Sea Turns Rough in Digha: ଉଚ୍ଚ ଜୁଆର ଓ ବଡ଼ ଲହଡ଼ି ଆଶଙ୍କା: ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ଆଲର୍ଟ
ବାତ୍ୟା 'ଅକୱାନ'କୁ ନେଇ ଦୀଘା ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ଆଲର୍ଟ।
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ କରାଯାଉଛି ସଚେତନ।
ସମୁଦ୍ରରେ ପାଗ ପରିବର୍ତ୍ତନ ସହ ଉଚ୍ଚ ଜୁଆର ଓ ବଡ଼ ବଡ଼ ଲହଡ଼ି ଉଠିବାର ଆଶଙ୍କା ରହିଛି।
ତେଣୁ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ଗାଧୋଇବା ଏବଂ ସୁରକ୍ଷା ପାଚେରୀ ନିକଟକୁ ଯିବାକୁ ବାରଣ କରାଯାଇଛି।
Advertisment ଏପରିକି ନିଷିଦ୍ଧ ଅଞ୍ଚଳକୁ ନଯିବା ପାଇଁ ପୁଲିସ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଛି।
ନିୟମ ଉଲ୍ଲଂଘନ କରୁଥିବା ପର୍ଯ୍ୟଟକଙ୍କୁ ଅଟକାଇ ସୁରକ୍ଷିତ ସ୍ଥାନକୁ ଫେରାଇ ଦିଆଯାଉଛି।
ବିଶେଷକରି ଶିଶୁ ଓ ପରିବାର ସହ ଆସିଥିବା ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
