Rescue: ନିଖୋଜ ମେଡ଼ିକାଲ କଲେଜ ଛାତ୍ର ତିରିଂରୁ ଉଦ୍ଧାର

Sep 08, 2026 - 21:10
Rescue: ନିଖୋଜ ମେଡ଼ିକାଲ କଲେଜ ଛାତ୍ର ତିରିଂରୁ ଉଦ୍ଧାର

"ରାଇରଙ୍ଗପୁର: ନିଖୋଜ ମେଡ଼ିକାଲ କଲେଜ ଛାତ୍ର ମୟୁରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର।

ସୂଚନା ଅନୁଯାୟୀ ଗତ ୩୧ ଅଗଷ୍ଟ ଏମକେସିଜିର ଛାତ୍ର ତଥା ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପଳୀ ଗ୍ରାମର ରବୀନ୍ଦ୍ର ସାହୁଙ୍କ ପୁଅ ସାଗର ସାହୁ (୨୦) ବ୍ରହ୍ମପୁରରୁ ନିଖୋଜ ହୋଇଥିଲେ।

ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ପୁଲିସ ଓ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ।

Advertisment ତେବେ ଆଜି ସାଗର ପୋଡଶୀ ଝାଡ଼ଖଣ୍ଡ ରାଜ୍ୟର ଟାଟାରୁ ରାଇରାଙ୍ଗପୁରକୁ ଅଯଦ୍ଧ୍ୟା ନାମକ ଏକ ଘରୋଇ ବସରେ ଆସୁଥିବା ବେଳେ କଣ୍ଡକ୍ଟରଙ୍କ ମୋବାଇଲ୍‌ରେ ଘର ଲୋକଙ୍କୁ ଫୋନ୍‌ କରିଥିଲେ ସାଗର।

ଘର ଲୋକ ପୋଲିସକୁ ସୂଚନା ଦେବା ପରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ତିରିଂ ଥାନା ପୁଲିସ ବସ୍ ପାଖକୁ ଯାଇ ସାଗରଙ୍କୁ ଉଦ୍ଧାର କରି ଥାନାରେ ରଖିଛନ୍ତି।

ତେବେ ସାଗରଙ୍କୁ ନେବା ପାଇଁ ତିରିଂ ଥାନାକୁ କୁଆଖିଆ ପୋଲିସ ଓ ପରିବାର ଲୋକେ ଆସୁଥିବା ନେଇ ପୋଲିସ ସୁତ୍ରରୁ ଜଣାପଡ଼ିଛି।

Decomposed Body: ଘର ଭିତରୁ ଗଳିତ ମୃତଦେହ ଉଦ୍ଧାର, କିଛିଦିନ ଧରି ନିଖୋଜ ଥିଲେ ୫୫ ବର୍ଷୀୟ ବ୍ୟକ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)