Sensex : ସେନ୍‌ସେକ୍ସରେ ୯୮୯ ପଏଣ୍ଟ ହ୍ରାସ

Nov 27, 2026 - 18:06
Sensex : ସେନ୍‌ସେକ୍ସରେ ୯୮୯ ପଏଣ୍ଟ ହ୍ରାସ

ମୁମ୍ବାଇ: ବଡ଼ କମ୍ପାନିର ସେୟାରରୁ ଲାଭ ପାଇବା ଆଶାରେ ନିବେଶକ ମାନେ ତାହାକୁ ବିକ୍ରି କରିବା ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରବୃଦ୍ଧି ପ୍ରଭାବରେ ଆଜି ଇକ୍ବିଟି ବଜାର କାରବାର ପ୍ରଭାବିତ ହୋଇଥିଲା।

ନିବେଶକମାନେ ବିଶେଷ କରି ସୂଚନା ପ୍ରଯୁକ୍ତି ଓ ଅଟୋମୋବାଇଲ୍‌ କମ୍ପାନିର ସେୟାର ବିକ୍ରି କରିଥିଲେ।

ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୯୮୯.୩୩ ପଏଣ୍ଟ ହ୍ରାସ ପାଇ ୮୩,୩୩୯.୨୬ ପଏଣ୍ଟରେ ବନ୍ଦ ହୋଇଥିଲା।

ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୭୭.୩୦ ପଏଣ୍ଟ ହ୍ରାସ ପାଇ ୨୫,୬୦୭.୨୦ ପଏଣ୍ଟରେ ବନ୍ଦ ହୋଇଥିଲା।ଗତ ଅକ୍ଟୋବରଠାରୁ ଇକ୍ବିଟି ବଜାରରେ ଉତ୍ସାହ ଫେରିଛି।

ଲାଗାତାର ଭାବେ ସେୟାର ବିକ୍ରି କରୁଥିବା ନିବେଶକମାନେ ପ୍ରତ୍ୟାବର୍ତ୍ତନ କରି ଗୋଟିଏ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି।

ତାହାର ପ୍ରଭାବରେ ଚଳିତ ସପ୍ତାହରେ ମଧ୍ୟ ସେନ୍‌ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା।

ମାତ୍ର ତୈଳ ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ପୁଣି ଦୁର୍ବଳ ହେବାରୁ ନିବେଶକମାନେ ଆଜି ସତର୍କ ହୋଇପଡ଼ିଥିଲେ।

ଆଗକୁ ମୂଲ୍ୟ ହ୍ରାସର ଆଶଙ୍କା କରାଯାଉଥିବା କମ୍ପାନିର ସେୟାରକୁ ବିକ୍ରି କରି ଲାଭ ହାସଲ କରିବାକୁ ସେମାନେ ଉଦ୍ୟମ କରିଥିଲେ।

Advertisment ସୂଚନା ପ୍ରଯୁକ୍ତି କମ୍ପାନି ମଧ୍ୟରେ ଟିସିଏସ୍, ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌, ଇନ୍‌ଫୋସିସ୍‌ ଓ ଟେକ୍‌ ମହିନ୍ଦ୍ରାର ସେୟାର ମୂଲ୍ୟ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା।

ଏହା ବ୍ୟତୀତ ମାରୁତି ସୁଜୁକି, ବଜାଜ ଫାଇନାନ୍ସ, ବଜାଜ ଫିନ୍‌ସର୍ଭ ଓ ଆକ୍ସିସ୍‌ ବ୍ୟାଙ୍କର ସେୟାର ମୂଲ୍ୟ ମଧ୍ୟ କମିିଥିଲା।

କୋଟକ୍‌ ମହିନ୍ଦ୍ରା ବାଙ୍କ, ଆଦାନୀ ପୋର୍ଟସ୍‌, ଇଟରନାଲ୍‌, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର ମୂଲ୍ୟ ମଧ୍ୟ ତଳକୁ ଖସିଥିଲା।

ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଭାରତୀ ଏୟାରଟେଲ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଏଲ୍‌ଆଣ୍ଡ୍‌ଟି, ଏନ୍‌ଟିପିସି, ଆଇଟିସି ଓ ହିନ୍ଦୁସ୍ତାନ ୟୁନିଲିଭର୍‌ ନାମ ମଧ୍ୟ ରହିଥିଲା।

୨ ଦିନରେ ସୁନା ମୂଲ୍ୟ ୫୧୨୦ ଟଙ୍କା ବୃଦ୍ଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)