Satellite Radio Collar: ୧୬ ଜଣଙ୍କ ଜୀବନ ନେଇଥିବା ହାତୀକୁ ଧରିଲା ବନ ବିଭାଗ, ଏବେ ସାଟେଲାଇଟ୍ ନଜରରେ

Nov 19, 2026 - 13:42
Satellite Radio Collar: ୧୬ ଜଣଙ୍କ ଜୀବନ ନେଇଥିବା ହାତୀକୁ ଧରିଲା ବନ ବିଭାଗ, ଏବେ ସାଟେଲାଇଟ୍ ନଜରରେ

ଆତଙ୍କ ଖେଳାଇଥିଲା ଗୋଟିଏ ଦନ୍ତାହାତୀ।

ଜଙ୍ଗଲ ପାଖ ଗାଁରେ ପଶି ଜଣଙ୍କ ପରେ ଜଣଙ୍କ ଜୀବନ ନେଉଥିଲା।

ଏହି ହାତୀର ଆକ୍ରମଣରେ ଗତ ୬ରୁ ୭ ମାସ ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇସାରିଛି।

ହାତୀଟିକୁ ନେଇ ଲୋକଙ୍କ ମନରେ ଏତେ ଭୟ ଥିଲା ଯେ, ରାତି ହେଲେ ଘରୁ ବାହାରିବାକୁ ମଧ୍ୟ ଡରୁଥିଲେ ଗ୍ରାମବାସୀ।

ଶେଷରେ ଦୀର୍ଘ ଦିନର ଅପରେସନ୍ ପରେ ଏହି ହାତୀକୁ ନିୟନ୍ତ୍ରଣକୁ ଆଣିଛି ବନ ବିଭାଗ।

ତେବେ ହାତୀକୁ ଧରିବା ପରେ ତା' ବେକରେ ଲଗାଯାଇଛି ସାଟେଲାଇଟ୍ ରେଡିଓ କଲାର।

Advertisment ସୂଚନା ଅନୁସାରେ, ଛତିଶଗଡ଼ର ସୂରଜପୁର ଓ ପାଖାପାଖି ବଳରାମପୁର ଜିଲ୍ଲାରେ ଏହି ଦନ୍ତାହାତୀ ଦୀର୍ଘ ୬ରୁ ୭ ମାସ ଧରି ଆତଙ୍କ ସୃଷ୍ଟି କରିଥିଲା।

ହାତୀର କାନରେ ଥିବା ଦାଗ ଓ ଅସମାନ ରଙ୍ଗ ଯୋଗୁଁ ସ୍ଥାନୀୟ ଲୋକେ ଏହାକୁ 'କବରା କାନ୍' ବୋଲି ଡାକୁଥିଲେ।

ଏହି ହାତୀ ଆକ୍ରମଣରେ ଏଯାଏଁ ୧୬ ଜଣଙ୍କ ଜୀବନ ଯାଇଛି।

ହାତୀର ଗତିବିଧି ଉପରେ ନଜର ରଖିବାକୁ ପ୍ରାୟ ୨୦୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

ଦୀର୍ଘ ଦିନ ଧରି ଉପଯୁକ୍ତ ସମୟ ଓ ସୁଯୋଗକୁ ଅପେକ୍ଷା କରିଥିଲା ଟିମ୍।

ଶେଷରେ ବୁଧବାର ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଅଚେତ କରାଯାଇଥିଲା।

ଏହାପରେ ତା' ବେକରେ ସାଟେଲାଇଟ୍ ରେଡିଓ କଲାର ଲଗାଯାଇ ପୁଣି ଜଙ୍ଗଲକୁ ଛାଡ଼ି ଦିଆଯାଇଛି।

Advertisment ଏହି କଲାର ଜରିଆରେ ହାତୀଟି କେଉଁ ଅଞ୍ଚଳରେ ଅଛି, କେଉଁ ଦିଗକୁ ଯାଉଛି, ତାହା ବନ ବିଭାଗ ସାଟେଲାଇଟ୍ ମାଧ୍ୟମରେ ଜାଣିପାରିବ।

ଫଳରେ ହାତୀ ନିକଟବର୍ତ୍ତୀ ଗାଁକୁ ଯିବା ପୂର୍ବରୁ ଗ୍ରାମବାସୀଙ୍କୁ ସତର୍କ କରାଯାଇପାରିବ।

ନିକଟରେ ପ୍ରେମନଗର ଅଞ୍ଚଳର ଉମେଶ୍ୱରପୁର ଗାଁରେ ଏହି ହାତୀ ଆକ୍ରମଣରେ ଜଣେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ରାତି ପ୍ରାୟ ୧୧ଟାରେ ହାତୀଟି ସେହି ଅଞ୍ଚଳରେ ଦେଖାଯାଇଥିଲା।

ଏହାପରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ବନ ବିଭାଗ ଅନୁମତି ନେଇଥିଲା।

ଅପରେସନ୍ ପାଇଁ ପ୍ରାଣୀ ଚିକିତ୍ସକ ଓ ବରିଷ୍ଠ ବନ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା।

ତେବେ ହାତୀକୁ ଜଙ୍ଗଲରେ ଛାଡ଼ିଦେବା ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ସାଟେଲାଇଟ୍ କଲାର ଦ୍ୱାରା ତା'ର ଗତିବିଧି ଉପରେ ନଜର ରଖି କେତେ ଲୋକଙ୍କ ଜୀବନ ବଞ୍ଚାଇପାରିବ ବନ ବିଭାଗ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)