Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର

Aug 18, 2026 - 23:53
Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି ସର୍କଲ କଅଁସ, ଚିଙ୍ଗୁଡ଼ିପାଳ ଓ କାଳିଆପାଣି ପଞ୍ଚାୟତର ପାହାଡ଼ ତଳ ୧୦ ରୁ ଅଧିକ ଗାଁରେ ଏବେ ପ୍ରଳୟ ପରିସ୍ଥିତି।

ଦୈତାରୀ ପର୍ବତମାଳା, ଦେଓଗାଁ ପାହାଡ଼ ଓ ସାତକୁଲିଆ ପାହାଡ଼ରେ ଏବେ ଅସଂଖ୍ୟ ଝର ଫିଟିଛି।

ଲଗାଣ ବର୍ଷା ପ୍ରଭାବରୁ ଦେଢ଼ମାସ ଧରି ଏହିସବୁ ପାହାଡ଼ୀ ଝରଣା ଅବିରତ ପ୍ରବାହିତ ହେଉଛି।

Advertisment ପାହାଡ଼ ପାଦ ଦେଶରେ ଥିବା ଓସ୍ତପାଳ ଗାଁର ୧୯ ପରିବାର ସମେତ ତଳଙ୍ଗି, ଚିଙ୍ଗୁଡ଼ିପାଳ ରଗଡ଼ିସାହି, କାଳିଆପାଣି ଗୁରୁଜଙ୍ଗ, ଡମ୍ପ୍ ତଳ ପୋଡ଼ାହଟିଂ ଓ ମୁଣ୍ଡାସାହିର ୩୧ ଗରିବ ପରିବାର ଅତିମାତ୍ରାରେ ପ୍ରଭାବିତ ହୋଇଥିବା ଦେଖାଯାଇଛି।

କାନ୍ଥ, ଛପର ଓ ଘର ଭୁଶୁଡ଼ି ପଡ଼ିବାରୁ ସେମାନେ ପଡ଼ୋଶୀ, ସଂପର୍କୀୟ ଓ ବନ୍ଧୁ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।

ଘର ଓ ଅଗଣାରେ ପଚରପଚର ପରିବେଶ ପାଇଁ ଭଲରେ ପାଦ ରଖିବାକୁ ଜାଗା ମିଳୁନଥିବା କୁହାଯାଉଛି।

Heart Attack: କାଳିଆପାଣିରେ ହୃଦ୍‌ଘାତ ମୃତ୍ୟୁ ଆତଙ୍କ!

ଦିନକରେ ଆଖି ବୁଜିଲେ ୪ ଜଣ ଓସ୍ତପାଳ ଗାଁର ସର୍ବାଧିକ ୧୯ ପରିବାର ପ୍ରଭାବିତ ହୋଇଛନ୍ତି।

ସେମାନେ ହେଲେ ୩ ଜଣ ଅସହାୟ ବିଧବା ଲକ୍ଷ୍ମୀ ହୁରାଦ, ଜିରା ମହାରଣା ଓ ମେଥି ଦେହୁରୀ ଏବଂ ରଞ୍ଜିତା ମହାନ୍ତ, ଫାତୁ ମହାକୁଡ଼, ବାସୁଦେବ ଦେହୁରୀ, ଅନାଥ ଦେହୁରୀ, ନନ୍ଦିନୀ ମହାକୁଡ଼, ସୁମି ଦେହୁରୀ, ଗୀତା ଦେହୁରୀ, ରଶ୍ମିତା ମହାନ୍ତ, ସବିତା ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ମଥୁରାମ ବେହେରା, ଶିବ ବେହେରା, ଦୟା ବେହେରା, ରୀନା ଲୋହାର, ବଳରାମ ମହାନ୍ତ ଓ ବିଦ୍ୟାଧର ମହାନ୍ତ।

ତଳଙ୍ଗି ଗାଁର ରାଇ ଓ ନକୁଳ ଦେହୁରୀ, ସୀମା ଓ ବିମ୍ବାଧର ଦେହୁରୀ, ନାଣ୍ଡି ଓ ବରୁଣ ଦେହୁରୀଙ୍କ ପରିବାରର ଘର ଭାଙ୍ଗିଛି।

ଚିଙ୍ଗୁଡ଼ିପାଳ ରଗଡ଼ିସାହିର କାଳିଆ ମହାକୁଡ଼, ତାଙ୍କ ପତ୍ନୀ ଓ ୨ ସନ୍ତାନ ବେଘର ହୋଇରହିଛନ୍ତି।

ତାଙ୍କ ପଡ଼ୋଶୀ ବସନ୍ତ ମହାନ୍ତ ଓ ସୁଦର୍ଶନ ମହାନ୍ତଙ୍କ ଘର ଭାଙ୍ଗି ଗଳିପଧିଛି।

ସେହିପରି ଗୁରୁଜଙ୍ଗ ଗାଁର ଟୁନି ପିଙ୍ଗୁଆ, ବୁଦୁରାମ ମୁଣ୍ଡା, ଯାତୁ ମୁଣ୍ଡା, ମହନ ମୁର୍ମୁ, ପୋଡ଼ାହଟିଂର ଲକ୍ଷ୍ମଣ ମୁଣ୍ଡା ଓ କାଳିଆପାଣି ମୁଣ୍ଡାସାହିର ବିଜୟ ଚାତାର ଲଗାଣ ବର୍ଷା ଦାଉରୁ ପରଘ‌ରେ ପଡ଼ି ରହିଛନ୍ତି।

ସେମାନଙ୍କ ଘରେ ସବୁ ଜିନିଷ, ଖାଦ୍ୟପଦାର୍ଥ ଓ ବସ୍ତ୍ର ଭିଜି ଯାଇଥିବା ଦେଖାଯାଇଛି।

କୌଣସି ସହାୟତା ମିଳିନଥିବାରୁ ଏ ସମସ୍ତ ପ୍ରଭାବିତ ପରିବାର ଅସହାୟ ଓ ଦୟନୀୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।

ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ସହାୟତା ପ୍ରଦାନ ସହ ପ୍ରଭାବିତ ପରିବାର ସମୂହକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ପକ୍କାଘର ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media