Earthquakes: କିଛି ଘଣ୍ଟା ମଧ୍ୟରେ ୩ଟି ମହାଦେଶକୁ ଦୋହଲାଇ ଦେଇଥିଲା ୩ଟି ଶକ୍ତିଶାଳୀ ଭୂମିକମ୍ପ
"ନୂଆଦିଲ୍ଲୀ: ଜୁନ୍ ୨୪ ଓ ୨୫ ତାରିଖ ମଧ୍ୟରେ ଭେନେଜୁଏଲା, ଜାପାନ ଓ କାଲିଫର୍ଣ୍ଣିଆରେ ବଡ଼ଧରଣ ଭୂମିକମ୍ପ ଆସିଥିବାବେଳେ ଏହିସବୁ ଭୂମିକମ୍ପ ଭିତରେ କୌଣସି ସଂଯୋଗ ରହିଛି କି ବୋଲି ପ୍ରଶ୍ନ ଉଠିଛି।ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଆସିବାର କିଛି ସମୟ ପରେ ଜାପାନକୁ ମଧ୍ୟ ଏକ ବଡ଼ଧରଣର ଭୂମିକମ୍ପ ଦୋହଲାଇ ଦେଇଥିଲେ।
ଉତ୍ତର କାଲିଫର୍ଣ୍ଣିଆରେ ଏକ ମଧ୍ୟମ ଧରଣ ଭୂକମ୍ପ ଆସି ବ୍ୟାପକ ଅଞ୍ଚଳରେ କମ୍ପନ ସୃଷ୍ଟି ହୋଇଥିଲା।Advertisment ଜୁନ୍ ୨୫ ତାରିଖ ଦିନ ଭାରତୀୟ ସମୟ ଅନୁସାରେ ଭୋର ୩ଟା ୩୪ ମିନିଟ ସମୟରେ ଭେନେଜୁଏଲାରେ ପ୍ରଥମ ବଡ଼ ଭୂମିକମ୍ପ ଘଟିଥିଲା ।
କାରାକାସର ପଶ୍ଚିମରେ ୟାରାକୁଇ ରାଜ୍ୟର ମୋରୋନ ନିକଟରେ ୭.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା।
ସେହି ସମାନ ଅଞ୍ଚଳରେ ଏହାର କିଛି ସମୟ ପରେ ୭.୫ ତୀବ୍ରତା ଆଉ ଏକ ବଧଡ଼ରଣର ଭୂମିକମ୍ପ ଆସିଥିଲା।
ଭେନେଜୁଏଲାରେ ୧୦୦ ବର୍ଷରୁ ଅଧିକ ସମୟ ଇତିହାସରେ ଆଜିର ଭୂମିକମ୍ପ ସବୁଠୁ ଶକ୍ତିଶାଳୀ ଥିଲା।
ଭୂମିକମ୍ପ ଯୋଗୁ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିବାବେଳେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା।
ଆହୁରି ଶସ୍ତା ହେଲା ସୁନା ଓ ରୁପା ଦର ଏହାର ପାଖାପାଖି ୩୦ରୁ ୪୦ ମିନିଟ ପରେ ଜାପାନର ଉତ୍ତର ପୂର୍ବରେ ଇୱାଟେ ପ୍ରିଫେକ୍ଚରର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ୭.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।
ଏହାପୂର୍ବରୁ ଜୁନ୍ ୨୪ ତାରିଖରେ ଭାରତୀୟ ସମୟ ଅନୁସାରେ ରାତି ୮ଟା ୪୦ ମିନିଟରେ ମେଣ୍ଡୋସିନୋ କାଉଣ୍ଟିର ରେଡଉଡ୍ ଭ୍ୟାଲି ନିକଟରେ ଉତ୍ତର କାଲିଫର୍ଣ୍ଣିଆରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ତିନିଟି ମହାଦେଶରେ ଚାରିଥର ଭୂମିକମ୍ପ ଅନୁଭୂତ ହୋଇଥିଲା।
