Ramayana Play Turns Tragic: ମଞ୍ଚ ଉପରେ ଟଳିପଡ଼ିଲେ 'ହନୁମାନ', ନାଟକ ଚାଲିଥିବା ବେଳେ ଅଭିନେତାଙ୍କ ମୃତ୍ୟୁ
ମଞ୍ଚ ଉପରେ ଟଳି ପଡିଲେ ହନୁମାନ।
ନାଟକ ପରିବେଷଣ ବେଳେ ହନୁମାନ ବେଶରେ ଅଭିନୟ କରୁଥିବା ମିଥୁନ ପ୍ରଧାନଙ୍କ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗାଁରେ 'ରାମାୟଣ ବା ସତୀ ଲୁହରେ ଜଳୁଛି ଲଙ୍କା' ନାଟକ ଚାଲିଥିଲା।
ସେହି ଗାଁର ମିଥୁନ ପ୍ରଧାନ ହନୁମାନ ବେଶ ଧାରଣ କରିଥିଲେ।
ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଟଳିପଡିଥିଲେ।
ସଙ୍ଗେ ସଙ୍ଗେ ତାଙ୍କୁ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Advertisment ମଞ୍ଚ ଉପରେ ଟଳି ପଡିଲେ 'ହନୁମାନ' ନାଟକ ପରିବେଷଣ ବେଳେ ଟଳି ପଡିଲେ ହନୁମାନ ହନୁମାନ ବେଶରେ ଅଭିନୟ କରୁଥିଲେ ମିଥୁନ ପ୍ରଧାନ ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗାଁର ମିଥୁନ ପ୍ରଧାନଙ୍କ ମୃତ୍ୟୁ 'ରାମାୟଣ' ନାଟକ ଚାଲିଥିବା ବେଳେ ମିଥୁନଙ୍କ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
