Woman dead: କର୍ଣ୍ଣାଟକରେ ଟ୍ରେନ୍‌ ସିଟ୍‌ ତଳେ ମହିଳାଙ୍କ ମୃତଦେହ ଉଦ୍ଧାର

Aug 30, 2026 - 21:21
Woman dead: କର୍ଣ୍ଣାଟକରେ ଟ୍ରେନ୍‌ ସିଟ୍‌ ତଳେ ମହିଳାଙ୍କ ମୃତଦେହ ଉଦ୍ଧାର

"ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡରେ ଏକ ଟ୍ରେନରେ ମହିଳା ବଗିର ସିଟ୍ ତଳେ ଲୁଚାଇ ରଖାଯାଇଥିବା ଜଣେ ମହିଳାଙ୍କ ମୃତଦେହ ମିଳିଛି।

ରେଲୱେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।Advertisment ପୁଲିସ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ।

ମହାରାଷ୍ଟ୍ରର ସୋଲାପୁରରୁ ଆସଥିବା ଟ୍ରେନ୍‌ଟି ରବିବାର ସକାଳ ୯ଟା ୩୦ରେ ଧାରୱାଡ଼ରେ ପହଞ୍ଚି ଥିଲା ଓ କୋଚ ସଫେଇ କରିବାକୁ ଆସିବା ସମୟରେ ରେଲୱେ କର୍ମଚାରୀ ସକାଳ ୧୧ଟାରେ ମୃତଦେହ ଠାବ କରିଥିଲେ।

ଟ୍ରେନ୍‌ଟି ଶନିବାର ରାତିରେ ସୋଲାପୁର ଛାଡ଼ିଥିଲା।

ରେଲୱେ ଷ୍ଟାଫ ମୃତଦେହ ଠାବ କରିବା ପରେ ପୁଲିସକୁ ସୂଚନା ଦେଇଥି‌‌ଲେ।

ରେଲୱେ ପୁଲିସ ଓ ଧାରୱାଡ ବିଦ୍ୟାଗିରି ପୁଲିସ ଷ୍ଟେସନର ଅଧିକାରୀମାନେ ରେଲୱେ କମ୍ପାର୍ଟମେଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ମୃତଦେହର ବେକ, ମୁହଁ ଓ ଛାତିରେ ଆଘାତ ଚିହ୍ନ ଥିଲା।

ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ, ଟ୍ରେନରେ ଯାତ୍ରା ସମୟରେ ମହିଳାଙ୍କୁ ହତ୍ୟା କରାଯାଇପାରେ।

ଯଦିଓ ମୃତ ମହିଳା ମହାରାଷ୍ଟ୍ର ବୋଲି ଜଣାପଡ଼ିଛି, ତେବେ ତାଙ୍କ ପରିଚୟ ଓ ତାଙ୍କ ମୃତ୍ୟୁର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମୃତଦେହ ବ୍ୟବଚ୍ଛେଦ ପାଇଁ ହୁବାଲିର କର୍ଣ୍ଣାଟକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ହସ୍ପିଟାଲକୁ ନିଆଯାଇଛି।

ମହିଳାଙ୍କୁ ଚିହ୍ନଟ କରିବା ପାଇଁ ରେଲୱେ ରେକର୍ଡ, ଯାତ୍ରୀଙ୍କ ଆକାଉଣ୍ଟ ଓ ରେଳ କର୍ମଚାରୀଙ୍କ ସୂଚନା ତଦନ୍ତର ଏକ ଅଂଶ ହେବ ବୋଲି ଆଶା କରାଯାଉଛି।

Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)