DCP Resigns, Cites Personal Reasons: କାହିଁକି ଇସ୍ତଫା ଦେଲେ ଡିସିପି ଜଗମୋହନ ମୀନା, କହିଲେ କାରଣ...

Jul 06, 2026 - 12:38
DCP Resigns, Cites Personal Reasons: କାହିଁକି ଇସ୍ତଫା ଦେଲେ ଡିସିପି ଜଗମୋହନ ମୀନା, କହିଲେ କାରଣ...

ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ଇସ୍ତଫା ପରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି। ଅନ୍ୟ କୌଣସି କାରଣ ନୁହେଁ। ପରିବାର ଓ ବନ୍ଧୁ ମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି। ମୋ ଇସ୍ତଫା ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇନି। ଓଡ଼ିଶାରେ କାମ କରିବାକୁ ସୁଯୋଗ ପାଇଥିବାରୁ ଭାଗ୍ୟବାନ ମନେ କରୁଛି। କୌଣସି ଚାପ ନଥିଲା, ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ଓଡ଼ିଶାର ଲୋକେ ବହୁତ ଭଲ, ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ। 

୨୦୧୩ ବ୍ୟାଚ୍ ର IPS ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ ପି ଭାବେ କାମ କରିଥିଲେ। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ।  ୨୦୧୨ରେ ଆଇପିଏସ ପାଇଥିଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ SDPO ଭାବେ କାମ ଆରମ୍ଭ କରିଥିଲେ। ଇସ୍ତଫା ପରେ ଘରୋଇ କମ୍ପାନୀରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।