Seven Marathons: ଗର୍ଭାବସ୍ଥାରେ ସାତଟି ମାରାଥନ୍
ଗର୍ଭବତୀ ଥିବା ଅବସ୍ଥାରେ ମାରାଥନ୍ ଦୌଡ଼ିବା ଅନେକଙ୍କୁ ଅସମ୍ଭବ ତଥା ବିପଜ୍ଜନକ ମନେ ହୋଇପାରେ।
ତେବେ ଆମେରିକାର ନ୍ୟୁୟର୍କ ସହରର ୩୮ ବର୍ଷୀୟା ଡେଅର୍ଡ୍ରେ କିଏନ୍ ଏହାକୁ ଭୁଲ୍ ପ୍ରମାଣିତ କରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ସେ ଗର୍ଭାବସ୍ଥାରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ମୋଟ ସାତଟି ମାରାଥନ୍ ଦୌଡ଼ି ସାରିଲେଣି।
Advertisment Kailash Kher: ମୁଁ ନାଗସାପକୁ ପୋଷା କରି ରଖିଥିଲି: କୈଳାସ ଖେର ୨୦୨୫ରେ ବିବାହ କରିଥିବା ଡେଅର୍ଡ୍ରେ ପେସାରେ ଜଣେ ନର୍ସ।
ନଭେମ୍ବର ପହିଲାରେ ସେ ୩୪ ସପ୍ତାହ ବା ପ୍ରାୟ ୮ ମାସର ଗର୍ଭବତୀ ଥିବାବେଳେ ଗର୍ଭାବସ୍ଥାରେ ସପ୍ତମ ମାରାଥନ୍ ଦୌଡ଼ ସମାପ୍ତ କରିଥିଲେ।
ଏଥିସହିତ ସେ ବର୍ଷକ ମଧ୍ୟରେ ବିଶ୍ୱର ସମସ୍ତ ୭ଟି ପ୍ରମୁଖ ମାରାଥନ୍ ଦୌଡ଼ ଶେଷ କରିଛନ୍ତି।
ସେ ଏ ବର୍ଷର ନ୍ୟୁୟର୍କ ସିଟି ମାରାଥନ୍କୁ ଚାରି ଘଣ୍ଟା ଛଅ ମିନିଟ୍ରେ ସାରିଥିଲେ।
୨୦୨୫ରେ ତାଙ୍କୁ ଏହି ମାରାଥନ୍ ଦୌଡ଼ିବାକୁ ତିନି ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଲାଗିଥିଲା।
ନିଜ ସଫଳତା ସମ୍ପର୍କରେ ଡେଅର୍ଡ୍ରେ କହନ୍ତି, ଏହା ଏକ ଅଦ୍ଭୁତ ଅଭିଜ୍ଞତା ଥିଲା।
ସେ ନିଜେ କେତେ ଫିଟ୍ ତାହା ଧ୍ୟାନରେ ରଖି ଡାକ୍ତରମାନଙ୍କ ପରାମର୍ଶ କ୍ରମେ ସେ ସମସ୍ତ ମାରାଥନ୍ ଦୌଡ଼ିଥିଲେ।
Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ ଡେଅର୍ଡ୍ରେଙ୍କ କହିବା ଅନୁସାରେ, ସେ ବହୁତ ଜିଦ୍ଖୋର ଓ ଦୃଢ଼ପ୍ରତିଜ୍ଞ।
ତାଙ୍କ ବାପା ହେଉଛନ୍ତି ତାଙ୍କ ପ୍ରେରଣା।
ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ବାପା କର୍କଟ ରୋଗରେ ପ୍ରାଣ ହରାଇଥିଲେ।
ତେବେ ସେ ତାଙ୍କ ଜୀବନର ଶେଷ ମାସଗୁଡ଼ିକରେ ଦୌଡ଼ିବା ଅଭ୍ୟାସ ଜାରି ରଖିଥିଲେ ଏବଂ ତାଙ୍କର ଶେଷ ଦୌଡ଼ ଥିଲା ନ୍ୟୁୟର୍କ ସିଟି ମାରାଥନ୍।
ବାପାଙ୍କ ସମ୍ମାନରେ ଡେଅର୍ଡ୍ରେ ମଧ୍ୟ ମାରାଥନ୍ ଦୌଡ଼ିବା ଆରମ୍ଭ କଲେ।
ସେ ଏ ଭିତରେ ସତୁରିଟି ମାରାଥନ୍ ଦୌଡ଼ି ସାରିଲେଣି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
