Ujjawin: ଉଜ୍ଜୟିନୀ ଜମି ବିବାଦ ଓ ଖଡ଼ଗେ ପରିବାର ଟ୍ରଷ୍ଟକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

Jun 24, 2026 - 23:01
Ujjawin: ଉଜ୍ଜୟିନୀ ଜମି ବିବାଦ ଓ ଖଡ଼ଗେ ପରିବାର ଟ୍ରଷ୍ଟକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

"ଭୋପାଳ: ଉଭୟ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଜମି କାରବାରରେ ଅନିୟମିତାକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଅଭିଯୋଗ ଓ ତଦନ୍ତ ଦାବି ଉଠାଇଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପରିବାର ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପରିବାର ବିରୋଧରେ ଏହି ଅଭିଯୋଗ ଆସିଛି, ଯାହା ରାଜନୀତିକୁ ଇନ୍ଧନ ଯୋଗାଇଛି।Advertisment ମଧ୍ୟପ୍ରଦେଶର ଉଜ୍ଜୟିନୀରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ତାଙ୍କ ପରିବାର ସହ ସମ୍ପୃକ୍ତ କିଛି ଜମି କାରବାରରେ ଅନିୟମିତତା ଥିବା କଂଗ୍ରେସ ଅଭିଯୋଗ ଉଠାଇଛି।

ଦଳର ଦାବି ଅନୁସାରେ, ମୋହନ ଯାଦବଙ୍କ ପରିବାର ସହ ଜଡ଼ିତ ରିୟଲ ଇଷ୍ଟେଟ୍‌ କମ୍ପାନିଗୁଡ଼ିକ ୪୫ କୋଟି ଟଙ୍କାରେ ୧୬୮ ଏକର ଜମି ହାତେଇଛନ୍ତି।

କଂଗ୍ରେସ ନେତା କେସି ବେଣୁଗୋପାଳ ଏହାର ସିବିଆଇ ଓ ଇଡି ତଦନ୍ତ ଦାବି କରିଛନ୍ତି।

ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି।

ଦଳ କହିଛି ଯେ, ମୋହନ ଯାଦବଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ନ ଥିବା ସତ୍ତ୍ୱେ କଂଗ୍ରେସ ରାଜନୈତିକ ଲାଭ ପାଇଁ ଏପରି ଅଭିଯୋଗ କରୁଛି।

ବିଜେପି ମତରେ ଏହା ମୁଖ୍ୟମନ୍ତ୍ରୀଙ୍କ ଛବିକୁ ଖରାପ କରିବାର ଏକ ପ୍ରୟାସ ମାତ୍ର।

ଆହୁରି ପଢନ୍ତୁ: OperationSindoor: ଅପରେସନ୍‌ ସିନ୍ଦୂରରେ ବ୍ୟବହୃତ ଚୀନ୍‌ ଯୁଦ୍ଧ ବିମାନ କିଣିବ ବାଂଲାଦେଶ ଏହି ବିବାଦ ମଧ୍ୟରେ ବିଜେପି ପକ୍ଷରୁ ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରାଯାଇଛି।

ଦଳ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପରିବାର ସହ ଜଡିତ ଏକ ଟ୍ରଷ୍ଟର ଜମି ଆବଣ୍ଟନ ଓ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି।

ବିଜେପିର ଅଭିଯୋଗ ହେଉଛି, ମଲ୍ଲିକାର୍ଜୁନ ଖଡ଼ଗେ ଓ ତାଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ନିଜ କ୍ଷମତାର ଅପବ୍ୟବହାର କରି ସିଦ୍ଧାର୍ଥ ବିହାର ଟ୍ରଷ୍ଟ ନାମରେ କର୍ଣ୍ଣାଟକରେ ୫ ଏକର ଜମି ହାତେଇଛନ୍ତି, ଯାହାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ।

କର୍ଣ୍ଣାଟକ ଶିଳ୍ପାଞ୍ଚଳ ଉନ୍ନୟନ ବୋର୍ଡ (କେଆଇଏଡିବି)ର ଏହି ମୂଲ୍ୟବାନ୍ ସରକାରୀ ଜମି ଟ୍ରଷ୍ଟକୁ ଏରୋସ୍ପେସ୍ ଓ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ନାମରେ ଆବଣ୍ଟନ କରାଯାଇଥିଲା।

କିନ୍ତୁ ଏହି ଜମିକୁ କୌଣସି ଶିଳ୍ପ ଓ ଏରୋସ୍ପେସ୍ ଟ୍ରଷ୍ଟକୁ ଦିଆଯିବା କଥା।

ସେହି ଟ୍ରଷ୍ଟକୁ ଦିଆଯାଇଥିବା ଜମି ଓ ତାହାର ବ୍ୟବହାର ସମ୍ପର୍କରେ ସ୍ପଷ୍ଟତା ଆବଶ୍ୟକ।

ବର୍ତ୍ତମାନ ସମୟରେ ଏହି ଦୁଇଟି ପ୍ରସଙ୍ଗ ଦୁଇ ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ସତ୍ୟାସତ୍ୟ ନିର୍ଣ୍ଣୟ ପାଇଁ ତଦନ୍ତ ଓ ସ୍ପଷ୍ଟୀକରଣ ଉପରେ ସମସ୍ତଙ୍କର ନଜର ରହିଛି।"