Heavy Rain Submerges Paddy Fields: ବାତ୍ୟା ଅକୱାନର ପ୍ରଭାବ; ଅଶାନ୍ତ ସମୁଦ୍ର, ପାଣିରେ ଭାସୁଛି ହେକ୍ଟର ହେକ୍ଟର ଧାନ ଫସଲ

Nov 20, 2026 - 13:53
Heavy Rain Submerges Paddy Fields: ବାତ୍ୟା ଅକୱାନର ପ୍ରଭାବ; ଅଶାନ୍ତ ସମୁଦ୍ର, ପାଣିରେ ଭାସୁଛି ହେକ୍ଟର ହେକ୍ଟର ଧାନ ଫସଲ

ବାତ୍ୟା ଅକୱାନର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକର ଦେଖିବାକୁ ମିଳିଛି।

ଦୁଇ ଦିନ ହେବ ଲଗାଣ ବର୍ଷା ସାଙ୍ଗକୁ ଝଟକା ପବନ ମଧ୍ୟ ବହୁଛି।

ବର୍ଷା ଯୋଗୁ ଦୁଇଟି ବ୍ଲକରେ ଧାନ ଫସଲ ପ୍ରଭାବିତ ହୋଇଛି।

ହେକ୍ଟର ହେକ୍ଟର ଧାନ ଫସଲ ପାଣିରେ ଭାସୁଛି।

ଆଉ କିଛି ଦିନ ପରେ ଚାଷୀ ଧାନ ଅମଳକରି ଘରକୁ ଆଣିଥାନ୍ତା।

ହେଲେ ଏବେ ଧାନଗଛ ସବୁ ପାଣିରେ ଲୋଟିଛି।

ଧାନ ବିଲର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡିଛି ଚାଷୀ।

Advertisment ସେପଟେ ବାତ୍ୟା ଯୋଗୁଁ ଅଶାନ୍ତ ସମୁଦ୍ର।

ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରାପଡ଼ା ରାଜନଗରର ପେଣ୍ଠ ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି ବନବିଭାଗ।

ସମୁଦ୍ର ଜୁଆର ମାଡ଼ରେ ସୁରକ୍ଷା ପାଇଁ ନିର୍ମିତ ପଥର ବନ୍ଧ ଦୁର୍ବଳ ହେବା ସହ ଧୋଇ ହୋଇଯାଉଛି ପଥର।

ଏଥିପାଇଁ ଭୟଭୀତ ଉପକୂଳବାସୀ।

ତୁରନ୍ତ ପଥର ବନ୍ଧ ମରାମତି ପାଇଁ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)