Ranchi: ରାଞ୍ଚିରେ ପରୀକ୍ଷା ଅନିୟମିତତା ତାତି: ବିଧାନସଭା ଘେରାଉ କଲେ ଛାତ୍ର, ଲାଠି, ପାଣି ତୋପ, ଲୁହବୁହା ଗ୍ୟାସ୍ ପ୍ରୟୋଗ
ରାଞ୍ଚି: ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ସୋମବାର ଅଧିକ ତୀବ୍ର ହୋଇଛି। ଆନ୍ଦୋଳନର ୧୭ଶ ଦିନରେ ହଜାର ହଜାର ଛାତ୍ର ଓ ଚାକିରି ଆଶାୟୀ ବିଧାନସଭା ଘେରାଉ ପାଇଁ ଶୋଭାଯାତ୍ରା କରିଥିଲେ। ବିଧାନସଭା ନିକଟରେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ ବେଳେ ପୁଲିସ ଲାଠିଚାର୍ଜ କରିବା ସହ ପାଣି ତୋପ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହାକୁ ନେଇ ରାଞ୍ଚିରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୋମବାର ପୂର୍ବାହ୍ଣ ପ୍ରାୟ ୧୦ଟା ୩୦ରେ ପୁରୁଣା ବିଧାନସଭା ଭବନ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀମାନେ ତ୍ରିରଙ୍ଗା ଓ ବିଭିନ୍ନ ପ୍ଲାକାର୍ଡ ଧରି ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି)ର ସିଜିଏଲ୍ ପରୀକ୍ଷା ବାତିଲ ସହ ସିବିଆଇ ତଦନ୍ତ ଦାବି କରିଥିଲେ। ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍ସି) ଓ ଜେଏସ୍ଏସ୍ସି ସମେତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା ଓ ନିରପେକ୍ଷତା ଦାବି କରାଯାଇଥିଲା। ୧୪ଶ ଜେପିଏସ୍ସି ପ୍ରାଥମିକ ପରୀକ୍ଷାରେ କଥିତ ଅନିୟମିତତାର ସିବିଆଇ ଓ ଇଡି ତଦନ୍ତ, ସମ୍ପୃକ୍ତ ପରୀକ୍ଷା ବାତିଲ କରି ପୁନଃ ପରୀକ୍ଷା କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବା ଛାତ୍ରଙ୍କ ପ୍ରମୁଖ ଦାବି ରହିଛି।
Smart Bazaar: ସ୍ମାର୍ଟ ବଜାରର ‘ଫୁଲ୍ ପୈସା ବସୁଲ୍ ସେଲ୍’
ବିକ୍ଷୋଭକାରୀ ଏସବୁ ପ୍ରସଙ୍ଗ ନେଇ ବିଧାନସଭା ଆଡ଼କୁ ମାଡ଼ିଯିବା ବେଳେ ଜଗନ୍ନାଥପୁର ମନ୍ଦିର ନିକଟରେ ପୁଲିସ ପାଣି ତୋପ ପ୍ରୟୋଗ କରିଥିଲା। ପୁଲିସ ଅଭିଯୋଗ କରିଛି ଯେ, କେତେକ ପ୍ରତିବାଦକାରୀ ପଥର ଫିଙ୍ଗିଥିଲେ। ପଥର ମାଡ଼ରେ ୪ ପୁଲିସ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୁଲିସ ଲାଠିଚାର୍ଜରେ କେତେକ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ବିଧାନସଭା ଅଞ୍ଚଳର ୭୫୦ ମିଟର ପରିଧିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟାରେ ପୁଲିସ ମୁତୟନ ସହ ରାଞ୍ଚିରେ ସ୍କୁଲ୍ଗୁଡ଼ିକୁ ସୋମବାର ବନ୍ଦ ରଖାଯାଇଥିଲା। ଏହି ଆନ୍ଦୋଳନରେ ଛାତ୍ରନେତା ଦେବେନ୍ଦ୍ରନାଥ ମାହାତୋ ମଧ୍ୟ ସାମିଲ ହୋଇଥିଲେ। ସେ ଏହା ପୂର୍ବରୁ ନଅ ଦିନ ଅନଶନ କରିଥିଲେ। ଅନଶନ ଶେଷ କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ସେ କହିଛନ୍ତି।
ପୂର୍ବତନ ଜେପିଏସ୍ସି ଅଧ୍ୟକ୍ଷ ଗିରଫ
