Koraput DIPRO Demise କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବିୟୋଗରେ ଶୋକ
"ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା (୪୨)ଙ୍କର ଆଜି (ଗୁରୁବାର) ପୂର୍ବାହ୍ଣରେ ପରଲୋକ ଘଟିଛି।
ସେ ଦୀର୍ଘ ଦିନ ଧରି ପାର୍କିନ୍ସନ୍ସ ( ସ୍ନାୟୁଜନିତ ରୋଗ) ରେ ପୀଡ଼ିତ ଥିଲେ ।
ତାଙ୍କର ଅବର୍ତ୍ତମାନରେ ଭୁବନେଶ୍ୱରସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।
Advertisment ଶୋକସଭାରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତଥିଲେ।
ଅମରାତ୍ମାର ଶାନ୍ତି ଓ ସଦଗତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।
ସେହିପରି ବିଭିନ୍ନ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନେ ମଧ୍ୟ ଶ୍ରୀଯୁକ୍ତ ସୀସାଙ୍କ ଅମରାତ୍ମା ଶାନ୍ତି ଓ ସଦଗତି କାମନା ପୂର୍ବକ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ, ତାଙ୍କ ଧର୍ମପତ୍ନୀ ଏବଂ ବୃଦ୍ଧ ପିତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ସ୍ୱର୍ଗତ ସୀସା କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ପାଟଖମରା ଗ୍ରାମର ମୂଳ ବାସିନ୍ଦା ଥିଲେ ।
ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଭଞ୍ଜନଗର ଏବଂ ପରେ ପରେ କୁଚିଣ୍ଡା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଦେବଗଡ ଏବଂ ଗଜପତି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ୨୦୨୨ ମସିହାରୁ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ କୋରାପୁଟ ଡିଆଇପିଆରଓ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଥିଲେ ।
"