Over 3 Lakh Rooftop Solar Systems ମାଗଣା ବିଜୁଳି ଯୋଜନାରେ ୩ ଲକ୍ଷରୁ ଅଧିକ ପିଏମ୍ ସୂର୍ଯ୍ୟ ଘର

Nov 27, 2026 - 20:45
Over 3 Lakh Rooftop Solar Systems ମାଗଣା ବିଜୁଳି ଯୋଜନାରେ ୩ ଲକ୍ଷରୁ ଅଧିକ ପିଏମ୍ ସୂର୍ଯ୍ୟ ଘର

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର, ମୁଫ୍ତ (ମାଗଣା) ବିଜୁଳି ଯୋଜନା ଅଧୀନରେ ୩,୦୧,୭୨୦ଟି ଆବାସିକ ରୁଫ୍‌ଟପ୍ ସୋଲାର୍ (ଛାତ ଉପରେ ସୌରଶକ୍ତି ପ୍ରକଳ୍ପ) ସ୍ଥାପନ କରାଯାଇଛି।

ସ୍ୱଚ୍ଛ ଶକ୍ତି ଅଭିଯାନରେ ରାଜ୍ୟ ସରକାର ୨୦୨୭ ମସିହା ପାଇଁ ରଖିଥିବା ଧାର୍ଯ୍ୟ ଲକ୍ଷ୍ୟ ଏଥି ମଧ୍ୟରେ ଅତିକ୍ରମ କରିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ତୃଣମୂଳ ସ୍ତରରେ ଜନସଚେତନତା ଯୋଗୁଁ ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ରୁଫ୍‌ଟଫ୍ ସୋଲାରକୁ ଲୋକମାନେ ଆପଣାଇଛନ୍ତି ବୋଲି ଆଜି (ଶୁକ୍ରବାର) ବିଧାନସଭାରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।

Advertisment PM Surya Ghar Yojana: ସଫଳ ହେଉନି ପିଏମ୍‌ ସୂର୍ଯ୍ୟଘର ଯୋଜନା: ୫ ହଜାର ଟପିନି ହିତାଧିକାରୀଙ୍କ ସଂଖ୍ୟା, ସବ୍‌ସିଡି ସତ୍ତ୍ବେ ମୁହଁ ମୋଡ଼ୁଛନ୍ତି ଗ୍ରାହକ ଯୋଜନାର ସଫଳତା ଉପରେ ମନ୍ତ୍ରୀ କହିଛନ୍ତି, ପିଏମ୍ ସୂର୍ଯ୍ୟ ଘର, ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୨୦୨୭ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଓଡ଼ିଶା ୩ ଲକ୍ଷ ରୁଫ୍‌ଟପ୍ ସୋଲାର ସ୍ଥାପନର ଲକ୍ଷ୍ୟ ଅତିକ୍ରମ କରିବା ରାଜ୍ୟର ସ୍ୱଚ୍ଛ ଓ ନିରନ୍ତର ଶକ୍ତି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।

ଅତିରିକ୍ତ ଆର୍ଥିକ ସହାୟତା, ବ୍ୟାପକ ସଚେତନତା ଅଭିଯାନ ଏବଂ ''ସୋଲାର ରଥ'' ଭଳି ପଦକ୍ଷେପ ମାଧ୍ୟମରେ ରୁଫ୍‌ଟପ୍ ସୋଲାରର ଲାଭକୁ ସିଧାସଳଖ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରାଯାଇଛି।

ପରିବାରଗୁଡ଼ିକ ପାଇଁ ସ୍ୱଚ୍ଛ ଓ ସୁଲଭ ଶକ୍ତିକୁ ଅଧିକ ସହଜଲଭ୍ୟ କରିବା ସହିତ ଉପଭୋକ୍ତାମାନଙ୍କୁ ରାଜ୍ୟର ସବୁଜ ଶକ୍ତି ପରିବର୍ତ୍ତନରେ ସକ୍ରିୟ ଅଂଶୀଦାର ହେବାକୁ ସଶକ୍ତ କରାଯାଇଛି।

PM Surya Ghar: ଅନ୍ଧାରରେ 'ପିଏମ୍‌ ସୂର୍ଯ୍ୟ ଘର': ଯୋଜନା ସମ୍ପର୍କରେ ଲୋକେ ଅଜଣା, ଅଢ଼େଇ ବର୍ଷରେ ୪୭୭୨ ଉପକୃତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଓଡ଼ିଶାରେ ଟାଟାର ଚାରୋଟି ବିଦ୍ୟୁତ୍ ବଣ୍ଟନ କମ୍ପାନି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଭେଣ୍ଡର ସୁବିଧା ପ୍ରଦାନ, ବୈଷୟିକ ଅନୁମୋଦନ ଏବଂ ଉପଭୋକ୍ତାଙ୍କ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କରି ଏହି ଚାରୋଟି ବିତରଣ କମ୍ପାନି ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ୱଚ୍ଛ ଶକ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)