Satya Niketan building: ସତ୍ୟ ନିକେତନ ଅଘଟଣ ପରେ କାଲି ପଡ଼ୋଶୀ କୋଠା ଭଙ୍ଗାଯିବ

Sep 08, 2026 - 21:10
Satya Niketan building: ସତ୍ୟ ନିକେତନ ଅଘଟଣ ପରେ କାଲି ପଡ଼ୋଶୀ କୋଠା ଭଙ୍ଗାଯିବ

"ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ପରେ ନିକଟସ୍ଥ ଆଉ ଏକ କୋଠା ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି।

ମଙ୍ଗଳବାର ଯାଞ୍ଚ ପରେ ଏହି କୋଠାଟି ଦୁର୍ବଳ ଓ ବିପଜ୍ଜନକ ଥିବା ଜଣାପଡ଼ିବାରୁ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ଏହାକୁ ପର୍ଯ୍ୟାୟକ୍ରମେ ଭାଙ୍ଗିବାକୁ ନୋଟିସ୍‌ ଦେଇଛି।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏମ୍‌ସ ହସ୍ପିଟାଲ ଯାଇ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପରେ ନିକଟସ୍ଥ କୋଠାଟିକୁ ବୁଧବାର ଭଙ୍ଗାଯିବ ବୋଲି କହିଛନ୍ତି।Advertisment ଏମ୍‌ସିଡି କମିସନର ସଞ୍ଜୀବ ଖିରୱାର କହିଛନ୍ତି ଯେ, କୋଠାଟି ଦୁର୍ବଳ ହୋଇଯାଇଛି।

ଏହାକୁ ସୁରକ୍ଷିତ ଭାବେ ଆଗାମୀ ୧ରୁ ୨ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ଭଙ୍ଗାଯିବ।

ଏବେ କୋଠାଟିକୁ ସୁରକ୍ଷା ଦେବା ପାଇଁ ସାମ୍ନା, ପଛ ଓ ମଝି ଭାଗରେ ୧୮ରୁ ୨୦ଟି ଲୁହା ଖୁଣ୍ଟି ଲଗାଯାଇଛି।

ଘଟଣା ପରେ ଏହି ଅଞ୍ଚଳର ଆଉ ୬ଟି କୋଠାକୁ ମଧ୍ୟ ସିଲ୍‌ କରାଯାଇଛି।

Baleswar: ପୁରୁଷବନ୍ଧୁଙ୍କ ସହ ଲଜରେ ଥିଲେ ମହିଳା: ଅଚାନକ ପହଁଚିଲେ ପୁରୁଷବନ୍ଧୁଙ୍କ ପତ୍ନୀ: ୩ ମହଲା କୋଠାରୁ ଡେଇଁ ମହିଳା ଗୁରୁତର ସତ୍ୟ ନିକେତନ ଘଟଣା ପରେ ଦିଲ୍ଲୀର ସମସ୍ତ ପେଇଂ ଗେଷ୍ଟ୍‌ (ପିଜି) କୋଠାର ଢାଞ୍ଚାଗତ ସୁରକ୍ଷା ଯାଞ୍ଚ କରିବାକୁ ଉପରାଜ୍ୟପାଳ ସର୍ଦାର ତରନଜିତ ସିଂହ ସାନ୍ଧୁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ସପ୍ତାହ ମଧ୍ୟରେ ସମସ୍ତ ପିଜି କୋଠା ଯାଞ୍ଚ କରାଯିବ।

ତେବେ ବିପଜ୍ଜନକ ପିଜି ବନ୍ଦ କରିବା ସମୟରେ ଛାତ୍ରଛାତ୍ରୀ ଯେପରି ରହିବାକୁ ହଇରାଣ ନ ହୁଅନ୍ତି, ସେଥିପାଇଁ ଯତ୍ନବାନ ହେବାକୁ ଉପରାଜ୍ୟପାଳ କହିଛନ୍ତି।

ଏହା ସହ ଏମ୍‌ସିଡି ସୋମବାର ସମସ୍ତ ଜୋନ୍‌ର ଭବନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଜ ଅଞ୍ଚଳର କୋଠାଗୁଡ଼ିକ ଯାଞ୍ଚ କରି ସେପ୍ଟେମ୍ବର ୧୦ ସୁଦ୍ଧା ରିପୋର୍ଟ ଦେବାକୁ କହିଛି।

ଏହି ରିପୋର୍ଟ ଆଧାରରେ ଦିଲ୍ଲୀ ହାଇକୋର୍ଟରେ ୧୦ ଦିନ ମଧ୍ୟରେ ଏକ ସତ୍ୟପାଠ ଦାଖଲ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)