Ramdeb: ବାଗେଶ୍ୱର ବାବାଙ୍କ ଉପରେ ବର୍ଷିଲେ ରାମଦେବ! କହିଲେ- ହିନ୍ଦୁ ଧର୍ମକୁ ବଞ୍ଚାଇବା ପୂର୍ବରୁ ନିଜକୁ ସମ୍ଭାଳ

Nov 23, 2026 - 21:29
Ramdeb: ବାଗେଶ୍ୱର ବାବାଙ୍କ ଉପରେ ବର୍ଷିଲେ ରାମଦେବ! କହିଲେ- ହିନ୍ଦୁ ଧର୍ମକୁ ବଞ୍ଚାଇବା ପୂର୍ବରୁ ନିଜକୁ ସମ୍ଭାଳ

ଜାମସେଦପୁର: ଯୋଗଗୁରୁ ବାବା ରାମଦେବ ଓ ବାଗେଶ୍ୱର ବାବା ଭାବେ ପରିଚିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି।

ଝାଡ଼ଖଣ୍ଡର ଜାମସେଦପୁରରେ ଏକ ସଭାରେ ଯୋଗ ଦେଇ ବାବା ରାମଦେବ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି।

ସେ ତାଙ୍କୁ ଢୋଙ୍ଗୀ, ପାଖଣ୍ଡୀ ଓ ଧୂର୍ତ୍ତ ବୋଲି କହି ସମାଲୋଚନା କରିଛନ୍ତି।

Advertisment ରବିବାର ମହିଳା ପତଞ୍ଜଳି ଯୋଗ ସମିତି, ପୂର୍ବ ସିଂହଭୂମ ପକ୍ଷରୁ ଆୟୋଜିତ ପ୍ରାନ୍ତୀୟ ସମ୍ମିଳନୀରେ ଯୋଗ ଦେଇ ରାମଦେବ ଏହି ମନ୍ତବ୍ୟ ଦେଇଥିଲେ।

ତାଙ୍କ କହିବା ଅନୁଯାୟୀ, କିଛି ଲୋକ ବେଦ, ଉପନିଷଦ, ରାମାୟଣ ଓ ମହାଭାରତ ଭଳି ଧାର୍ମିକ ଗ୍ରନ୍ଥ ସମ୍ପର୍କରେ ଠିକ୍ ଭାବେ ଜାଣି ନଥିଲେ ମଧ୍ୟ ହିନ୍ଦୁ ଧର୍ମର ରକ୍ଷା କରିବା କଥା କହୁଛନ୍ତି।

ଏଭଳି ଲୋକ ପ୍ରଥମେ ନିଜକୁ ସୁଧାରିବା ଉଚିତ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: Nepal: ବାଲେନ୍‌ ଶାହଙ୍କଠାରୁ ରୁଦ୍ରାକ୍ଷ, ଚନ୍ଦନ ଉପହାର ପାଇଲେ ମୋଦୀ ଏହା ସହିତ ଭୂତପ୍ରେତ ବାଧା ଦୂର କରିବା ନାଁରେ ଲୋକଙ୍କୁ ଭୟଭୀତ କରିବା ଓ ଧର୍ମ ନାଁରେ ଶୋଷଣ କରିବା ଘଟଣାକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି।

ବିଶେଷ କରି ମହିଳାମାନେ ଏଭଳି କଥାବାଚକଙ୍କଠାରୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ରାମ ଓ କୃଷ୍ଣଙ୍କ ମଧ୍ୟରେ ତୁଳନା କରିବା ପ୍ରସଙ୍ଗ ଉଠାଇ ମଧ୍ୟ ସେ ଶାସ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ।

ଦେବଦେବୀଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ଯୋଗଗୁରୁ କହିଥିଲେ।

ଧର୍ମ ନାଁରେ ଅନ୍ଧବିଶ୍ୱାସ ଓ ଆଡ଼ମ୍ବରକୁ ପ୍ରୋତ୍ସାହନ ଦେବା ଠିକ୍ ନୁହେଁ ବୋଲି ମଧ୍ୟ ରାମଦେବ ସ୍ପଷ୍ଟ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)