Pune Murder Case: ପୁଣେରେ ଭାବୀ ବରକୁ ହତ୍ୟା ମାମଲା: କେତନଙ୍କ ଭଉଣୀଙ୍କ ସନ୍ଦେହରୁ ଧରାପଡ଼ିଥିଲା ସିୟା

Jun 25, 2026 - 14:33
Pune Murder Case: ପୁଣେରେ ଭାବୀ ବରକୁ ହତ୍ୟା ମାମଲା: କେତନଙ୍କ ଭଉଣୀଙ୍କ ସନ୍ଦେହରୁ ଧରାପଡ଼ିଥିଲା ସିୟା

"ପୁଣେ:ପୁଣେର ରିୟଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କର ଲୋହାଗଡ଼ ଦୁର୍ଗରେ ମୃତ୍ୟୁ ମାମଲା ସାରା ଦେଶକୁ ଚକିତ କରିଦେଇଛି।

ଜୁନ୍‌ ୧୮ ତାରିଖରେ କେତନଙ୍କୁ ତାଙ୍କ ଭାବୀ ପତ୍ନୀ ଓ ତାଙ୍କ ପ୍ରେମିକ ଦୁର୍ଗରୁ ଧକ୍କାଦେଇ ହତ୍ୟାକରିଥିଲେ।

ତେବେ ପ୍ରାଥମିକ ସ୍ତରରେ ଏହି ମୃତ୍ୟୁ ଘଟଣାକୁ ଏକ ଦୁର୍ଘଟଣା ଭାବେ ଗ୍ରହଣ କରାଯାଇଥିଲା।

କିନ୍ତୁ ଏହା ଏକ ସୁନିଶ୍ଚିତ ହତ୍ୟାକାଣ୍ଡ ବୋଲି ପରେ ଜଣାପଡ଼ିଥିଲା।

ତେବେ ଏହା ହତ୍ୟାକାଣ୍ଡ ବୋଲି ପ୍ରଥମେ କେତନଙ୍କ ଭଉଣୀ ସନ୍ଦେହ କରିଥିଲେ।

ପୁଲିସ ଏହି ମାମଲାରେ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗିରଫ କରିଛି।Advertisment ପୁଲିସ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗିରଫ କରିଛି କେତନ ଗତ ୧୮ ତାରିଖରେ ତାଙ୍କ ଭାବୀ ପତ୍ନୀ ସିୟାଙ୍କ ସହିତ ଲୋହାଗଡ଼ ଦୁର୍ଗକୁ ଟ୍ରାକିଂ ପାଇଁ ଯାଇଥିଲେ।

ସେଠାରେ ଏକ ଗଭୀର ଖାତକୁ ଖସି କେତନଙ୍କର ମୃତ୍ୟୁ ହୋଇଥିଲା।

ପ୍ରାରମ୍ଭିକ ସ୍ତରରେ ପୁଲିସ ଏହାକୁ ଏକ ଦୁର୍ଘଟଣାଜନିତ ମାମଲା ଭାବେ ରୁଜୁ କରିଥିଲା।

କେତନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ବୋଲି ତାଙ୍କ ଭଉଣୀଙ୍କୁ ବିଶ୍ବାସ ହେଉନଥିଲା।

ଭାଇଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା।

ଘଟଣାର ଚାରିଦିନ ପରେ ସିୟା ଗୋୟଲ କେତନଙ୍କ ପରିବାରକୁ ଭେଟିବାକୁ ଓ ଶୋକ ପ୍ରକାଶ କରିବାକୁ ତାଙ୍କ ଘରକୁ ଆସିଥିଲେ।

ଏହି ସମୟରେ କେତନଙ୍କ ଭଉଣୀ ସିୟାକୁ ସେଦିନର ଘଟଣା ସମ୍ପର୍କରେ ଟିକିନିଖି ପ୍ରଶ୍ନ କରିଥିଲେ।

କେତନ ଓ ସିୟା ଗତ ମେ ୩୧ ତାରିଖ, ଜୁନ୍ ୪ ଓ ଜୁନ୍‌ ୧୮ ତାରିଖ ଲୋହାଗଡ଼ ଦୁର୍ଗକୁ ଯାଇଥିଲେ।

ପଚରାଉଚରା ସମୟରେ ସିୟାଙ୍କ ବୟାନ ଅଲଗା ଅଲଗା ରହିଥିଲା।

ସେ ଅନେକ ପ୍ରଶ୍ନ ଏଡ଼ାଇ ଯାଉଥିଲା।

ଏଥିରୁ କେତନଙ୍କ ଭଉଣୀଙ୍କୁ ସିୟାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା।

