Rajdhani Express: ରାଜଧାନୀ ଏକ୍ସପ୍ରେସ୍: ଭାରତୀୟ ରେଳବାଇ ପାଇଁ ପାଲଟିଛି 'ଲାଭର ଉତ୍ସ', ଦିନକୁ ହେଉଛି କୋଟିକୋଟି ଟଙ୍କାର ଆୟ

Oct 29, 2026 - 13:02
Rajdhani Express: ରାଜଧାନୀ ଏକ୍ସପ୍ରେସ୍: ଭାରତୀୟ ରେଳବାଇ ପାଇଁ ପାଲଟିଛି 'ଲାଭର ଉତ୍ସ', ଦିନକୁ ହେଉଛି କୋଟିକୋଟି ଟଙ୍କାର ଆୟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଦେଶର ଜୀବନରେଖା କୁହାଯାଏ।

ଦେଶର ବିଭିନ୍ନ ପ୍ରମୁଖ ସହରକୁ ସଂଯୋଗ କରୁଥିବା ପ୍ରିମିୟମ୍‌ ଏବଂ ଭିଆଇପି (VIP) ଟ୍ରେନ୍‌ଗୁଡ଼ିକ ମଧ୍ୟରେ ' ରାଜଧାନୀ ଏକ୍ସପ୍ରେସ୍ 'ର ସ୍ଥାନ ସ୍ୱତନ୍ତ୍ର।

ସିଏଜି (CAG) ତଥା ରେଳବାଇର ରିପୋର୍ଟ ଅନୁଯାୟୀ, ଯାତ୍ରୀମାନଙ୍କୁ ଆରାମଦାୟକ ସୁବିଧା ଯୋଗାଉଥିବା ଏହି ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକର ଦୈନନ୍ଦିନ ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment ଗୋଟିଏ ଟ୍ରେନରୁ ୨୫ ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଦିଲ୍ଲୀରୁ ମୁମ୍ବାଇ କିମ୍ବା କୋଲକାତା ଭଳି ବ୍ୟସ୍ତବହୁଳ ରୁଟ୍‌ରେ ଚଳାଚଳ କରୁଥିବା ଗୋଟିଏ ରାଜଧାନୀ ଏକ୍ସପ୍ରେସ୍ ତାର ଗୋଟିଏ ଯାତ୍ରାରେ ପ୍ରାୟ ୨୫ ଲକ୍ଷରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହାସଲ କରିଥାଏ।

ପର୍ବପର୍ବାଣୀ କିମ୍ବା ଛୁଟିଦିନଗୁଡ଼ିକରେ 'ଡାଇନାମିକ୍ ଫେୟାର୍' (Dynamic Fare) ଲାଗୁ ହେବା କାରଣରୁ ଏହି ପରିମାଣ ଟ୍ରିପ୍ ପିଛା ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥାଏ।

ଟ୍ରେନର ଭଡ଼ା ଅଧିକ ଥିଲେ ମଧ୍ୟ ଏଥିରେ ଯାତ୍ରୀଙ୍କ ସିଟ୍‌ ଅକ୍ୟୁପେନ୍ସି ପ୍ରାୟତଃ ୧୦୦ ପ୍ରତିଶତ ରହିଥାଏ।

ସମସ୍ତ ରାଜଧାନୀ ଟ୍ରେନ ରୁ ଦୈନନ୍ଦିନ ୧୨ ରୁ ୧୫ କୋଟି ଟଙ୍କା ଆୟ ଦେଶବ୍ୟାପୀ ବିଭିନ୍ନ ରୁଟ୍‌ରେ ପ୍ରାୟ ୫୨ଟି ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଚଳ କରୁଛି।

ଏହି ସମସ୍ତ ଟ୍ରେନର ମିଳିତ ଦୈନନ୍ଦିନ ଆୟ ପ୍ରାୟ ୧୨ କୋଟିରୁ ୧୫ କୋଟି ଟଙ୍କା ହୋଇଥାଏ, ଯାହା ବାର୍ଷିକ ଆଧାରରେ ୪,୫୦୦ କୋଟି ଟଙ୍କାଠାରୁ ମଧ୍ୟ ଅଧିକ ଅଟେ।

କେବଳ ଟିକେଟ୍ ନୁହେଁ, ଅନ୍ୟାନ୍ୟ ଜରିଆରୁ ମଧ୍ୟ ମୋଟା ଅଙ୍କର ଲାଭ ଖାଦ୍ୟପେୟ : ଟ୍ରେନ୍‌ ଭିତରେ କ୍ୟାଟରିଂ ବ୍ୟବସ୍ଥା ଏକ ବଡ଼ ଆୟର ଉତ୍ସ।

ଅନେକ ରୁଟ୍‌ରେ ଖାଦ୍ୟ ବୈକଳ୍ପିକ କରାଯାଇଥିଲେ ମଧ୍ୟ ଅଧିକାଂଶ ଯାତ୍ରୀ ଟ୍ରେନ୍ ଭିତରେ ହିଁ ଖାଦ୍ୟ ଅର୍ଡର କରିବାକୁ ପସନ୍ଦ କରନ୍ତି।

କର୍ପୋରେଟ୍ ବିଜ୍ଞାପନ : ଟ୍ରେନର ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶରେ ବିଜ୍ଞାପନ ପ୍ରଦର୍ଶନ ଜରିଆରେ ରେଳବାଇକୁ ପ୍ରତିମାସରେ ଲକ୍ଷାଧିକ ଟଙ୍କାର ଅତିରିକ୍ତ ଆୟ ହୋଇଥାଏ।

କାର୍ଗୋ ଓ ପାର୍ସଲ୍ : ଏହି ପ୍ରିମିୟମ୍ ଟ୍ରେନ୍‌ଗୁଡ଼ିକରେ ଅଧିକ ମୂଲ୍ୟବାନ ଏବଂ ଜରୁରୀ କମର୍ସିଆଲ୍ କାର୍ଗୋ ମଧ୍ୟ ପରିବହନ କରାଯାଇଥାଏ।

ଆହୁରି ପଢନ୍ତୁ: Cyclone Arnab: ବାତ୍ୟା 'ଅର୍ଣ୍ଣବ'ରେ ବେହାଲ ଗଜପତି : ତଳମୁଣ୍ଡକୁ ସତର୍କ ସୂଚନା ଜାରି ସାଧାରଣ ପାସେଞ୍ଜର ଏବଂ ଲୋକାଲ୍ ଟ୍ରେନ୍‌ଗୁଡ଼ିକରେ ସବ୍‌ସିଡି କାରଣରୁ ରେଳବାଇକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଥାଏ।

କିନ୍ତୁ ରାଜଧାନୀ, ଶତାବ୍ଦୀ ଏବଂ ବନ୍ଦେ ଭାରତ ଭଳି ପ୍ରିମିୟମ୍ ଟ୍ରେନ୍‌ଗୁଡ଼ିକରୁ ଆସୁଥିବା ଏହି ମୋଟା ଅଙ୍କର ରାଜସ୍ୱ ପାସେଞ୍ଜର ସେଗମେଣ୍ଟର କ୍ଷତି ଭରଣା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)