ଜାତୀୟ ବ୍ୟାଡମିଣ୍ଟନରେ ଓଡ଼ିଶାର କମାଲ; ସ୍ୱର୍ଣ୍ଣ-ରୌପ୍ୟ-କାଂସ୍ୟରେ ଚମକିଲା ରାଜ୍ୟ

Nov 23, 2026 - 21:29
ଜାତୀୟ ବ୍ୟାଡମିଣ୍ଟନରେ ଓଡ଼ିଶାର କମାଲ; ସ୍ୱର୍ଣ୍ଣ-ରୌପ୍ୟ-କାଂସ୍ୟରେ ଚମକିଲା ରାଜ୍ୟ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଡେରାଡୁନଠାରେ ଅନୁଷ୍ଠିତ ୩୯ତମ ସର୍ବଭାରତୀୟ ଡାକ ବ୍ୟାଡମିଣ୍ଟନ ପ୍ରତିଯୋଗିତା–୨୦୨୬ରେ ଓଡ଼ିଶା ଡାକ ପରିମଣ୍ଡଳର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ପୁରୁଷ ଦଳଗତ ବିଭାଗରେ ଓଡ଼ିଶା ଉପବିଜେତା ହୋଇ ରୌପ୍ୟ ପଦକ ହାସଲ କରିଥିବା ବେଳେ ମହିଳା ଦଳ କାଂସ୍ୟ ପଦକ ଜିତିଛି ।

Advertisment ପୁରୁଷ ଦଳ ପ୍ରି-କ୍ୱାର୍ଟର ଫାଇନାଲରେ ରାଜସ୍ଥାନକୁ ୩–୦ ଏବଂ କ୍ୱାର୍ଟର ଫାଇନାଲରେ କର୍ଣ୍ଣାଟକକୁ ୩–୦ ବ୍ୟବଧାନରେ ପରାସ୍ତ କରିଥିଲା ।

ସେମିଫାଇନାଲରେ ଗତବର୍ଷର ଚାମ୍ପିଅନ୍ ତାମିଲନାଡୁକୁ ୩–୨ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

ଫାଇନାଲରେ କେରଳ ବିପକ୍ଷରେ ଓଡ଼ିଶା ଦଳ ଦମଦାର ଲଢ଼େଇ କରିଥିଲେ ମଧ୍ୟ ୨–୩ ବ୍ୟବଧାନରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଥିଲା ।

Ashok Leyland: ସିଙ୍ଗୁରରେ ହେବ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍‌ କାରଖାନା!

ଅନ୍ୟପକ୍ଷରେ ବ୍ୟକ୍ତିଗତ ବିଭାଗରେ ମଧ୍ୟ ଓଡ଼ିଶା ଖେଳାଳିମାନେ ଉତ୍କୃଷ୍ଟ ସଫଳତା ହାସଲ କରିଛନ୍ତି ।

ମିଶ୍ରିତ ଯୁଗଳ ବିଭାଗରେ ସ୍ୱାଧୀନ ଗୌଡ଼ ସ୍ୱର୍ଣ୍ଣ ପଦକ, ମହିଳା ଏକକ ବିଭାଗରେ ସୀମା ପାଞ୍ଚାଲ କାଂସ୍ୟ ପଦକ ଏବଂ ଭେଟେରାନ୍ ଯୁଗଳ ବିଭାଗରେ ହିମାଂଶୁ ଭୂଷଣ ପରିଡ଼ା କାଂସ୍ୟ ପଦକ ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାରେ ଓଡ଼ିଶା ଡାକ ପରିମଣ୍ଡଳ ଦଳଗତ ଓ ବ୍ୟକ୍ତିଗତ ବିଭାଗରେ ମୋଟ ୫ଟି ପଦକ — ୧ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୩ଟି କାଂସ୍ୟ ହାସଲ କରିଛି ।

ଖେଳାଳିମାନଙ୍କ କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ଦଳଗତ ଏକତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ।

ବିଶେଷକରି ଗତବର୍ଷର ଚାମ୍ପିଅନ୍ ତାମିଲନାଡୁକୁ ପରାସ୍ତ କରିବା ଏବଂ ଫାଇନାଲରେ କେରଳକୁ କଡ଼ା ଟକ୍କର ଦେବା ଓଡ଼ିଶା ଡାକ ପରିମଣ୍ଡଳ ପାଇଁ ଏକ ଗୌରବମୟ ସଫଳତା ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)