Mahaprabhu: ରାଜାଧିରାଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

Nov 25, 2026 - 05:57
Mahaprabhu: ରାଜାଧିରାଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ।

ପରମ୍ପରା ଅନୁଯାୟୀ, ସୁନାବେଶ ବର୍ଷରେ ୫ଥର ଅନୁଷ୍ଠିତ ହୋଇଥାଏ।

ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହେଉଥିବା ବେଳେ ଦଶହରା, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀରେ ରତ୍ନ ସିଂହାସନ ଉପରେ ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି।

ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

Advertisment Neglect: ମୁଣ୍ଡ ଗୁଂଜିବାକୁ ଦୃଷ୍ଟିହୀନ ଯଦୁଙ୍କ ନାହିଁ ଘର, ମିଳିନି ତିନି ମାସର ଭତ୍ତା ତେବେ ପୂର୍ବ ବ‌ର୍ଷ ଅପେକ୍ଷା ଏଥର ସଂଖ୍ୟା ହ୍ରାସ ପାଇଥିଲା।

ରାସପୂର୍ଣ୍ଣିମା ଅବସରରେ ଆଜି ଦୋଳଗୋବିନ୍ଦଙ୍କ ଅଭିଷେକ ହୋଇଥିଲା।

ପୂର୍ବ ରାତ୍ର ପହୁଡ଼ ହୋଇନଥିଲା।

ତେଣୁ ଆଜି ଭୋର ୫ଟା ୨୦ରେ ମଙ୍ଗଳ ଆଳତି ହୋଇଥିଲା।

ମଇଲମ, ତଡ଼ପ ଲାଗି, ଅବକାଶ ପୂଜା, ରୋଷ ହୋମ ପରେ ସକାଳ ସାଢ଼େ ୬ଟାରେ ରାଜାଧିରାଜ ବେଶ ଆରମ୍ଭ ହୋଇଥିଲା।

୭ଟା ୫୦ରେ ବେଶ ଶେଷ ହୋଇଥିଲା।

ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ ପୂଜା ହୋଇ ସକାଳ ଧୂପ ହୋଇଥିଲା।

Maoist dumps: ଆବାପଲ୍ଲୀର ପେଦ୍ଦାପୁନ୍ନୁର ଜଙ୍ଗଲରୁ ବନ୍ଧୁକ ଓ ବିସ୍ଫୋରକ ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)