Samantha Ruth Prabhu: ସାମନ୍ଥା ହେଲେ ମାଆ, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

Nov 20, 2026 - 18:26
Samantha Ruth Prabhu: ସାମନ୍ଥା ହେଲେ ମାଆ, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ଚଳଚ୍ଚିତ୍ର ନିର୍ମାତା ରାଜ ନିଡିମୋରୁଙ୍କ ଜୀବନରେ ଖୁସିର ମୁହୂର୍ତ୍ତ ଆସି ପହଞ୍ଚିଛି।

ଏହି ଦମ୍ପତି ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି।।

୧୯ ନଭେମ୍ବର, ୨୦୨୬ରେ ସାମନ୍ଥା ଏବଂ ରାଜ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି।

ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି, ଯେଉଁଥିରେ ସେମାନେ ନିଜ ପୁତ୍ରର ପ୍ରଥମ ଝଲକ ଦେଖାଇବା ସହ ତା'ର ନାମ ମଧ୍ୟ ଘୋଷଣା କରିଛନ୍ତି।

Advertisment ସାମନ୍ଥା ଏବଂ ରାଜ ଇନଷ୍ଟାଗ୍ରାମରେ ନିଜ ପୁତ୍ରର ପ୍ରଥମ ଫଟୋ ସେୟାର କରିଛନ୍ତି।

ଏହି ଫଟୋରେ ଦମ୍ପତି ନିଜ ଶିଶୁର ଛୋଟ ହାତକୁ ଧରିଥିବାର ଦେଖିବାକୁ ମିଳୁଛି।

ଯଦିଓ ସେମାନେ ଏପର୍ଯ୍ୟନ୍ତ ଶିଶୁର ମୁହଁ ଦେଖାଇ ନାହାନ୍ତି, ତଥାପି ସେମାନେ ତା'ର ନାମ ଦେବ ନିଡିମୋରୁ ଦେଇଥିବା ସମସ୍ତଙ୍କୁ ଜଣାଇଛନ୍ତି।

ଫଟୋ ସହିତ ଦମ୍ପତି ପୋଷ୍ଟ ଲେଖିଛନ୍ତି: "ଆମର ପ୍ରିୟ ପୁତ୍ର, ଦେବ ନିଡିମୋରୁ, ୧୯.୧୧.୨୦୨୬।

ଆମ ହୃଦୟ ଆଜି ଅତ୍ୟଧିକ ଖୁସିରେ ଭରିଯାଇଛି।

ସାମନ୍ଥା ଏବଂ ରାଜ।" ଏହି ପୋଷ୍ଟ ପରେ, ପ୍ରଶଂସକ ଏବଂ ଚଳଚ୍ଚିତ୍ର ଜଗତର ଅନ୍ୟ କଳାକାରମାନେ ଷ୍ଟାର ଦମ୍ପତିଙ୍କୁ ପିତାମାତା ହେବା ନେଇ ଅଭିନନ୍ଦନ ଜଣାଉଛନ୍ତି।

ନୟନତାରା କହିଛନ୍ତି, "ତୁମମାନଙ୍କ ପାଇଁ ବହୁତ ଖୁସି!" ସାମନ୍ଥା ଏବଂ ରାଜ ପିତାମାତା ହେବା ଖବର ପାଇବା ପରେ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ଅନନ୍ୟା ପାଣ୍ଡେ, ନୟନତାରା ଏବଂ ତମନ୍ନା ଭାଟିଆଙ୍କ ସମେତ ଅନେକ ତାରକା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଶୁଭେଚ୍ଛା ଜଣାଇଛନ୍ତି।

୨୦୨୬ ଜୁନ୍ ମାସରେ ଗର୍ଭଧାରଣ କରିଥିବା ଖବର କରିଥିଲେ ଘୋଷଣା ସାମନ୍ଥା ଏବଂ ରାଜ ୨୦୨୬ ଜୁନ୍ ମାସରେ ସେମାନଙ୍କ ଗର୍ଭଧାରଣର ଖବର ନିଶ୍ଚିତ କରିଥିଲେ।

ସେବେଠାରୁ, ପ୍ରଶଂସକମାନେ ଏହି ଦମ୍ପତିଙ୍କ ସନ୍ତାନର ଆଗମନକୁ ଉତ୍ସାହର ସହ ଅପେକ୍ଷା କରିଥିଲେ।

ବର୍ତ୍ତମାନ, ପୁତ୍ର ସନ୍ତାନର ଜନ୍ମ ସହିତ ସାମନ୍ଥା ଏବଂ ରାଜଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

ବାତ୍ୟା 'ଅକଭାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି, ବାତ୍ୟା ଆଶ୍ରୟସ୍ଥଳରେ ବିତାଉଛନ୍ତି ଓଡ଼ିଶାର ୩ ଲକ୍ଷ ଲୋକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)