Police: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ୩ ଜଣଙ୍କୁ ଉଠାଇଲା ଏରସମା ପୁଲିସ
"ଏରସମା: ସିଆଳି ବେଳାଭୂମିରେ ଥିବା ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଏରସମା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଜାରି ରଖିଛି।
ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତିଭଙ୍ଗାରୁଜା କରିଥିବା ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।Advertisment ଘଟଣା ପଛରେ କିଏ ଘଟଣା ସହ ୩ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି।
ତେବେ ଏମାନଙ୍କୁ ଗିରଫ କରାଯାଇଛି କି ନାହିଁ, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।
ଘଟଣା ପଛରେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି, ତାହା ଜାଣିବା ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି।
Nandankanan: ନନ୍ଦନକାନନ ପାଇଲା ୧୪ଟି ପ୍ରଜାତିର ଅନ୍ୟଦେଶୀୟ (ଏକ୍ସୋଟିକ୍) ଜୀବଜନ୍ତୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
