New Delhi Declaration: ବ୍ରିକ୍ସ ଘୋଷଣାପତ୍ରରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

Sep 12, 2026 - 18:32
New Delhi Declaration: ବ୍ରିକ୍ସ ଘୋଷଣାପତ୍ରରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

"ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଜାରି କରାଯାଇଥିବା ନୂଆଦିଲ୍ଲୀ ଘୋଷଣାପତ୍ରରେ ବ୍ରିକ୍ସର ସଦସ୍ୟମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି।

ଆତଙ୍କବାଦୀଙ୍କ ସୀମାପାର ଗତିବିଧି, ଆତଙ୍କୀ ପାଣ୍ଠି ଓ ନିରାପଦ ଆଶ୍ରୟସ୍ଥଳ ସମେତ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ବ୍ରିକ୍ସ ଦେଶର ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ପାଇଁ ଦେଶଗୁଡ଼ିକ ଆହ୍ୱାନ ଦେଇଥିଲେ, ଆତଙ୍କବାଦ ବିରୋଧୀ ପ୍ରୟାସରେ ଦ୍ୱୈତ ମାନଦଣ୍ଡକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ଯେ, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଦାୟୀ କରାଯିବା ଉଚିତ।

ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ଇରାନ ଓ ୟୁଏଇର ଅନେକ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରହିଥିବା ସମୟରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଏକ ମିଳିତ ବିବୃତି ଜାରି କରିବା ପାଇଁ ଚୁକ୍ତି ହୋଇଛି।Advertisment ନୂଆଦିଲ୍ଲୀରେ ଜାରି ହୋଇଥିବା ବ୍ରିକ୍ସ ନେତାମାନଙ୍କର ମିଳିତ ଘୋଷଣାପତ୍ରରେ ଏପ୍ରିଲ ୨୦୨୫ ରେ ଜମ୍ମୁ - କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି।

ଘୋଷଣାପତ୍ରରେ କୁହାଯାଇଛି ଯେ, ଆମେ ୨୨ଏପ୍ରିଲ ୨୦୨୫ ରେ ଜମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଅନେକ ଆହତ ହୋଇଥିଲେ।

ଲଗାତାର ଦ୍ବିତୀୟ ବର୍ଷ ପାଇଁ ବ୍ରିକ୍ସ ଦେଶ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି।

ସଦସ୍ୟ ଦେଶମାନଙ୍କ ମଧ୍ୟରେ ନିରନ୍ତର ଆଲୋଚନା ଓ ସହମତି ଗଠନ ମାଧ୍ୟମରେ ଏହି ମତଭେଦଗୁଡ଼ିକୁ ସମାଧାନ କରିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ହୋଟେଲରୁ ଏୟାର୍ ଇଣ୍ଡିଆ ପାଇଲଟଙ୍କ ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)