Rengali gambling raid ଜୁଆ ଖେଳୁଥିଲେ, ପୁଲିସକୁ ଦେଖି ନଦୀରେ ଡେଇଁ ବୁଡ଼ିଗଲେ

Jun 24, 2026 - 23:01
Rengali gambling raid ଜୁଆ ଖେଳୁଥିଲେ, ପୁଲିସକୁ ଦେଖି ନଦୀରେ ଡେଇଁ ବୁଡ଼ିଗଲେ

"ରେଙ୍ଗାଳି:  ଜୁ୍ଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଥିଲା।

ପୁଲିସକୁ ଦେଖି ଜଣେ ଜୁଆ ଆଡ୍ଶାରେ ଥିବା ଜଣେ ଯୁବକ ଭୟରେ ନଦୀ ଡେଇଁ ଖସି ପଳାଇବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ନଦୀରେ ବୁଡି ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ତେବେ ସେ କେଉଁ କାରଣରୁ ପୁଲିସକୁ ଦେଖି ନଦୀକୁ ଡେଇଁଲେ ସେନେଇ ପୁଲିସ ଏଯାଏଁ ସ୍ପଷ୍ଟ କରିନାହିଁ।

Advertisment ଅନ୍ୟପକ୍ଷରେ ଗାଁ ଲୋକଙ୍କ କହିବା ଅନୁଯାଇ ଧରାପଡ଼ିବା ଭୟରେ ନଦୀକୁ ଡ଼େଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।

କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ ନିମ୍ନରେ କଦଳିପାଳଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ିଯିଇଥିଲେ।

ମୃତ ଯୁବକ ଜଣକ ଖମାର ଗାଁର ରାଜେଶ ଗୋଚ୍ଛାୟତ ବୋଲି ଜଣାପଡ଼ିଛି।

କଣିହାଁ ବ୍ଲକ୍‌ ରେଙ୍ଗାଳି ଥାନା କଦଳିପାଳଠାରେ ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ାଉ କରି ବିପୁଳ ଟଙ୍କା,  ମୋବାଇଲ, ୨ଟି ବୋଲେରୋ, ୨ଟି କାର୍ ,୨ଟି ଅଟୋ ସହ ୯ଟି ବାଇକ୍‌ ଜବତ କରିଛି।

ଏହି ଘଟଣାରେ ପ୍ରାୟ ୧୩ ଜଣକୁ ଥାନାରେ ଅଟକ ରଖାଯାଇଛି।

ପାଳଲହଡ଼ା ଏସଡିପିଓ କୈଳାସ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା।

ଏ ଘଟଣାର ତଦନ୍ତ ଜାରି ରହିଛି।

ଏ ସଂକ୍ରାନ୍ତରେ କାଲି ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

"