ସିଜେପି ୟୁପି ନିର୍ବାଚନ ଲଢ଼ିବନି କି କୌଣସି ଦଳକୁ ସମର୍ଥନ କରିବନି
ଲକ୍ଷ୍ନୌ : ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ବିଜେପି ସତର୍କତାର ସହ ପଦକ୍ଷେପ ନେଉଥିବା ବେଳେ କଂଗ୍ରେସ ଓ ସପା ମଧ୍ୟରେ ଆସନ ବୁଝାମଣା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ ।
ଏଭଳି ସ୍ଥିତିରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ନିର୍ବାଚନୀ ଭୂମିକାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳ ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।
ଦଳର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଘୋଷଣା କରିଛନ୍ତି ଯେ, ସିଜେପି ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବ ନାହିଁ କି କୌଣସି ରାଜନୈତିକ ଦଳକୁ ସମର୍ଥନ କରିବ ନାହିଁ ।
Advertisment Indian Army: ସହକର୍ମୀଙ୍କ ଝିଅ ବାହାଘରରେ ବାପାଙ୍କ ଅଭାବ ପୂରଣ କଲେ ସେନା ଯବାନ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ରେ କିଏ ସରକାର ଗଢ଼ିବ, ସେହି ରାଜନୈତିକ ଚର୍ଚ୍ଚାଠାରୁ ତାଙ୍କ ସଂଗଠନ ଦୂରେଇ ରହିବ ।
ତେବେ ଜାତି ଓ ଧର୍ମଭିତ୍ତିକ ରାଜନୀତି ବଦଳରେ ନିର୍ବାଚନ ପ୍ରଚାରରେ ରାଜ୍ୟର ଯୁବପିଢ଼ିଙ୍କ ସମସ୍ୟା ଓ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେ ମତ ଦେଇଛନ୍ତି ।
ଦୀପକେ କହିଛନ୍ତି, ସମଗ୍ର ବିଶ୍ବ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଅକ୍ଷୟ ଶକ୍ତି ଉପରେ ଆଲୋଚନା କରୁଛି ।
ଏଭଳି ସମୟରେ ଆମେ ଆଉ କେତେଦିନ ଜାତି ଓ ଧର୍ମ ନାଁରେ ନିର୍ବାଚନ ଲଢ଼ିବା ?
ରାଜନୈତିକ ଦଳଗୁଡ଼ିକ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ସେ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
