New Exam Pattern: ବର୍ଷକୁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

Jul 06, 2026 - 12:19
New Exam Pattern: ବର୍ଷକୁ ୪ଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

ପିଲାଙ୍କ ଲାଗି ଏଣିକି ବର୍ଷକୁ ୪ଟି ପରୀକ୍ଷୀ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବାକୁ ପଡ଼ିବ। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ଦେବାକୁ ହେବ। 

ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ଆସେସମେଣ୍ଟ ତଥା ମୂଲ୍ୟାୟନ ଓ ଆସେସମେଣ୍ଟ, ସମାପ୍ତିସୂଚକ ମୂଲ୍ୟାୟନ ଦେବାକୁ ପଡିବ। ଶିଶୁବାଟିକାରୁ ଦ୍ବିତୀୟ ପରୀକ୍ଷା ମୂଲ୍ୟାୟନ ମାଧ୍ୟମରେ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।