UN: କ୍ୟୁବା ଉପରେ ଆମେରିକାର କଟକଣାକୁ ନିନ୍ଦା କଲା ଜାତିସଂଘ: ପ୍ରସ୍ତାବ ବିରୋଧରେ ଭୋଟ୍ ଦେଲେ ୧୭ ଦେଶ
ନ୍ୟୁୟର୍କ: ଜାତିସଂଘ ସାଧାରଣ ସଭାରେ କ୍ୟୁବା ଉପରେ ଆମେରିକାର ଆର୍ଥିକ କଟକଣାକୁ ନିନ୍ଦା କରି ମତଦାନ ହୋଇଛି, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦେଶଗୁଡ଼ିକୁ ସେମାନଙ୍କର ମତ ପରିବର୍ତ୍ତନ କରିବାକୁ ଚାପ ପକାଇବା ପରେ ଏହି ପ୍ରସ୍ତାବ ପ୍ରତି ସମର୍ଥନ ହ୍ରାସ ପାଇଛି।
କ୍ୟୁବା ୧୯୯୨ ମସିହାରୁ ଗତ ୩୪ ବର୍ଷ ଧରି ପ୍ରତିବର୍ଷ ଜାତିସଂଘ ସାଧାରଣ ପରିଷଦରେ ଆମେରିକାର ପ୍ରତିବନ୍ଧକ ସମାପ୍ତି ଦାବି କରି ଏକ ପ୍ରସ୍ତାବ ଆଗତ କରିଆସୁଛି।
Advertisment ଗୃହୀତ ହୋଇଥିବା ପ୍ରସ୍ତାବ ସପକ୍ଷରେ ୧୩୦ ସଦସ୍ୟ ଦେଶ ଭୋଟ୍ ଦେଇଥିବାବେଳେ ବିପକ୍ଷରେ ୧୭ ଏବଂ ୨୫ ସଦସ୍ୟ ଦେଶ ଅନୁପସ୍ଥିତ ଥିଲେ।
ଗତ ବର୍ଷ ୧୬୫ ଦେଶ ପ୍ରସ୍ତାବକୁ ସମର୍ଥନ କରିଥିଲେ, ଯେତେବେଳେ ୭ ବିପକ୍ଷରେ ଭୋଟ ଦେଇଥିଲେ ଏବଂ ୧୨ ଭୋଟ ଦେଇନଥିଲେ।
ନୂତନ ଫଳାଫଳ ଆନ୍ତର୍ଜାତୀୟ ସମର୍ଥନରେ ଏକ ସ୍ପଷ୍ଟ ପରିବର୍ତ୍ତନକୁ ସୂଚିତ କରିଛି।
ଜର୍ମାନୀ, ଇଟାଲୀ ଏବଂ ଲାଟଭିଆ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଭୋଟ୍ ଦେଇନଥିଲେ।
ଆଇନଗତ ଭାବରେ ବାଧ୍ୟତାମୂଳକ ନୁହେଁ ଏହି ପ୍ରସ୍ତାବ ଆଇନଗତ ଭାବରେ ବାଧ୍ୟତାମୂଳକ ନୁହେଁ, ଅର୍ଥାତ୍ ଏହା ୱାସିଂଟନକୁ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଜାରି ରହିଥିବା ପ୍ରତିବନ୍ଧକଗୁଡ଼ିକୁ ସମାପ୍ତ କରିବାକୁ ବାଧ୍ୟ କରିପାରିବ ନାହିଁ।
କେବଳ ଆମେରିକୀୟ କଂଗ୍ରେସ ହିଁ ଏହାକୁ ଉଠାଇପାରିବ।
ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ ଭୋଟଦାନ ଧାରାରେ ପରିବର୍ତ୍ତନକୁ ସ୍ୱାଗତ କରି କହିଛନ୍ତି ଯେ, ୱାସିଂଟନର କୂଟନୈତିକ ପ୍ରୟାସ ଅଧିକ ଦେଶକୁ ପ୍ରଭାବିତ କରିଛି।
ଭୋଟ୍ ପରେ ୱାଲ୍ଜ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଖୁସି ଯେ କୋରିଆ, ଜର୍ମାନୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତି ସମେତ ଅନେକ ଦେଶ ଏବେ ସେମାନଙ୍କର ମତ ପରିବର୍ତ୍ତନ କରିଛନ୍ତି।
ଭୋଟ୍ ପୂର୍ବରୁ, କ୍ୟୁବାର ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ ଆମେରିକାର ନୀତିକୁ ସମାଲୋଚନା କରି କହିଥିଲେ ଯେ, ଏହା ଦେଶର ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି।
