Russia: ଆମେରିକା ଅଭିମୁଖେ ରୁଷୀୟ ଡିଜେଲ୍‌ ଟ୍ୟାଙ୍କର, ୪୦ ହଜାର ଟନ୍‌ ଡିଜେଲ୍‌ ନେଇ ନ୍ୟୁୟର୍କ ଯାଉଛି ଜାହାଜ

Oct 24, 2026 - 21:05
Russia: ଆମେରିକା ଅଭିମୁଖେ ରୁଷୀୟ ଡିଜେଲ୍‌ ଟ୍ୟାଙ୍କର, ୪୦ ହଜାର ଟନ୍‌ ଡିଜେଲ୍‌ ନେଇ ନ୍ୟୁୟର୍କ ଯାଉଛି ଜାହାଜ

ୱାସିଂଟନ୍‌: ରୁଷ୍‌ରୁ ପ୍ରାୟ ୪୦ ହଜାର ମେଟ୍ରିକ୍‌ ଟନ୍‌ ଡିଜେଲ୍‌ ନେଇ ଏକ ଜାହାଜ ନ୍ୟୁୟର୍କ ଅଭିମୁଖେ ଯାଉଛି।

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ଯୋଗାଣ ଆରମ୍ଭ ହୋଇଛି।

'ଆଗିଓଇ ଫାନେଣ୍ଡେସ୍‌' ନାମକ ଏହି ଜାହାଜ ମାଲ୍ଟାର ପତାକା ବହନ କରି ଚଳାଚଳ କରୁଛି।

ଅକ୍ଟୋବର ୨୨ରେ ଏହା ରୁଷ୍‌ ର ବାଲ୍‌ଟିକ୍‌ ସାଗର ଉପକୂଳରେ ଥିବା ପ୍ରିମୋର୍ସ୍କ ବନ୍ଦରରୁ ଅତ୍ୟନ୍ତ କମ୍‌ ଗନ୍ଧକଯୁକ୍ତ ଡିଜେଲ୍‌ ବୋଝେଇ କରିଥିଲା।

ଜାହାଜଟି ନଭେମ୍ବର ୭ରେ ଆମେରିକାରେ ପହଞ୍ଚିବା ଆଶା କରାଯାଉଛି।

ତେବେ ଏହାର କ୍ରେତା ଓ ବିକ୍ରେତାଙ୍କ ନାମ ପ୍ରକାଶ କରାଯାଇନାହିଁ।

Advertisment ଆମେରିକାରେ ନଭେମ୍ବର ୩ରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଡିଜେଲ୍‌ ଦର ହ୍ରାସ କରିବା ଟ୍ରମ୍ପ୍‌ ପ୍ରଶାସନର ଏକ ପ୍ରମୁଖ ଲକ୍ଷ୍ୟ।

ଏଥିପାଇଁ ଟ୍ରମ୍ପ୍‌ ରୁଷ୍‌ ସହ ଇନ୍ଧନ ଯୋଗାଣ ନେଇ ବୁଝାମଣା କରିବା ସହ ରୁଷ୍‌ ବିରୋଧୀ ନୂଆ କଟକଣା ଆଇନର କିଛି ଅଂଶକୁ କୋହଳ କରିଛନ୍ତି।

ଅନ୍ୟ ଦେଶଗୁଡ଼ିକ ଜରୁରିକାଳୀନ ଇନ୍ଧନ ଭଣ୍ଡାରରୁ ଅଧିକ ତେଲ ମୁକ୍ତ ନକଲେ ୟୁରୋପକୁ ଆମେରିକାର ଡିଜେଲ୍‌ ରପ୍ତାନି ବନ୍ଦ କରିବାକୁ ମଧ୍ୟ ସେ ଚେତାବନୀ ଦେଇଛନ୍ତି।

ଅକ୍ଟୋବର ୯ରେ ଟ୍ରମ୍ପ୍‌ ଘୋଷଣା କରିଥିଲେ ଯେ ରୁଷ୍‌ ପ୍ରଥମେ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଡିଜେଲ୍‌ ରପ୍ତାନି କରିବ।

ଏହା ପରେ ନଭେମ୍ବରରେ ୫ ଲକ୍ଷ ଟନ୍‌ ଏବଂ ତା'ପରେ ଆଉ ୧୦ ଲକ୍ଷ ଟନ୍‌ ଯୋଗାଣ କରାଯିବ।

ବୁଝାମଣା ପରେ ଯୋଗାଣ ଆରମ୍ଭ ଏହି ପରିମାଣ ବିଶ୍ୱ ବଜାର ସମେତ ଆମେରିକାକୁ ଯୋଗାଣ ପାଇଁ ଘୋଷିତ ହୋଇଛି।

ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଆମେରିକାକୁ ଆସିବ ବୋଲି ସ୍ପଷ୍ଟ ହୋଇନାହିଁ।

ରୁଷ୍‌ ଉପରେ ୟୁରୋପୀୟ ସଂଘର ତୈଳଜାତ ଦ୍ରବ୍ୟ ଆମଦାନି କଟକଣା ୨୦୨୩ ଫେବ୍ରୁଆରିରୁ ଲାଗୁ ହେବା ପରଠାରୁ ରୁଷ୍‌ ମୁଖ୍ୟତଃ ବ୍ରାଜିଲ୍‌, ତୁର୍କୀ ଓ ଆଫ୍ରିକୀୟ ଦେଶଗୁଡ଼ିକୁ ଡିଜେଲ୍‌ ରପ୍ତାନି କରୁଥିଲା।

ନୂଆ ଚୁକ୍ତି ଯୋଗୁଁ ରୁଷ୍‌ର ରପ୍ତାନି ପୁଣି ବଢ଼ିବା ସହ ଆନ୍ତର୍ଜାତିକ ଇନ୍ଧନ ବଜାରରେ ଯୋଗାଣ ବୃଦ୍ଧି ପାଇବାର ଆଶା ରହିଛି।

ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)