Flood: ଗଞ୍ଜାମରେ ବର୍ଷା ବିତ୍ପାତ: ଜଳମଗ୍ନ ଚାଷଜମି ଓ ବନ୍ୟା ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ

Oct 29, 2026 - 11:27
Flood: ଗଞ୍ଜାମରେ ବର୍ଷା ବିତ୍ପାତ: ଜଳମଗ୍ନ ଚାଷଜମି ଓ ବନ୍ୟା ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ

ଛତ୍ରପୁର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ସାଙ୍ଗକୁ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ବହୁ ଚାଷଜମି ଜଳମଗ୍ନ ହୋଇଛି।

ଫଳରେ ଚାଷୀଙ୍କ ମଧ୍ୟରେ ଫସଲ କ୍ଷୟକ୍ଷତି ନେଇ ଚିନ୍ତା ବଢ଼ିଛି।

Advertisment ଆହୁରି ପଢନ୍ତୁ : Sai Pallavi: ରାବଣ ସମ୍ପୂର୍ଣ୍ଣ ଦୁଷ୍ଟ ନୁହେଁ, ସାଇ ପଲ୍ଲବୀଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଏହି ପରିପ୍ରେକ୍ଷୀରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗୁରୁବାର ଛତ୍ରପୁର ବ୍ଲକ୍‌ର ବଡ଼ମାଧପୁର ପଞ୍ଚାୟତ ଅନ୍ତର୍ଗତ ବରଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ।

ସେଠାରେ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଥିବା ଚାଷଜମିର ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

ସେହିପରି ପୋଟଲାମପୁର ପଞ୍ଚାୟତର ମୁନିସିପେଣ୍ଠ ଗ୍ରାମରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ବିଧାୟକ ପରଖିଥିଲେ।

ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସୁରକ୍ଷା, ବନ୍ୟା ଜଳ ନିଷ୍କାସନ ଓ ଆବଶ୍ୟକ ସହାୟତା ନେଇ ଆଲୋଚନା କରିଥିଲେ।

ଆହୁରି ପଢନ୍ତୁ : Theft: ତହସିଲ କାର୍ଯ୍ୟାଳୟରୁ ୧୫୦ ପଲିଥିନ ଗାଏବ, ଥାନାରେ ଅଭିଯୋଗ ଏହାସହ ହଂସପୁର ବ୍ରିଜ୍‌ ଉପରେ ପହଞ୍ଚି ବନ୍ୟାଜଳ ଓ ନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ।

ପରେ ଗଞ୍ଜାମ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ମଧ୍ୟ ପରିଦର୍ଶନ କରି ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ନେଇଥିଲେ।

ଆହୁରି ପଢନ୍ତୁ : Road Blockade: ଅଧପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ: ବର୍ଷାରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ବନ୍ୟାଜଳ ଯୋଗୁଁ ଅନେକ ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ କ୍ଷୟକ୍ଷତିର ଆଶଙ୍କା ଦେଖାଦେଇଛି।

ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ପାଇଁ ତତ୍ପର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)