ଯୋଗାଯୋଗ ସମେତ ମୌଳିକ ସେବା ବାଧାପ୍ରାପ୍ତ ରୋଡ୍ରିଗେଜ କହିଛନ୍ତି ଯେ ଏକ ମହାଶକ୍ତି ଅର୍ଥନୈତିକ ଯୁଦ୍ଧ ମାଧ୍ୟମରେ ଏହି ସଂଗଠନର ଏକ ସଦସ୍ୟ ଦେଶ ଉପରେ ଆକ୍ରମଣ କରୁଛି।
କ୍ୟୁବା ଏକ ବିପଦ ନୁହେଁ।
ବିପଦ ହେଉଛି ଲାଗୁ ହୋଇଥିବା କଟକଣା।
କ୍ୟୁବା ଏକ ଗମ୍ଭୀର ଆର୍ଥିକ ଏବଂ ଶକ୍ତି ସଙ୍କଟରେ ପଡ଼ିଥିବା ବେଳେ ଏହି ଭୋଟ୍ ଆସିଛି।
ଦେଶ ଇନ୍ଧନ, ଖାଦ୍ୟ ଏବଂ ପାଣି ଅଭାବର ସମ୍ମୁଖୀନ ହେଉଛି, ଏବଂ ବିଦ୍ୟୁତ୍ ବିଭ୍ରାଟ ମଧ୍ୟ ଜଳ ଯୋଗାଣ ଏବଂ ଯୋଗାଯୋଗ ସମେତ ମୌଳିକ ସେବାକୁ ବାଧାପ୍ରାପ୍ତ କରିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଜାନୁଆରି ମାସରେ କ୍ୟୁବାକୁ ତେଲ ଯୋଗାଣ କରୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇ ହାଭାନା ଉପରେ ଚାପ ବୃଦ୍ଧି କରିଥିଲା।
ଏହି ପଦକ୍ଷେପ ଇନ୍ଧନ ଆମଦାନୀକୁ ବ୍ୟାପକ ଭାବରେ ହ୍ରାସ କରିଛି ଏବଂ ଦ୍ୱୀପର କଷ୍ଟକୁ ଆହୁରି ବଢ଼ାଇ ଦେଇଛି।
ୱାସିଂଟନ କହିଛି, ପ୍ରତିବନ୍ଧକଗୁଡ଼ିକ କ୍ୟୁବାର କମ୍ୟୁନିଷ୍ଟ ସରକାରଙ୍କୁ ତାଙ୍କର ନୀତି ପରିବର୍ତ୍ତନ କରିବା ପାଇଁ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ।
କ୍ୟୁବା ସରକାର ଆମେରିକାର ଅଭିଯୋଗକୁ ଖଣ୍ଡନ କରି ଏବଂ ଜୀବନଯାପନ ଅବସ୍ଥା ଖରାପ ହେବା ପାଇଁ ପ୍ରତିବନ୍ଧକଗୁଡ଼ିକୁ ଦାୟୀ କରିଛନ୍ତି।
Ginger Benefits: ରୋଷେଇ ଘରର ଏହି ଜିନିଷ, ଶରୀର ପାଇଁ ବେଶ୍ ଉପକାରୀ!
ଆମେରିକା ସରକାର ପ୍ରଥମେ ୧୯୫୮ ମସିହାରେ କ୍ୟୁବା ବିରୋଦରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଆରମ୍ଭ କରିଥିଲେ ।
୧୯୬୦ ମସିହାରେ ଶକ୍ତି ଏବଂ କୃଷି କ୍ଷେତ୍ରକୁ ଟାର୍ଗେଟ କରାଯାଇଥିଲା।
କ୍ୟୁବା ବିପ୍ଳବ ପରେ ଜାତୀୟକରଣ ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା ।
ଖାଦ୍ୟ ଏବଂ ଔଷଧ ଛାଡ଼ିଦେଲେ କ୍ୟୁବାର ବାଣିଜ୍ୟ ଉପରେ ଆମେରିକା ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଥିଲା।
୧୯୬୨ ମସିହାର କ୍ୟୁବା ସୋଭିଏତ୍ ୟୁନିଅନ୍ ପାଇଁ ପରମାଣୁ କ୍ଷେପଣାସ୍ତ୍ର ରଖିଥିଲା ଯାହାର ପରିଣାମସ୍ୱରୂପ ଆମେରିକା ଦ୍ୱୀପକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
