SHG ମହିଳାଙ୍କ ବିଶ୍ବାସରେ ବିଷ

Sep 13, 2026 - 17:28
SHG ମହିଳାଙ୍କ ବିଶ୍ବାସରେ ବିଷ

ନନ୍ଦିଘୋଷ ବ୍ୟୁରୋ : SHG ମହିଳାଙ୍କ ବିଶ୍ବାସରେ ବିଷ। MBK ଓ CRPଙ୍କ ମିଲିଭଗତରେ ଚଞ୍ଚକତା। ମିଶନ ଶକ୍ତି ଋଣ ଟଙ୍କା ହେରଫେର ଅଭିଯୋଗ। କଟକ ଜିଲ୍ଲା ଆଠଗଡ ବ୍ଲକ କନ୍ଦରପୁର ପଞ୍ଚାୟତର ଶ୍ରୀମା ଏବଂ ମା’ ପନ୍ଥେଇ SHGର ମହିଳା ଠକାମୀର ଶିକାର ହୋଇଛନ୍ତି। ବ୍ୟାଙ୍କରୁ ଶ୍ରୀମା ଗ୍ରୃପକୁ ୪ ଲକ୍ଷ ଏବଂ ମା’ ପନ୍ଥେଇ ଗ୍ରୃପକୁ ୨ ଲକ୍ଷ ଟଙ୍କାର ଋଣ ମିଳିଥିବା ନେଇ MBK ସୂଚନା ଦେଇଥିଲେ। ମହିଳାମାନେ ପ୍ରତି ମାସରେ ଋଣ କିସ୍ତି ଟଙ୍କା MBKଙ୍କ ଜରିଆରେ ପୈଠ କରୁଥିଲେ ହେଁ ସେମାନଙ୍କୁ କୌଣସି ରସିଦ୍ ମିଳୁନଥିଲା। କିଛି ମାସ ପରେ ଠିକ ସମୟରେ ଋଣ ପରିଶୋଧ କରୁନଥିବା ଦର୍ଶାଇ ବ୍ୟାଙ୍କ ପକ୍ଷରୁ ମହିଳାଙ୍କୁ ଫୋନ୍ କଲ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଏନେଇ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ SHG ମହିଳା ମାନେ। ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ ନେଇ ମା’ ପନ୍ଥେଇ ଗ୍ରୁପର ସଦସ୍ୟାଙ୍କୁ MBK କହିଥିବା ବେଳେ ବ୍ୟାଙ୍କରେ ଗ୍ରୁପ ନାମରେ ୪ ଲକ୍ଷ ଟଙ୍କାର ଋଣ ହୋଇଥିବା ଜଣାପଡ଼ିଥିଲା। ସେହିପରି ଶ୍ରୀମା SHG ସହ ଅନ୍ୟ କିଛି SHGର ଋଣ କିସ୍ତି ଟଙ୍କାରେ ମଧ୍ୟ ଚଞ୍ଚକତା ହୋଇଥିବା ଜଣାପଡ଼ିଥିଲା।

ଘଟଣା ସମ୍ପର୍କରେ ଗ୍ରାମରେ ସଭା ଡକାଯାଇ MBKଙ୍କୁ ପଚରାଯିବାରୁ, ୭ ଦିନ ମଧ୍ୟରେ ସମସ୍ତ ଟଙ୍କା ବ୍ୟାଙ୍କକୁ ଦେବା ପାଇଁ ସେ ରାଜି ହୋଇଥିଲେ । ହେଲେ ମାସେ ବିତିବା ପରେ ମଧ୍ୟ ଟଙ୍କା ଫେରାଇନାହାନ୍ତି MBK । ଫଳରେ ଠକାମିର ଶିକାର ହୋଇଥିବା ଦର୍ଶାଇ ଆଠଗଡ଼ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ଅନେକ SHG ସଦସ୍ୟା। MBK ଏବଂ CRPଙ୍କ ମିଲିଭଗତରେ ୪ SHGର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଏହାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି। ସେପଟେ ପୂରା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଠଗଡ ବିଡିଓ କହିଛନ୍ତି। ମିଶନ ଶକ୍ତି ଋଣ ଟଙ୍କା ହେରଫେର ଅଭିଯୋଗକୁ ନେଇ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ?   SHG ମହିଳାଙ୍କୁ କେବେ ନ୍ୟାୟ ମିଳୁଛି?  ତା ଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)