଫ ଋତୁର ଶେଷ ଆଡ଼କୁ ହିଁ ପାଣି ଦେଇଥାନ୍ତି।
ହେଲେ ନଦୀର ସ୍ରୋତ ସଂପୂର୍ଣ୍ଣ ଶୁଖିଲା ପଡ଼ିବା କାରଣରୁ ଜଳଭଣ୍ଡାର ଉପକଣ୍ଠରେ ରହିଥିବା ଛୋଟଛୋଟ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଠପ୍ ହୋଇଯାଇଛି।
ଫଳରେ ବର୍ତ୍ତମାନ ତଳି ପକାଇବାକୁ ଯୋଜନା କରିଥିବା ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।"