ଗୋଟିଏ ସପ୍ତାହ ସାବଧାନ ରୁହ !

Oct 31, 2026 - 15:53
ଗୋଟିଏ ସପ୍ତାହ ସାବଧାନ ରୁହ !

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ୭ ଦିନ ସତର୍କ ରୁହ ! ସପ୍ତାହେ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖ ! ୩୩ ଦେଶରେ ଜାରି ହେଲା ନିର୍ଦ୍ଦେଶ ।  ବିଶ୍ୱର ପ୍ରାୟ ୩୩ଟି ଦେଶ ନିଜ ନାଗରିକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛନ୍ତି। ଏହି ଦେଶଗୁଡ଼ିକ ନିଜ ନାଗରିକମାନଙ୍କୁ ଆଗାମୀ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ଘରେ ଅତି କମ୍‌ରେ ୭ ଦିନ ପର୍ଯ୍ୟନ୍ତ ଚଳିବା ଭଳି ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଟର୍ଚ୍ଚ, ଅତିରିକ୍ତ ବ୍ୟାଟେରୀ, ପାୱାର ବ୍ୟାଙ୍କ୍, ରେଡିଓ, ପ୍ରାଥମିକ ଚିକିତ୍ସା କିଟ୍ ଏବଂ କିଛି ନଗଦ ଟଙ୍କା ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କା, ରୁଷ-ୟୁକ୍ରେନ୍ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ସାଇବର ଆକ୍ରମଣ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହେବା ଭଳି ସମ୍ଭାବ୍ୟ ବିପଦକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଛି। ଯଦି କୌଣସି ଜରୁରୀ ପରିସ୍ଥିତିରେ ବଜାର, ପରିବହନ, ବିଦ୍ୟୁତ୍ କିମ୍ବା ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୁଏ, ତେବେ ଲୋକମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସରକାରମାନେ ଏଭଳି ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି। ନାଗରିକମାନଙ୍କୁ ନିଜ ପରିବାର ସହ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା, ଆବଶ୍ୟକ ଦସ୍ତାବିଜ୍ ସୁରକ୍ଷିତ ରଖିବା ଏବଂ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବାକୁ ମଧ୍ୟ କୁହାଯାଉଛି। ତେବେ ଏହି ସତର୍କତାର ଅର୍ଥ ନୁହେଁ ଯେ ବିଶ୍ୱରେ ତୁରନ୍ତ କୌଣସି ବଡ଼ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ଘଟିବାକୁ ଯାଉଛି। ବରଂ ଭବିଷ୍ୟତରେ ଯେକୌଣସି ଅପ୍ରତ୍ୟାଶିତ ସଙ୍କଟର ସାମ୍ନା କରିବା ପାଇଁ ନାଗରିକମାନଙ୍କୁ ସଚେତନ ଓ ଆତ୍ମନିର୍ଭରଶୀଳ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)