19 AUGUST 2026

Welcome!

Unlock your personalized experience.
Sign Up
block-728

DGP: ନାଟକୀୟ ମୋଡ଼ ନେଉଛି ଡିଜିପି ଚୟନ ପ୍ରକ୍ରିୟା: ସଞ୍ଜୀବଙ୍କ ପାଇଁ ବାଟ ଖୋଲୁଛନ୍ତି

Aug 11, 2026 - 02:52
DGP: ନାଟକୀୟ ମୋଡ଼ ନେଉଛି ଡିଜିପି ଚୟନ ପ୍ରକ୍ରିୟା: ସଞ୍ଜୀବଙ୍କ ପାଇଁ ବାଟ ଖୋଲୁଛନ୍ତି

ଭୁବନେଶ୍ବର: ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ, ତାହାକୁ ନେଇ ସବୁ ମହଲରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଡିଜିପି ଚୟନ ପ୍ରକ୍ରିୟା ନାଟକୀୟ ମୋଡ଼ ନେଇଛି। ପରବର୍ତ୍ତୀ ପୁଲିସ ମୁଖିଆ ପଦବିରେ ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୀବ ପଣ୍ଡା ବସିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଛି, ତାକୁ ସରକାର ଆଜି ବଳ ଦେଇଛନ୍ତି। ଶ୍ରୀ ପଣ୍ଡାଙ୍କୁ ରାଜ୍ୟ ସରକାର ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ କରିଛନ୍ତି। ଏଥିସହିତ ସେହି ବ୍ୟାଚ୍‌ର ଆଇପିଏସ୍‌ ଯଶବନ୍ତ  ଜେଠୱାଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ପୂର୍ବରୁ ରାଜ୍ୟ ସରକାର ଡିଜିପି ଚୟନ ପାଇଁ ମେ ୧୪ରୁ ୟୁପିଏସ୍‌ସିଙ୍କ ନିକଟକୁ ୧୧ଜଣ ବରିଷ୍ଠ ଆଇପିଏସ୍‌ଙ୍କ ତାଲିକା ପଠାଇଥିଲେ। 

Public grievance hearing: ରାଇରଙ୍ଗପୁରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର; ୪ଟି ମାମଲାର ତତ୍କାଳ ସମାଧାନ

୨ ଏଡିଜିଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ୟୁପିଏସ୍‌ସିକୁ ପଠାଗଲା ତାଲିକା
ଖୁବ୍‌ଶୀଘ୍ର ଚୟନ କମିଟି ବୈଠକ

ଗତ ୭ ତାରିଖ ଦିନ ନୂଆଦିଲ୍ଲୀରେ ୟୁପିଏସ୍‌ସି ଚୟନ କମିଟି ବୈଠକ ବସିଥିଲା। ବରିଷ୍ଠତା ଭିତ୍ତିରେ ଯେଉଁ ୩ ଜଣଙ୍କ ନାଁ ଆସିଥିଲା, ସେମାନେ ଥିଲେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍‌ ପି କୋଚେ। କିନ୍ତୁ ସୁଶାନ୍ତ ନାଥଙ୍କ ଭିଜିଲାନ୍‌ସ ସ୍ବୀକୃତିକୁ ସରକାର ଫେରାଇବାକୁ କହିଥିଲେ। ଓପିଆର୍‌ବି ପରୀକ୍ଷା ମାମଲାରେ ତଦନ୍ତ ଚାଲିଥିବା ଏବଂ ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କୁହାଗଲା। କମିଟି ଏହାର ବୈଧ ଦସ୍ତାବିଜ ମାଗିବା ସହ ବରିଷ୍ଠତା ଭିତ୍ତିରେ ତାଲିକାରେ ଥିବା ଅନ୍ୟ ଅଧିକାରୀଙ୍କ ଡିଜିପି ପାହ୍ୟା ଜାଣିବାକୁ ଚାହିଁବାରୁ ସରକାର ସମୟ ମାଗିଥିଲେ। ତେଣୁ ନିଷ୍ପତ୍ତି ଅଟକି ଯାଇଥିଲା। ଆଜି ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିବା ଦୁଇ ଅଧିକାରୀଙ୍କ ନାମ ୟୁପିଏସ୍‌ସିକୁ ପଠାଇଛନ୍ତି। ଆସନ୍ତା ୧୩ ତାରିଖରେ ପୁଣି ଚୟନ କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି। 

Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

ୟୁପିଏସ୍‌ସି ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ଆର୍‌ ପି କୋଚେ ଓ ସଞ୍ଜୀବ ପଣ୍ଡାଙ୍କ ନାମ ପଠାଇବା ଏକପ୍ରକାର ନିଶ୍ଚିତ। ଏହି ତିନି ଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ଡିଜି ଭାବେ ନିଯୁକ୍ତି ଦେବେ। କ୍ଷମତା କରିଡର୍‌ରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ ସଞ୍ଜୀବ ପଣ୍ଡା ରାଜ୍ୟ ସରକାରଙ୍କ ପ୍ରଥମ ପସନ୍ଦ। ତେଣୁ ତାଙ୍କ ନାମରେ ହିଁ ରାଜ୍ୟ ସରକାର ମୋହର ମାରିବା ସମ୍ଭାବନା ଅଧିକ। ବର୍ତ୍ତମାନର ଡିଜି ୱାଇ ବି ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ଗ୍ରହଣ କରିବେ। ସେହି ୧୬ ତାରିଖରେ ଅପରାହ୍ଣରେ ହିଁ ନୂଆ ଡିଜି ଦାୟିତ୍ବ ଗ୍ରହଣ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media