Saurabh Das : ‘ସଂସଦ ଚଲୋ’ ପଦଯାତ୍ରାବେଳେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଉପରେ ଉତ୍‌କ୍ଷୀପ୍ତ ହୋଇଯାଇଥିଲେ: ଦୀପ୍‌କେ

Aug 30, 2026 - 21:21
Saurabh Das : ‘ସଂସଦ ଚଲୋ’ ପଦଯାତ୍ରାବେଳେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଉପରେ ଉତ୍‌କ୍ଷୀପ୍ତ ହୋଇଯାଇଥିଲେ: ଦୀପ୍‌କେ

"ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସି‌ଜେପି)ର ପ୍ରତିଷ୍ଠାତା ତଥା ସଂଯୋଜକଅଭିଜିତ୍ ଦୀପକେ ରବିବାର କହିଛନ୍ତି ଯେ, ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌ ପ୍ରତିବାଦରେ ଜୁଲାଇ ୨୦ ତାରିଖରେ "ସଂସଦ ଚଲୋ" ପଦଯାତ୍ରା ସମୟରେ ସେ ମୁଖପାତ୍ର ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଅନୁପସ୍ଥିତି ଯୋଗୁ ଅତ୍ୟଧିକ ଉତ୍‌କ୍ଷୀପ୍ତ ହୋଇଯାଇଥିଲେ।Advertisment ଆହୁରି ପଢନ୍ତୁ :Nepal flood: ନେପାଳ ବନ୍ୟା ବୀଭିଷିକା; ମୃତ୍ୟୁସଂଖ୍ୟା ୭୭୦କୁ ବୃଦ୍ଧି, ଚୀନ୍‌ ସୀମାରେ ୯୦୦ ଭାରତୀୟ ସୁରକ୍ଷିତ "ବିବିସି" ସହିତ ଏକ ସାକ୍ଷାତକାର ଦୀପ୍‌କେ କହିଛନ୍ତି,"ସଂସଦଚଲୋ" ପଦଯାତ୍ରା ଦିନ ତାଙ୍କର ଅନଶନର ତୃତୀୟ ଦିନରେ ପହଞ୍ଚି ଥିଲା।

ସେ ଦିନ ଯନ୍ତର ମନ୍ତରଠାରେ ଏତେ ଲୋକ ରୁଣ୍ଡ ହୋଇଯାଇଥିଲେ ଯେ, ସେମାନଙ୍କର ନେତୃତ୍ୱ ନେବା ପାଇଁ ତାଙ୍କ ପାଖରେ ଶକ୍ତି ନଥିଲା।

ଏହି ସମୟରେ ବିଜେପି ନେତାମାନଙ୍କ ସହିତ ଆଲୋଚନା ପାଇଁ ଆଶୁତୋଷ ଓ ସୌରଭଙ୍କୁ ଡକାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତାଙ୍କ ସହିତ ମାତ୍ର ୧୦ ମିନିଟ୍‌ର ଆଲୋଚନା ପାଇଁ ଉଭୟଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ପାଇଁ ସେଠାରେ ଅଟକାଇ ରଖାଯାଇଥିଲା।

ଆଶୁତୋଷ ଓ ସୌରଭଙ୍କୁ ଯନ୍ତର ମନ୍ତର ସଭାସ୍ଥଳ ନିକଟରେ ନ ପାଇ ଦୀପ୍‌କେ ତାଙ୍କ ଉପରୁନିୟନ୍ତ୍ରଣ ହରାଇ ଅତ୍ୟଧିକ ବିରକ୍ତ ହୋଇଯାଇଥିଲେ।

ଆହୁରି ପଢନ୍ତୁ :CJI: ଡିଜିଟାଲ୍ ଆରେଷ୍ଟ ସ୍କାମ୍‌: ସଂସଦର ଆଇନକୁ ଅପେକ୍ଷା ନକରି ପଦକ୍ଷେପ ନେଇଛୁ: ସିଜେଆଇ ଏପରିକି ସେମାନଙ୍କ ଫୋନ୍‌ ମଧ୍ୟ ଲାଗୁ ନଥିବାରୁ ରାଗି ଯାଇଥିଲେ।

ଦୀପ୍‌କେ କହିଛନ୍ତି, "ଆମେ ପଦଯାତ୍ରା କରିବୁ, କିନ୍ତୁ ଆମେ ଦାୟିତ୍ୱର ସହିତ କରିବୁ।

ଆମେ ଏପରି କିଛି କରିବୁ ନାହିଁ ଯାହା ଏଠାରେ କାହା ପାଇଁ ସମସ୍ୟା ସୃଷ୍ଟି କରିବ।

ମୁଁ ସୌରଭ ଓ ଆଶୁତୋଷଙ୍କୁ ଫୋନ୍ କରିଥିଲି, କିନ୍ତୁ ସେମାନଙ୍କ ଫୋନ୍ ଲାଗି ନଥିଲା।

ମୁଁ ସେମାନଙ୍କ ଉପରେ ପ୍ରକୃତରେ ଖୁବ୍‌ ରାଗିଗଲି।

ସେହି ସମୟରେ ସୌରଭ ଓ ଆଶୁତୋଷ ଜନ୍ତର ମନ୍ତରଠାରେ ଥିଲେ ଭିଡ଼କୁ ପରିଚାଳନା କରିବା ଏବଂ ପଦଯାତ୍ରାର ନେତୃତ୍ୱ ନେବା ତାଙ୍କ ପାଇଁ ବହୁତ ସହଜ ହୋଇଥାଆନ୍ତା" ବୋଲି ଦୀପ୍‌କେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)