ଏହି ସବୁ ଭୂମିକମ୍ପ ମଧ୍ୟରେ କୌଣସି ସଂଯୋଗ ରହିଛି କି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।
ତେବେ ବୈଜ୍ଞାନିକମାନେ ଏହି ତିନି ମହାଦେଶରେ ଅନୁଭୂତ ଭୂମିକମ୍ପ ମଧ୍ୟରେ କୌଣସି ସଂଯୋଗ ନଥିବା କହିଛନ୍ତି।
ତିନି ମହାଦେଶର ଟେକ୍ଟୋନିକ୍ ସେଟିଂରେ କୌଣସି ସମ୍ପର୍କ ନଥିବା କୁହାଯାଇଛି।
ଭେନେଜୁଏଲା କାରିବିଆନ ଓ ଦକ୍ଷିଣ ଆମେରିକୀୟ ପ୍ଲେଟ ମଧ୍ୟରେ ଏକ ଜଟିଳ ସୀମାରେ ଅବସ୍ଥିତ, ଯେଉଁଠାରେ ପ୍ଲେଟଗୁଡ଼ିକ ପରସ୍ପର ଅତିକ୍ରମ କରି ଖସିଯାଆନ୍ତି।
ଜାପାନ ଭୂକମ୍ପ ଦୃଷ୍ଟିରୁ ସକ୍ରିୟ ରିଙ୍ଗ ଅଫ୍ ଫାୟାର ଉପରେ ଅବସ୍ଥିତ, ଯେଉଁଠାରେ ପ୍ରଶାନ୍ତ ମହାସାଗରୀୟ ପ୍ଲେଟ ଅନ୍ୟ ପ୍ଲେଟଗୁଡ଼ିକ ତଳେ ଅବନତ ହୁଏ, ଯାହା ଫଳରେ ବାରମ୍ବାର ଶକ୍ତିଶାଳୀ ଭୂମିକମ୍ପ ସୃଷ୍ଟି ହୁଏ।
ଅନ୍ୟପକ୍ଷରେ କାଲିଫର୍ଣ୍ଣିଆର ଭୂମିକମ୍ପ ସାନ୍ ଆଣ୍ଡ୍ରିଆସ୍ ସିଷ୍ଟମର ଫଲ୍ଟ ସହିତ ଜଡିତ।
ଯଦିଓ ଏକ ବଡ଼ ଭୂମିକମ୍ପ ଶକ୍ତି ନିର୍ଗତ କରେ ଯାହା ସାରା ବିଶ୍ୱରେ ଦୂରବର୍ତ୍ତୀ ଫଲ୍ଟଗୁଡ଼ିକରେ ବହୁତ ଛୋଟ ଚାପ ପରିବର୍ତ୍ତନ ସୃଷ୍ଟି କରିପାରେ, ଏହି ପ୍ରଭାବଗୁଡ଼ିକ ସାଧାରଣତଃ ହଜାର ହଜାର କିଲୋମିଟର ଦୂରରେ ଏହା ଆଉ ଏକ ଭୂମିକମ୍ପ ସୃଷ୍ଟି କରିବା ପାଇଁ ବହୁତ ଦୁର୍ବଳ।
ଭୂକମ୍ପ ବିଜ୍ଞାନୀମାନେ ପ୍ରାୟତଃ ଗୁରୁତ୍ୱ ଦିଅନ୍ତି ଯେ, ସମାନ ଦିନରେ ୬ ତୀବ୍ରତାରୁ ଅଧିକ ଭୂମିକମ୍ପର ଏପରି ଘଟଣା ଯଦିଓ ଅସାଧାରଣ, କିନ୍ତୁ ଏହା ପ୍ରାକୃତିକ ଭାବରେ ଘଟେ।
ପୃଥ୍ବିବୀ ପୃଷ୍ଠରେ ପ୍ରତି ଦିନ ହଜାର ହଜାର ଭୂମିକମ୍ପ ହୋଇଥାଏ, କିନ୍ତୁ ସେସବୁ ଏତେ ଦୁର୍ବଳ ଯେ ଆମେ ଅନୁଭବ କରିପାରନ୍ତି ନାହିଁ।
ଏହି ନିର୍ଦ୍ଦିଷ୍ଟ ଭୂମିକମ୍ପଗୁଡ଼ିକୁ ସଂଯୋଗ କରୁଥିବା କୌଣସି ବିଶ୍ୱବ୍ୟାପୀ ଟ୍ରିଗରିଂ ଯନ୍ତ୍ରର ବୈଜ୍ଞାନିକ ପ୍ରମାଣ ନାହିଁ।
କାରାକାସ ଭୂମିକମ୍ପରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜାପାନ ଓ କାଲିଫର୍ଣ୍ଣିଆରେ ବିଶେଷ ଭାବେ କ୍ଷୟକ୍ଷତି ହୋଇନାହିଁ।
"