ତୁରନ୍ତ ସେ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ ଓ ସମସ୍ତେ ପୁଲିସକୁ ଏହି ମାମଲାର ପୁନଃ ତଦନ୍ତ କରିବାକୁ କହିଥିଲେ।

ପରିବାର ଚାପରେ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ବୈଷୟିକ ପ୍ରମାଣ ସିୟାଙ୍କ କାହାଣୀର ବିପରୀତ ଥିଲା।

ପୁଲିସ ଲୋହାଗଡ଼ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ସେମାନଙ୍କୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦେଖାଯାଇଥିଲେ।

ଜୁନ୍‌ର ଭୀଷଣ ଖରାରେ ମଧ୍ୟ ସେ "ହୁଡି" ପିନ୍ଧିଥିଲେ।

ସେହି ବ୍ୟକ୍ତିଜଣକ ସବୁ ସ୍ଥାନରେ ସିୟା ଓ କେତନଙ୍କ ଗାଡ଼ିର ପିଛା କରୁଥିବା ଦେଖିବାକୁ ମିଳିଥିଲା।

ପୁଲିସ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ ସିଏ ସିୟାର ପ୍ରେମିକ ଚେତନ ଚୌଧୁରୀ ଥିଲା।

ପୁଲିସ କହିଛି ଯେ, ସିୟା ଓ ଚେତନ ଗତ ତିନି ବର୍ଷ ହେଲା ପରସ୍ପରକୁ ଜାଣିଥଲେ।

ଚଳିତ ବର୍ଷ ଜାନୁଆରିରୁ ଜୁନ୍‌ ମଧ୍ୟରେ ଦୁହେଁ ଫୋନରେ ୨୦୦୪ ଥର କଥା ହୋଇଥିଲେ।

ମୋଟ ୨୩୮ ଘଣ୍ଟା କଥା ହୋଇଥିଲେ।

ଏହାସହିତ ଉଭୟ ହ୍ବାଟ୍ସଆପ୍‌ ଓ ଫେସ୍‌ଟାଇମରେ ମଧ୍ୟ ପରସ୍ପର ସହିତ ସମ୍ପର୍କରେ ଥିଲେ।

କେତନ ଅଗ୍ରୱାଲଙ୍କ ପରିବାର ଅଭିଯୋଗ କରିଛି ଯେ, ସିୟାଙ୍କ ପରିବାର ଲୋକ ଝିଅର ପ୍ରେମ ବ୍ୟାପାର କଥା ଜାଣିଥିଲେ।

ସବୁ ଜାଣିଶୁଣି ମଧ୍ୟ କେତନଙ୍କ ସହିତ ବିବାହ କରିବାକୁ ଚାପ ପକାଉଥିଲେ ଓ ବିବାହ ପରେ ସବୁକିଛି ଠିକ୍‌ ହୋଇଯିବ ବୋଲି କହୁଥିଲେ।

ଅନ୍ୟପକ୍ଷରେ ଚେତନଙ୍କ ବାପା ବାବୁଲାଲ ଚୌଧୁରୀ କହିଛନ୍ତି, ତାଙ୍କ ପୁଅ ନିର୍ଦ୍ଦୋଷ।

ଚେତନ ଓ ସିୟା ଭଲ ବନ୍ଧୁ ଥିଲେ।

ସିୟା ନିଜକୁ ରକ୍ଷା କରିବାକୁ ଚେତନଙ୍କ ନାଁ ଏଥିରେ ଟାଣୁଛି।

ଏହି ଧନୀ ଲୋକମାନେ ତାଙ୍କ ପୁଅକୁ ଫସାଉଛନ୍ତି ବୋଲି ଚୌଧୁରୀ କହିଛନ୍ତି। https://sambad.in/state/rathkhala-haribol-number-6-fell-parabhadi-emerged-12069937 "