ମୁଖ୍ୟମନ୍ତ୍ରୀ ସୋରେନଙ୍କ ବାସଭବନ ବାହାରେ ବିଜେପିର ପ୍ରତିବାଦ
ଛାତ୍ରଙ୍କ ଉପରେ ବଳପ୍ରୟୋଗକୁ
ରାହୁଲଙ୍କ ସମାଲୋଚନା
ଅନ୍ୟପକ୍ଷରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ରାଜ୍ୟ ସିଆଇଡି ଜେପିଏସ୍ସିର ପୂର୍ବତନ ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେଙ୍କୁ ଗିରଫ କରିଛି। ସେ ଜୁଲାଇ ୨୨ରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପୂର୍ବରୁ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ସିଆଇଡି ସମନ ପରେ ଜେପିଏସ୍ସିର ତିନି ଜଣ ସଦସ୍ୟ ଇସ୍ତଫା ଦେଇଥିଲେ। ଛାତ୍ରଙ୍କ ଦାବି ନେଇ ସରକାର ଓ ବିଭିନ୍ନ ଆନ୍ଦୋଳନକାରୀ ସଂଗଠନ ମଧ୍ୟରେ ଛଅ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ରବିବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା କୌଣସି ସମାଧାନ ବିନା ଶେଷ ହୋଇଥିଲା। ସରକାର କହିଛନ୍ତି ଯେ, ଛାତ୍ରମାନଙ୍କ ୯୮ ପ୍ରତିଶତ ଦାବି ଗ୍ରହଣ କରାଯାଇଛି। ତଥାପି ସେମାନେ ଏହାକୁ ଗ୍ରହଣ କରୁନାହାନ୍ତି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ କହିବା କଥା, ବାତିଲ ପାଇଁ ଦାବି କରାଯାଇଥିବା ୧୩ଟି ପରୀକ୍ଷାରୁ ସରକାର ତିନୋଟି ବାତିଲ କରିବାକୁ ରାଜି ହୋଇଛନ୍ତି। ଜେପିଏସ୍ସି-ଜେଏସ୍ଏସ୍ସି ସଂସ୍କାର ମଞ୍ଚର ନେତା ରବୀନ୍ଦ୍ର ପାଶୱାନ କହିଛନ୍ତି ଯେ ସିବିଆଇ ତଦନ୍ତ ଦାବିରୁ ସେମାନେ ଓହରିବେ ନାହିଁ। ଆନ୍ଦୋଳନର ଅଂଶ ଭାବେ ଛଅ ଜଣ ପ୍ରତିବାଦକାରୀ ଅନଶନରେ ଅଛନ୍ତି।
Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ଲାଠି ନୁହେଁ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଉଚିତ। ନିଯୁକ୍ତି ପରୀକ୍ଷାରେ ଅନିୟମିତତା ପାଇଁ ଦାୟୀ ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଛାତ୍ରଙ୍କ ଉପରେ ପୁଲିସ ବଳ ପ୍ରୟୋଗକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ‘ଏକ୍ସ’ରେ ସେ କହିଛନ୍ତି, ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଛାତ୍ରଙ୍କ ଅଧିକାର। ବଳ ପ୍ରୟୋଗ ନୁହେଁ, ଆଲୋଚନା ହିଁ ସମାଧାନର ମାର୍ଗ। ଝାଡ଼ଖଣ୍ଡ ସରକାର ଛାତ୍ରଙ୍କ କଥା ଶୁଣି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ଉଚିତ ବୋଲି ସେ କହିଛନ୍ତି। ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ ବାହାରେ ପ୍ରତିବାଦ କରିଥିଲେ। ବିଜେପି ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ବାବୁଲାଲ ମାରାଣ୍ଡିଙ୍କ ସମେତ କେତେକ ନେତାଙ୍କୁ ପୁଲିସ ଅଟକ ରଖିଥିବା ଖବର ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
