Self Medication: ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଉଛନ୍ତି ୬୧% ଭାରତୀୟ
ନୂଆଦିଲ୍ଲୀ: ଆଜିକାଲି ସାମାନ୍ୟ ଦେହ ଖରାପ ହେଲେ ଅନେକ ଲୋକ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ନିଜେ ନିଜର ଚିକିତ୍ସା କରୁଛନ୍ତି।
ମୁଣ୍ଡବିନ୍ଧା, ଜ୍ୱର କିମ୍ବା ଥଣ୍ଡାକାଶ ହେଲେ ମେଡିକାଲ ଷ୍ଟୋରରୁ ଔଷଧ କିଣି ଖାଇବା ଏକ ସାଧାରଣ ଅଭ୍ୟାସ ପାଲଟିଛି।
ତେବେ ଏହି ଅଭ୍ୟାସ କେତେ ବିପଜ୍ଜନକ, ତାହା ଏକ ନୂଆ ଗବେଷଣାରୁ ସ୍ପଷ୍ଟ ହୋଇଛି।
'ବିଏମ୍ସି ପବ୍ଲିକ୍ ହେଲ୍ଥ' ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ଅନୁସାରେ, ଭାରତର ପ୍ରାୟ ୬୧.୧ ପ୍ରତିଶତ ଲୋକ ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପସନ୍ ବିନା ଔଷଧ ସେବନ କରୁଛନ୍ତି।
Advertisment ଏହି ଗବେଷଣାରେ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।
ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଭ୍ୟାସ ଅଧିକ ଦେଖିବାକୁ ମିଳିଛି।
ଏମାନଙ୍କ ମଧ୍ୟରେ ବିନା ଡାକ୍ତରୀ ପରାମର୍ଶରେ ଔଷଧ ସେବନ କରିବାର ହାର ୭୪ ପ୍ରତିଶତ ରହିଛି।
ରାଜ୍ୟ ଅନୁସାରେ ଦେଖିଲେ ମଧ୍ୟପ୍ରଦେଶରେ ଏହି ହାର ୬୮ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ।
ଏହି ଗବେଷଣାରେ ଗବେଷକମାନେ ଦେଶର ୨୩ଟି ରାଜ୍ୟ ଓ ୭୬ରୁ ଅଧିକ ସହରରେ ହୋଇଥିବା ୧୪୫ଟି ଅଧ୍ୟୟନର ତଥ୍ୟ ବିଶ୍ଳେଷଣ କରିଥିଲେ।
ଏଥିରେ ମୋଟ ୬୯,୮୭୬ ଜଣଙ୍କ ତଥ୍ୟ ସାମିଲ ହୋଇଥିଲା।
ସାମାନ୍ୟ ଲକ୍ଷଣକୁ ଅଣଦେଖା କରୋନା ମହାମାରୀ ପରେ ଏହି ପ୍ରବୃତ୍ତି ଆହୁରି ବଢ଼ିଥିବା ଗବେଷଣାରୁ ଜଣାପଡ଼ିଛି।
ମହାମାରୀ ପୂର୍ବରୁ ବିନା ଡାକ୍ତରୀ ପରାମର୍ଶରେ ଔଷଧ ସେବନର ହାର ୫୭ ପ୍ରତିଶତ ଥିବାବେଳେ କରୋନା ସମୟରେ ଏହା ୬୧ ପ୍ରତିଶତକୁ ବୃଦ୍ଧି ପାଇଥିଲା।
ମହାମାରୀ ପରବର୍ତ୍ତୀ ସମୟରେ ଏହା ୬୩ ପ୍ରତିଶତରେ ପହଞ୍ଚିଛି।
ଡାକ୍ତରଙ୍କ ପାଖରେ ଆପଏଣ୍ଟମେଣ୍ଟ ମିଳିବାରେ ବିଳମ୍ବ, ହସ୍ପିଟାଲରେ ସଂକ୍ରମଣ ଭୟ ଏବଂ ସାମାନ୍ୟ ଲକ୍ଷଣକୁ ଅଣଦେଖା କରିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି।
Eating Oats : ପ୍ରତିଦିନ ଓଟ୍ସ ଖାଇଲେ ଶରୀରରେ କ'ଣ ପ୍ରଭାବ ପଡ଼େ, ଚାଲନ୍ତୁ ଜାଣିବା...
ଅନ୍ତନଳୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବିନା ପରାମର୍ଶରେ ଔଷଧ ସେବନ କରିବା ଶରୀର ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ।
ବିଶେଷକରି ନିଜ ଇଚ୍ଛାରେ ଆଣ୍ଟିବାୟୋଟିକ୍ ଖାଇଲେ ଶରୀରରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇପାରେ।
ଫଳରେ ଭବିଷ୍ୟତରେ ଗମ୍ଭୀର ସଂକ୍ରମଣ ସମୟରେ ଏହି ଔଷଧ ଆଉ କାମ କରିନପାରେ।
ସେହିପରି ବାରମ୍ବାର ପେନ୍କିଲର୍ ଖାଇବା ଦ୍ୱାରା ଲିଭର, କିଡ୍ନି ଓ ଅନ୍ତନଳୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ।
ତେଣୁ ନିଜ ଇଚ୍ଛାରେ ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
