ଭକ୍ତିମୟ ପରିବେଶ ,ମହିମା ଅଲେଖ ଧ୍ବନିରେ ପ୍ରକମ୍ପିତ ଗଗନ ପବନ

Sep 13, 2026 - 17:28
ଭକ୍ତିମୟ ପରିବେଶ ,ମହିମା ଅଲେଖ ଧ୍ବନିରେ ପ୍ରକମ୍ପିତ ଗଗନ ପବନ

ନନ୍ଦିଘୋଷ ବ୍ୟୁରୋ : ଭକ୍ତିମୟ ପରିବେଶ । ମହିମା ଅଲେଖ ଧ୍ବନିରେ ପ୍ରକମ୍ପିତ ଗଗନ ପବନ। ଢେଙ୍କାନାଳ ଯୋରନ୍ଦା ମହିମାଗାଦିରେ ପାଳିତ ହୋଇଛି ପବିତ୍ର ନୂଆଁଖାଇ । ନୂଆ ଚୁଡ଼ାରୁ ପ୍ରସ୍ତୁତ ହୋଇଛି ନବାନ୍ନ। ବ୍ରହ୍ମ ମୁହୂର୍ତ୍ତରେ ମହିମା ଗୋସାଇଁଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଥିଲା ସମୂହ ସେବନ। ଏହି ନବାନ୍ନ ପ୍ରସ୍ତୁତିର ମଧ୍ୟ ରହିଛି ସ୍ୱତନ୍ତ୍ର ପରମ୍ପରା। ନୂଆ ଚୁଡ଼ା ସହ ସେଓ, ଅଙ୍ଗୁର, ନଡ଼ିଆ, କମଳା, ଡାଳିମ୍ବ ଭଳି ଫଳ ସହିତ କ୍ଷୀର, ଦହି, ଛେନା, ଗୁଡ଼, ମହୁ, ଘିଅ ଓ ଗୁଜୁରାତି ଆଦି ମିଶାଇ ପ୍ରସ୍ତୁତ କରାଯାଏ ଏହି ନବାନ୍ନ।

ମହିମା ଧର୍ମର ଉତ୍ପତ୍ତିସ୍ଥଳ ଯୋରନ୍ଦା ମହିମାଗାଦିରେ ଏହି ନୂଆଁଖାଇ ପର୍ବର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ବର୍ଷର ପ୍ରଥମ ଶସ୍ୟକୁ ପ୍ରଥମେ ମହିମା ଗୋସାଇଁଙ୍କୁ ଅର୍ପଣ କରିବାର ପରମ୍ପରା ରହିଛି।ବିଶ୍ୱାସ ରହିଛି, ମହିମା ଗୋସାଇଁଙ୍କ ନିକଟରେ ନୂଆ ଶସ୍ୟ ଅର୍ପଣ କରି ନବାନ୍ନ ସେବନ କଲେ ଜଗତର ମଙ୍ଗଳ ସହ ପରିବାରରେ ସୁଖଶାନ୍ତି ବଜାୟ ରହେ। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ଏହି ପର୍ବ ପାଳିତ ହୋଇଥାଏ।

କେବଳ ଢେଙ୍କାନାଳ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନ ସହ ରାଜ୍ୟ ବାହାରୁ ମଧ୍ୟ ଯୋରନ୍ଦାରେ ପହଞ୍ଚିଛନ୍ତି ହଜାର ହଜାର ମହିମା ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ମହିମା ଭକ୍ତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)