Four trendy colors: ସ୍କାର୍ଫର ଚାରିଟି ଟ୍ରେଣ୍ଡି ରଙ୍ଗ
ଶୀତଦିନ ଆସିଲେ ପୋଷାକ ସାଙ୍ଗକୁ ଫ୍ୟାସନ୍ ଆସେସରିଜ୍ର ଟ୍ରେଣ୍ଡ୍ ମଧ୍ୟ ବଦଳିଯାଏ।
ଏହି ଋତୁରେ ସ୍ୱେଟର୍, ଜ୍ୟାକେଟ୍ ଓ କୋଟ୍ ସହ ସ୍କାର୍ଫ ପିନ୍ଧିବାକୁ ଅନେକ ପସନ୍ଦ କରନ୍ତି।
ସ୍କାର୍ଫ କେବଳ ଥଣ୍ଡାରୁ ରକ୍ଷା କରେ ନାହିଁ, ସାଧାରଣ ପୋଷାକକୁ ମଧ୍ୟ ଷ୍ଟାଇଲିସ୍ ଲୁକ୍ ଦେଇଥାଏ।
ଫ୍ୟାସନ୍ ୱେବସାଇଟ୍ 'ହୁ ହ୍ୱାଟ୍ ୱେର୍'ର ରିପୋର୍ଟ ଅନୁସାରେ, ନିମ୍ନୋକ୍ତ ଚାରିଟି ରଙ୍ଗର ସ୍କାର୍ଫ ଏଥର ଟ୍ରେଣ୍ଡ୍ରେ ରହିବାକୁ ଯାଉଛି।
ରୟାଲ୍ ପର୍ପଲ୍: ବାଇଗଣୀ ରଙ୍ଗ ପସନ୍ଦ କରୁଥିବା ଲୋକଙ୍କ ପାଇଁ ରୟାଲ୍ ପର୍ପଲ୍ ଏକ ଭଲ ବିକଳ୍ପ।
ଏହି ଗାଢ଼ ବାଇଗଣୀ ରଙ୍ଗର ସ୍କାର୍ଫ ଦେଖିବାକୁ ଖୁବ୍ ଆକର୍ଷଣୀୟ।
କଳା, ଧଳା କିମ୍ବା କ୍ରିମ୍ ରଙ୍ଗର କୋଟ୍ ସହ ଏହା ଖୁବ୍ ଭଲ ମାନିଥାଏ।
ଯେଉଁମାନେ ସାଧାରଣ ପୋଷାକରେ ଟିକିଏ ଭିନ୍ନ ଲୁକ୍ ଚାହାନ୍ତି, ସେମାନେ ଏହି ରଙ୍ଗର ସ୍କାର୍ଫ ପିନ୍ଧିପାରିବେ।
Advertisment FSSAI: ବିସ୍ଲେରି ବିରୋଧରେ ଏଫ୍ଏସ୍ଏସ୍ଏଆଇର ପଦକ୍ଷେପ ଓକର୍: ହଳଦିଆ ଓ ସୁନେଲି ରଙ୍ଗର ମିଶ୍ରଣ ହେଉଛି ଓକର୍।
ଏହି ରଙ୍ଗର ସ୍କାର୍ଫ ଶୀତ ପୋଷାକରେ ଏକ ସୁନ୍ଦର ରଙ୍ଗ ଯୋଡ଼ିଥାଏ।
ବିଶେଷକରି କଳା, ବ୍ରାଉନ୍ ଓ ବେଜ୍ ରଙ୍ଗର ଜ୍ୟାକେଟ୍ ସହ ଏହା ଖୁବ୍ ଭଲ ମାନିଥାଏ।
ଚେରି ରେଡ୍: ଲାଲ୍ ରଙ୍ଗ ସବୁବେଳେ ଫ୍ୟାସନ୍ରେ ରହିଥାଏ।
ହେଲେ ଏଥର ଚେରି ରେଡ୍ ରଙ୍ଗର ସ୍କାର୍ଫ ବିଶେଷ ଆକର୍ଷଣ ସାଜିବ।
ଏହି ରଙ୍ଗ ପୋଷାକକୁ ଏକ ନୂଆ ଓ ଆକର୍ଷଣୀୟ ଲୁକ୍ ଦେଇଥାଏ।
କଳା କୋଟ୍ କିମ୍ବା ଧଳା ସ୍ୱେଟର ସହ ଚେରି ରେଡ୍ ସ୍କାର୍ଫ ପିନ୍ଧିଲେ ଏହାର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ।
Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ ଏସ୍ପ୍ରେସୋ ବ୍ରାଉନ୍: ଯେଉଁମାନେ ଗାଢ଼ ଓ ସରଳ ରଙ୍ଗ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏସ୍ପ୍ରେସୋ ବ୍ରାଉନ୍ ଏକ ଭଲ ବିକଳ୍ପ।
ଏହା ଗାଢ଼ କଫି ରଙ୍ଗ ପରି ଦେଖାଯାଏ।
ଏହି ରଙ୍ଗର ସ୍କାର୍ଫ କ୍ରିମ୍, ବେଜ୍ ଓ ହାଲୁକା ବ୍ରାଉନ୍ ରଙ୍ଗର ପୋଷାକ ସହ ଖୁବ୍ ମାନିଥାଏ।
ତେବେ ମନେ ରଖନ୍ତୁ, ସ୍କାର୍ଫ କିଣିବା ସମୟରେ ରଙ୍ଗ ସହିତ ଏହାର କପଡ଼ା ମଧ୍ୟ ଗୁରୁତ୍ବପୂର୍ଣ୍ଣ।
ନରମ ଓ ଗରମ କପଡ଼ାର ସ୍କାର୍ଫ ବାଛନ୍ତୁ, ଯାହା ପିନ୍ଧିବାକୁ ଆରାମଦାୟକ ଲାଗିବା ସହ ଥଣ୍ଡାରୁ ମଧ୍ୟ ରକ୍ଷା କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
