Horoscope 2026 June 25: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ବେପାରରେ ଅଚାନକ ଧନଲାଭ ହେବ।
ପରିବାରରେ ଖୁସି ଆସିବ।
ବୈବାହିକ ଜୀବନରେ ସାମଞସ୍ୟ ବଜାୟ ରହିବ।
ଆପଣ ଅନ୍ୟ ସହିତ କଥା ହେବାବେଳେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।Advertisment ବୃଷ: ଅଟୋମୋବାଇଲି କ୍ଷେତ୍ରରେ ଥିବା ଲୋକଙ୍କୁ ବଢ଼ିଆ ଧନଲାଭ ହେବ।
ଆତ୍ମବିଶ୍ବାସ ବଢ଼ିବ।
ସେହି କାମ ପୂରା ହେବ ଯେଉଁ କାମରେ ପରିଶ୍ରମ କରି ଆସୁଛନ୍ତି।
ପ୍ରେମ ଜୀବନ ଭଲ ରହିବ।
ମିଥୁନ: କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଜନା କରି ପାରନ୍ତି।
ଚାକିରିରେ ବଦଳି ହୋଇପାରେ।
ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ କୌଶଳ ଶିଖିବେ।
ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କର୍କଟ: ବସ୍ତ୍ର ବ୍ୟବସାୟୀଙ୍କର ଯଥେଷ୍ଟ ଧନଲାଭ ହେବ।
ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।
ବଜାରକୁ ଜିନିଷ କିଣିବାକୁ ଯିବାବେଳେ ଲିଷ୍ଟ କରି ନିଅନ୍ତୁ।
ସରକାରୀ ଚାକିରିଆ ନିଜ କାମରେ ସନ୍ତୁଷ୍ଟ ରହିବେ।
ସିଂହ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ।
ଅଫିସରେ ସାବଧାନତାର ସହ କାମ କରନ୍ତୁ।
ବାଦବିବାଦ ଠାରୁ ଦୂରରେ ରୁହନ୍ତୁ।
ପରିବାରରେ ପ୍ରସନ୍ନତା ଦାୟକ ବାତାବରଣ ରହିବ।
ପ୍ରେମ ଜୀବନ ମଧୁର ହେବ।
କନ୍ୟା: ନିଜ ପାଇଁ ଘର ଓ ଜମି କିଣିବା ଲାଗି ଦିନଟି ଶୁଭ।
ରଚନାତ୍ମକତା କାର୍ଯ୍ୟରେ ବଢ଼ିଆ ସଫଳତା ପାଇବେ।
ସନ୍ତାନର ଉପରେ ଗର୍ବ କରିବାର ଅବସର ପାଇବେ।
ଆପଣଙ୍କ ସାକ୍ଷାତ ଅନ୍ତରଙ୍ଗ ବନ୍ଧୁ ସହିତ ହେବ।
ତୁଳା: କାମ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।
ଟଙ୍କାପଇସା ଦିଆ ନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ।
ଛାତ୍ରଛାତ୍ରୀଙ୍କର କିଛି ସପ୍ନ ସାକାର ହେବ।
ବିଛା: ଆପଣଙ୍କ ମନ ଭାବନାତ୍ମକ ରୂପେ ଅଧିକ ମଜଭୁତ ରହିବ।
ଆପଣ କୌଣସି ସହକର୍ମୀ ବା ବନ୍ଧୁଙ୍କୁ ସହାୟତା କରିପାରନ୍ତି।
ବେପାର ପାଇଁ ଯାହା କରିବେ ସେଥିରେ ଲାଭ ପାଇବେ।
ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ବେପାର ବଢ଼ାଇବା ଲାଗି କିଛି ନୂଆ କାମ କରି ପାରନ୍ତି।
ଯାହାଦ୍ବାରା ଧନଲାଭ ହେବ।
ଘରକୁ କୁଣିଆ ଆସି ପାରନ୍ତି।
ଅଫିସରେ ଆପଣଙ୍କ ଦେଖି କତୃପକ୍ଷ ଖୁସି ରହିବେ।
ପଦୋନ୍ନତି କରି ପାରନ୍ତି।
ମକର: ଆପଣଙ୍କ ମନ କୌଣସି କଥାକୁ ନେଇ ପ୍ରସନ୍ନ ରହିବ।
ଜୀବନସାଥୀ ସହିତ ମନାନ୍ତର ସମାପ୍ତ ହୋଇଯିବ।
ଆପଣଙ୍କ କ୍ୟାରିୟର ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି।
କୁମ୍ଭ: ଅଫିସରେ ମନ ଲଗାଇ କାମ କରିବେ।
ପଦୋନ୍ନତି ଯୋଗ ରହିଛି।
ଆଜି ପାଇଁ ବ୍ୟବସାୟରେ କୌଣସି ପ୍ରକାର ଅଦଳବଦଳ କରନ୍ତୁ ନାହିଁ।
ରାଜନୀତି କାର୍ଯ୍ୟରେ ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ।
ମୀନ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।
ସମାଜରେ ମାନ ସମ୍ମାନ ପାଇବେ।
ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତି କୌଣସି କାମ ପୂରା କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।"