Elephant Attack ସମ୍ବଲପୁରରେ ହାତୀ ଆକ୍ରମଣରେ ଜଣେ ମୃତ
ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଖମଣମୁଣ୍ଡା ଗାଁର ଟୁନା ସୁରି ହୋମୁଣ୍ଡା (୫୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି।
Advertisment Elephant Attacks: ପୁଣି ହାତୀ ଆକ୍ରମଣରେ ଯୁବକ ମୃତ୍ୟୁ, ପନ୍ଦର ଦିନରେ ନେଲାଣି ତିନି ଜୀବନ ମଙ୍ଗଳବାର ସନ୍ଧ୍ୟାରେ ଟୁନା ନାକଟିଦେଉଳରୁ ଘରକୁ ଫେରୁଥିବାବେଳେ ଗାଁ ନିକଟ ଚମ୍ପାଳି ନଦୀରେ ନିର୍ମାଣ ହେଉଥିବା ପୋଲ ପାଖରେ ହାତୀ ହାବୁଡ଼ରେ ପଡ଼ି ଗୁରୁତର ହୋଇଥିଲେ।
ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ନାକଟିଦେଉଳ ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ବୁଧବାର ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଯିବ ବୋଲି ଜଣାଯାଇଛି।
Elephant Attack: ରଣପୁରରେ ହାତୀ ଆକ୍ରମଣରେ ଆଉ ଜଣେ ମହିଳା ମୃତ, ଦୁଇ ସପ୍ତାହରେ ଗଲାଣି ୨ ଜୀବନ ଅପରପକ୍ଷେ ଡାକ୍ତରଖାନା ପରିସରରେ ଉତ୍ତ୍ୟକ୍ତ ଲୋକମାନେ ବନ ବିଭାଗର ଅପାରଗତା ପାଇଁ ଏହି ଦୁଃଖଦ ଘଟଣା ଘଟିଥିବା ଅଭିଯୋଗ କରି ରେଞ୍ଜର ନୀଳାଞ୍ଚଳ ଜେନାଙ୍କ ସହ ଯୁକ୍ତିତର୍କ କରିଥିଲେ।
ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ମୃତ ଟୁନାଙ୍କ ସ୍ତ୍ରୀ ଏବଂ ୫ ଜଣ ଝିଅ ଅଛନ୍ତି।
ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇ ପଡ଼ିଛନ୍ତି।
ଏହି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଲାଗି ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
