Schools Shut Amid Rain Havoc: ପ୍ରବଳ ବର୍ଷା; ଏହି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

Jul 06, 2026 - 10:02
Schools Shut Amid Rain Havoc: ପ୍ରବଳ ବର୍ଷା; ଏହି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ସୁବର୍ଣ୍ଣପୁରରେ ସ୍କୁଲ ଛୁଟି। କଟକ, ସମ୍ବଲପୁର ପରେ ସୁବର୍ଣ୍ଣପୁର ଜିଲ୍ଲାରେ ବି ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।

କଟକ ଜିଲ୍ଲାର ସବୁ ସ୍କୁଲ, କଲେଜ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ରହିଛି। ସମ୍ବଲପୁର ମହାନଗର ନିଗମ ଓ ଧନକଉଡ଼ା ବ୍ଲକର ସବୁ ସ୍କୁଲ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ।