Trump: ପୁଣି କଠୋର ଆଭିମୁଖ୍ୟ ଦେଖାଇଲେ ଟ୍ରମ୍ପ:ଭେନେଜୁଏଲା ଗୋଟେ ଘଣ୍ଟାରେ ଏବଂ ଇରାନ ଗୋଟେ ସପ୍ତାହରେ ଶେଷ
"ୱାସିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି।
ନିଜର ଶ୍ରେୟ ଦର୍ଶାଇ ସେ ଘୋଷଣା କରିଛନ୍ତି ଯେ, ଭେନେଜୁଏଲା ଗୋଟିଏ ଘଣ୍ଟା ମଧ୍ୟରେ ଏବଂ ଇରାନ ଗୋଟିଏ ସପ୍ତାହରେ ଧ୍ୱଂସ ପାଇଯାଇଛି।
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତିମ ସଂସ୍କାର ହେବାକୁ ଯାଉଥିବା ସମୟରେ ଟ୍ରମ୍ପଙ୍କ ସେହି ପୁରୁଣା ମନୋଭାବ ପୁଣି ଦେଖିବାକୁ ମିଳିଛି।
ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଥିବା ଆୟାତୋଲ୍ଲାଙ୍କ ପାର୍ଥିବ ଶରୀରର ବିଦାୟ ସମାରୋହ ଏବଂ ପ୍ରାର୍ଥନା ସଭା ଜୁଲାଇ ୪ ଏବଂ ୫ ତାରିଖରେ ତେହେରାନର ଗ୍ରାଣ୍ଡ ମୋସାଲ୍ଲାରେ ଅନୁଷ୍ଠିତ ହେବ ଏବଂ ଜୁଲାଇ ୬ ତାରିଖରେ ଅନ୍ତିମ ସଂସ୍କାର କରାଯିବ।Advertisment ଟ୍ରମ୍ପଙ୍କ ସେହି ପୁରୁଣା ମନୋଭାବ ପୁଣି ଦେଖିବାକୁ ମିଳିଛି ଭେନେଜୁଏଲାରେ ଚଢାଉ ପାଇଁ ଟ୍ରମ୍ପ ତାଙ୍କ ସେନାକୁ ପ୍ରଶଂସା କରି ଏହାକୁ ବିଶ୍ୱ ଇତିହାସର ସର୍ବୋତ୍ତମ ସାମରିକ ଚଢାଉ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ,ଜାନୁଆରି ୨୦୨୬ରେ, ଆମେରିକାର ସେନା ଭେନେଜୁଏଲାରେ ଅପରେସନ ଆବସୋଲ୍ୟୁଟ ରିଜଲଭ୍ ଆରମ୍ଭ କରିଥିଲା ଏବଂ ବିମାନ ଆକ୍ରମଣ ପରେ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ସେମାନଙ୍କ ବାସଭବନରୁ ଗିରଫ କରିଥିଲା।
ଟ୍ରମ୍ପଙ୍କ ସେନା ସେମାନଙ୍କୁ ଡ୍ରଗ୍ସ ଚାଲାଣ ପାଇଁ ବିଚାର ପାଇଁ ଆମେରିକାକୁ ନେଇଯାଇଥିଲେ।
ଦେଶର ନାଗରିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଗତ ସପ୍ତାହରେ, ଆମେ ଇରାନ ସହିତ ସଂଘର୍ଷର ଅନ୍ତ ଏବଂ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲିବା ପାଇଁ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଥିଲୁ।
ପୂର୍ବରୁ କୌଣସି ରାଷ୍ଟ୍ରପତି ଏହା କରିନାହାନ୍ତି।
ସେ ଏହା ମଧ୍ୟ ଦୋହରାଇଥିଲେ ଯେ ଇରାନ କେବେବି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ।
ବୁଧବାର ଦିନ ଆମେରିକୀୟ ନାଗରିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଇରାନର ମିନାବରେ ଏକ ବାଳିକା ବିଦ୍ୟାଳୟ ଉପରେ ଆକ୍ରମଣ ପାଇଁ ଆମେରିକୀୟ ସେନା ପ୍ରକୃତରେ ଦାୟୀ କି ନାହିଁ ସେ ବିଷୟରେ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି, ଯଦିଓ ଏନେଇ ଇରାନ ଆମେରିକୀୟ ସେନାକୁ ଦାୟୀ କରିଥିଲା।
ଟ୍ରମ୍ପ୍ କହିଛନ୍ତି ଯେ, ମିନାବରେ ଆକ୍ରମଣ କିଏ କରିଛି ତାହା ସ୍ପଷ୍ଟ ନୁହେଁ।
ସେ କହିଛନ୍ତି, କ୍ଷେପଣାସ୍ତ୍ର ସବୁଠି ପଡ଼ିଛି।
କେତେକ କହିଛନ୍ତି, ସେଗୁଡ଼ିକ ଆମେରିକୀୟ କ୍ଷେପଣାସ୍ତ୍ର।
ସମ୍ଭବତଃ ସେଗୁଡ଼ିକ ଆମର କ୍ଷେପଣାସ୍ତ୍ର ନୁହେଁ।
ମୁଁ ଏପରି କିଛି ଦେଖିନାହିଁ ଯାହା ମୋତେ ବିଶ୍ୱାସ କରାଇବ ଯେ ଏହା ଆମର କ୍ଷେପଣାସ୍ତ୍ର। https://sambad.in/india-and-beyond/trump-expresses-displeasure-in-front-of-nato-chief-12103357 "